Home ଜିଲ୍ଲା ପରିକ୍ରମା ସମାଜ ରିଲିଫ ପାଣ୍ଠିରୁ ଛତ୍ରପଦା ଅଗ୍ନି ବିପନ୍ନଙ୍କୁ ସହାୟତା

ସମାଜ ରିଲିଫ ପାଣ୍ଠିରୁ ଛତ୍ରପଦା ଅଗ୍ନି ବିପନ୍ନଙ୍କୁ ସହାୟତା

2

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ତିହିଡି ବ୍ଲକ ଅଧିନସ୍ଥ ନରେନ୍ଦ୍ରପୁର ପଂଚାୟତରେ ଗତ ସୋମବାର ମଧ୍ୟ ରାତ୍ରିରେ ହୋଇଥିବା ଅଗ୍ନିକାଣ୍ଡରେ ୭ଟି ପରିବାର ସଂପୂର୍ଣ ଜଳି ଯିବା ସହ ଗୃହ ପାଳିତ ପଶୁ ମାନଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ମୁହୁର୍ତର୍ରେ ଏହି ଖବର ସମାଜ ରେ ପ୍ରକାଶ ପାଇବା ପରେ ସମାଜ ରିଲିଫ କମିଟିର ଅଧ୍ୟକ୍ଷ ଡ. ପ୍ରଭାସ ଆଚାର୍ଯ୍ୟ ସମାଜ ରିଲିଫ ପାଣ୍ଠି ପକ୍ଷରୁ ୭ଟି ପରିବାରକୁ ଆର୍ଥିକ ସହାୟତା ରାଶି ଯୋଗାଇ ଦେଇଥିଲେ। ଆଜି ରିଲିଫ କମିଟି ଅଧ୍ୟକ୍ଷଙ୍କ ନିର୍ଦେଶରେ ଧାମରା ସମାଜ ସମ୍ବାଦଦାତା ହିମାଂଶୁ ନାୟକ ନରେନ୍ଦ୍ରପୁର ପଂଚାୟତ ଛତ୍ରପଦା ଗ୍ରାମରେ ପହଂଚି ସମସ୍ତ ଅଗ୍ନି ବିପନ୍ନ ପରିବାରକୁ ଏକତ୍ରିତ କରାଇଥିଲେ। ଛତ୍ରପଦା ଗ୍ରାମର ଜଖ ନାୟକ, ସନାତନ ନାୟକ, ରାଧାଶ୍ୟାମ ନାୟକ, ସୁଧାକର ନାୟକ, ଚକ୍ରଧର ନାୟକ, ଦାଶରଥି ନାୟକ, ଗୁଣନିଧି ନାୟକଙ୍କୁ ଭେଟି ସମାଜ ପରିବାର ପକ୍ଷରୁ ଏଭଳି ଦୁଃଖଦ ମୁହୁର୍ତରେ ସମବେଦନା ଜ୍ଞାପନ କରାଯାଇଥିବା ବେଳେ ସମାଜ ରିଲିଫ ପାଣ୍ଠିରୁ ସେମାନଙ୍କୁ ଅଗ୍ରୀମ ଅର୍ଥରାଶି ପ୍ରଦାନ କରାଯାଇଥିଲା। ଏଭଳି ସ୍ଥିତିରେ ସମାଜ ପରିବାରର ପ୍ରତିଷ୍ଠାତା ସ୍ୱର୍ଗତ ଗୋପବନ୍ଧୁ ଦାସଙ୍କ ଏତାଦୃଶ କାର୍ଯ୍ୟକୁ ନରେନ୍ଦ୍ରପୁର ପଂଚାୟତ ଭୂୟଶୀ ପ୍ରଶଂସା କରିଥିଲେ। ଆଜି ଏହି ଅର୍ଥ ରାଶି ପ୍ରଦାନ ସମୟରେ ହିମାଂଶୁ ନାୟକ, ବିରେନ୍ଦ୍ର ବିଶ୍ୱାଳ,ରଞ୍ଜିତାରାଣୀ ନାୟକ,ଜଖ ନାୟକ, ସନାତନ ନାୟକ, ରାଧାଶ୍ୟାମ ନାୟକ, ସୁଧାକର ନାୟକ, ଚକ୍ରଧର ନାୟକ, ଦାଶରଥି ନାୟକ, ଗୁଣନିଧି ନାୟକଙ୍କ ସମେର ପଣ୍ଡିତ ସାହିର ସମସ୍ତ ବାସିନ୍ଦା ଉପସ୍ତିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.