Home ଓଡ଼ିଶା ସମାଧି ସାଧନା : ମାଟି ତଳେ ଜୀଅନ୍ତା ସମାଧି, ପାଞ୍ଚ ଦିନ ପରେ କ’ଣ ହେଲା...

ସମାଧି ସାଧନା : ମାଟି ତଳେ ଜୀଅନ୍ତା ସମାଧି, ପାଞ୍ଚ ଦିନ ପରେ କ’ଣ ହେଲା ପଢ଼ନ୍ତୁ

3612

ରାୟପୁର ୨୨-୧୨ (ଓଡ଼ିଆ ପୁଅ) ପାଞ୍ଚ ବର୍ଷରେ ଚମନ ବିପଦପୂର୍ଣ୍ଣ ସମାଧି ନେଉଥିଲା। ପ୍ରଥମ ବର୍ଷ ୨୪ ଘଣ୍ଟା, ଦ୍ୱିତୀୟ ବର୍ଷ ୪୮ ଘଣ୍ଟା, ତୃତୀୟ ବର୍ଷ ୭୨ ଘଣ୍ଟା, ଚତୁର୍ଥ ବର୍ଷ ୯୬ ଘଣ୍ଟାର ସମାଧି ନେଇଥିଲା। ଚାରି ଥର ଅଚେତ ଅବସ୍ଥା ଗାତରୁ ଜୀବନ୍ତ ବାହାରିବା ପରେ ବଢ଼ିଥିଲା ଅନ୍ଧବିଶ୍ୱାସ। ପଞ୍ଚମଥର ୧୦୮ ଘଣ୍ଟାର ସମାଧି ନେବାପାଇଁ ଚାରି ଫୁଟ ଗଭୀର ଗାତରେ ବସିଥିଲା। କିନ୍ତୁ ଏଥର ଜୀବନ୍ତ ଫେରିଲା ନାହିଁ। ସମାଧିରେ ସାଧନାର ଅନ୍ଧବିଶ୍ଵାସରେ ଏହି ଯୁବକର ଜୀବନ ଚାଲିଗଲା।

୧୬ ଡିସେମ୍ବରର ସକାଳେ ଆଠଟା ବେଳେ ସମାଧି ଲଗାଇଥିଲା ଚମନ। ପାଞ୍ଚ ଦିନ ପରେ ୨୦ ଡିସେମ୍ବର ଦ୍ୱିପ୍ରହର ୧୨ଟା ବେଳେ ଯେତେବେଳେ ତାକୁ ସମାଧି ସ୍ଥଳରୁ ବାହର କରାଗଲା ସେତେବେଳେ କଥିତ ଭାବରେ ବେହୋସ ଥିଲା। ବାହାରକୁ ବାହାର କରି ଏକ ବେସରକାରୀ ହସ୍ପିଟାଲକୁ ନିଆଗଲା, ସେଠାରୁ ଜିଲା ମୁଖ୍ୟ ହସ୍ପିଟାଲକୁ ରେଫର କରାଗଲା। ସେଠାରେ ଚିକିତ୍ସକମାନେ ତାକୁ ମୃତ ଘୋଷଣା କରିଥିଲେ। ପୋଷ୍ଟମାର୍ଟମ ପରେ ଶବକୁ ପରିଜନମାନଙ୍କୁ ଦିଆଯାଇଥିଲା। ପରେ ଭକ୍ତମାନେ ସେହି ସମାଧି ସ୍ଥଳରେ ଯୁବକର ଅନ୍ତିମ ସଂସ୍କାର କରିଥିଲେ।

ଗ୍ରାମବାସୀଙ୍କର କହିବା ଅନୁଯାୟୀ ଚମନ ବିବାହ କରି ନଥିଲା। ସେ ଏକୁଟିଆ ରହୁଥିଲା। ଗତ କିଛି ବର୍ଷରୁ ସତନାମ ସନ୍ଦେଶର ପ୍ରବର୍ତ୍ତକ ଭାବରେ ତପ, ସାଧନା କରୁଥିଲା। ତା’ର କିଛି ଭକ୍ତ ମଧ୍ୟ ବନିଯାଇଥିଲେ। ଘର ନିକଟରେ ଥିବା ନିଜ ଜାଗାରେ ସେ ସମାଧି ଲଗାଉଥିଲା। ତପୋବଳରେ ଭୂମିଗତ ସମାଧି ନେବା ତା’ ପାଇଁ ପ୍ରାଣ ଘାତକ ପ୍ରମାଣିତ ହେଲା ଏବଂ ସବୁବେଳ ପାଇଁ ସମାଧିସ୍ତ ହୋଇଗଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.