Home ଜିଲ୍ଲା ପରିକ୍ରମା ସମାନ କାମକୁ ସମାନ ଦରମା ଦାବି କଲା ଓଡିଶା ଜିଓଟ୍ୟାଗ ୟୁଥ କର୍ମଚାରୀ ସଂଘ

ସମାନ କାମକୁ ସମାନ ଦରମା ଦାବି କଲା ଓଡିଶା ଜିଓଟ୍ୟାଗ ୟୁଥ କର୍ମଚାରୀ ସଂଘ

70

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ଜିଓ ଟ୍ୟାଗ କର୍ମଚାରୀ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଓ ଟ୍ୟାଗ ୟୁଥ କର୍ମଚାରୀ ସଂଘ ପକ୍ଷରୁ ଆଜି ଦାବିପତ୍ର ପ୍ରଦାନ କରାଯାଇ ସମାନ କାମକୁ ସମାନ ଦରମା ଦାବି କରାଯାଇଛି । ସଂଘ ସମ୍ପାଦକ ରାଜେଶ କୁମାର ସାମଲ, ମନୋଜ କୁମାର ଜେନା, ବିକାଶ କୁମାର ସାହୁ ପ୍ରମୁଖ ବିଡିଓ ଦେବଦତ୍ତ ଦାଶଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଗତ ପାଞ୍ଚ ବର୍ଷ ଧରି ଜିଓ ଟ୍ୟାଗ କର୍ମଚାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଇନ୍ଦିରା ଆୱାସ ଯୋନା, ବିଜୁ ପକ୍କାଗୃହ ଯୋଜନା, ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଗୃହ ଯୋଜନା ଆଦି ଅନ୍ତର୍ଗତ ନିର୍ମାଣାଧିନ ଓ ସଂପୂର୍ଣ୍ଣ ହୋଇଥିବା ଗୃହର ଜିଓ ଟ୍ୟାଗ କରିବା ସହ କାଳିଆ ଯୋଜନା, ଓଡିଶା ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ମଧ୍ୟ ସରକାରୀ ଦାୟିତ୍ୱ ତୁଲାଉଛନ୍ତି । ଏପରିକି କୋଭିଡ ମହାମାରୀ ସମୟରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପାଇଁ ସମସ୍ତ ଅନଲାଇନ କାର୍ଯ୍ୟ ମଧ୍ୟ ତୁଲାଇଥିଲେ । ମାତ୍ର ଦରମା ପ୍ରଦାନ ବେଳେ ଜିଓଟ୍ୟାଗ କର୍ମଚାରୀଙ୍କ ପ୍ରତି ପାତରଅନ୍ତର କରାଯାଉଛି । ମାସିକ ମାନଦେୟ ସହ କାର୍ଯ୍ୟଚିଠା ପ୍ରସ୍ତୁତ କରାଯିବା, ପଞ୍ଚାୟତସ୍ତରରେ ଡାଟା ଏଣ୍ଟ୍ରି ପଦବୀରେ ନିଯୁକ୍ତି ଦିଆଯିବା, ମାସିକ ମୋବିଲିଟି ସପୋର୍ଟ ଦିଆଯିବା ଓ ଟ୍ୟାଗ ଅଫିସର ପ୍ରେତ୍ସାହନ ରାଶି ପ୍ରଦାନ କରାଯିବା ଆଦି ଦାବି ଅନ୍ତର୍ଭୁକ୍ତ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.