Home ଜିଲ୍ଲା ପରିକ୍ରମା ନୟାଗଡ଼ ପୌରପରିଷଦ ୱାର୍ଡ଼ସଂଖ୍ୟା ୧୩ ରୁ ୧୬କୁ ବୃଦ୍ଧି ସହ ସଂରକ୍ଷଣ ତାଲିକା ପ୍ରକାଶ

ନୟାଗଡ଼ ପୌରପରିଷଦ ୱାର୍ଡ଼ସଂଖ୍ୟା ୧୩ ରୁ ୧୬କୁ ବୃଦ୍ଧି ସହ ସଂରକ୍ଷଣ ତାଲିକା ପ୍ରକାଶ

28

ନୟାଗଡ଼, ୯ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ପୌରପରିଷଦ ୱାର୍ଡ଼ ସଂଖ୍ୟା ୧୩ରୁ ୧୬କୁ ବୃ୍‌ଦ୍ଧି ପାଇବା ସହ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଏହି ସଂରକ୍ଷଣ ବ୍ୟବସ୍ଥାରେ ଅଧା ମହିଳା ସ୍ଥାନ ପାଇଥିବା ଜଣାପଡ଼ିଛି। ନୟାଗଡ଼ ବିଜ୍ଞାପିତ ଅଂଚଳ ପରିଷଦ ସମୟୟରୁ ୱାର୍ଡ଼ ସଂଖ୍ୟା ୧୩ ରହିଥିବାବେଳେ ପୌରପରିଷଦ ମାନ୍ୟତା ମିଳିବାର ପ୍ରାୟ ୩ବର୍ଷ ପରେ ଏହି ୱାର୍ଡ଼ ସଂଖ୍ୟା ପ୍ରଥମ ଥର ପାଇଁ ବୃଦ୍ଧି ପାଇ ୧୬ ହୋଇଛି। ଗତ ୨୦୧୯ ମସିହା ଫେବୃଆରୀ ୧୧ ତାରିଖରେ ନୟାଗଡ଼ ବିଜ୍ଞାପିତ ଅଂଚଳ ପରିଷଦରୁ ପୌରପରିଷଦ ହୋଇଥିଲାବେେଳେ ୱାର୍ଡ଼ସଂଖ୍ୟାକୁ ନେଇ ବହୁଦିନରୁ ବହୁ କଳ୍ପନା ଜଳ୍ପନା ଲାଗି ରହିଥିଲା। ଜିଲ୍ଲାପାଳ ଡ.ପୋମା ଟୁଡୁ ଏହି ୧୬ଟି ୱାର୍ଡ଼ର ସଂରକ୍ଷଣ ତାଲିକା ଘୋଷଣା କରିଥିବାବେଳେ ପ୍ରଥମ ୱାର୍ଡ଼ ଟି ଅନୁସୂଚୀତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲାବେଳେ ୧ନମ୍ବର ୱାର୍ଡ଼ ଅଣସଂରକ୍ଷିତ ରହିଛି। ସେହିପରି ଭାବରେ ୩ନଂ ୱାର୍ଡ଼ ପଛୁଆବର୍ଗ, ୪ନଂ ଅନୁସୂଚୀ ଜାତି ମହିଳା, ୫ନଂ ଅରସଂରକ୍ଷିତ, ୬ନଂ ଅରସଂରକ୍ଷିତ ମହିଳା, ୭ନଂ ଅର ସଂରକ୍ଷିତ, ୮ନଂ ଅଣସଂରକ୍ଷିିତ, ୯ନଂ ଅଣସଂରକ୍ଷିତ ମହିଳା, ୧୦ନଂ ଅଣସଂରକ୍ଷିତ, ୧୧ନଂ ଅଣସଂରକ୍ଷିତ, ୧୨ନଂ ପଛୁଆବର୍ଗ ମହିଳା, ୧୩ନଂ ପଛୁଆବର୍ଗ ମହିଳା, ୧୪ନଂ ପଛୁଆବର୍ଗ, ୧୫ନଂ ଅଣସଂରକ୍ଷିତ ମହିଳା ଓ ୧୬ନଂ ୱାର୍ଡ଼ଟି ଅରସଂରକ୍ଷିତ ମହିଳାଙ୍କ ପାଇର୍ ସଂରକ୍ଷିତ ଥିବା ଜଣାପଡ଼ିଛି। ତେବେ ଏହି ସଂରକ୍ଷଣ ବ୍ୟବସ୍ଥାରେ ଅଧା ମହିଳା ସ୍ଥାନ ପାଇଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.