Home କୋରାପୁଟ ସମାଜସେବୀ ଶେଖ ଇବ୍ରାହିମ ରେଳବାଇ ୟୁଜର୍ସ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମନୋନୀତ

ସମାଜସେବୀ ଶେଖ ଇବ୍ରାହିମ ରେଳବାଇ ୟୁଜର୍ସ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମନୋନୀତ

21

କୋରାପୁଟ ୧୪-୦୫(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ବିକାଶ ପରିଷଦର କୋଷାଧ୍ୟକ୍ଷ ତଥା ବିଶିଷ୍ଠ ସମାଜସେବୀ ଶେଖ ଇବ୍ରାହିମ ଇଷ୍ଟକୋଷ୍ଟ ରେଳବାଇର ବିଶାଖାପାଟଣା ଡିଭିଜିନାଲ ରେଳବାଇ  ୟୁଜର୍ସ ପରାମର୍ଶଦାତା କମିଟିର ସଦସ୍ୟ ଭାବେ ମନୋନୀତ ହୋଇଥିବା ଜଣାପଡିଛି ।୨୦୧୩ ମସିହାରେ  ଅବିଭକ୍ତ କୋରାପୁଟ ଜିଲ୍ଲାରେ ରେଳସେବା ଓ ସ୍ୱାସ୍ଥ୍ୟ ସେବାର ବିକାଶ ନିମନ୍ତେ ଶେଖ ଇବ୍ରାହିମଙ୍କ ଉଦ୍ୟମରେ ଓ ଅନେକ ସମାଜସେବୀ ଏବଂ ବୁଦ୍ଧିଜୀବିମାନଙ୍କ ସହାୟତାରେ କୋରାପୁଟ ବିକାଶ ପରିଷଦ ନାମକ ସ୍ୱେଛାସେବୀ ସଂଗଠନ ଗଠନ କରିଥିଲେ ।ଦସ୍ତଖତ ଅଭିଯାନ କରି କେନ୍ଦ୍ର ସରକାର ଓ ରେଳବାଇ କର୍ତୂପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।କୋରାପୁଟରୁ ଭୁବନେଶ୍ୱରକୁ ଆଉ ଗୋଟିଏ ଟ୍ରେନ ଓ କୋରାପୁଟଠାରୁ ନୂ।।ଦିଲ୍ଲୀକୁ  ଟ୍ରେନ ଚଳାଚଳ କରିବାକୁ ପ୍ରସ୍ତାବ ଦିଆଯାଇଥିଲା ।କୋରାପୁଟ ବିକାଶ ପରିଷଦର ଗଠନମୂଳକ ପ୍ରସ୍ତାକୁ ଦୃଷ୍ଟିରେ ରଖି ରେଳବାଇ କର୍ତୂପକ୍ଷ ପରିଷଦର କର୍ମକର୍ତାଙ୍କୁ କମିଟିରେ ସ୍ଥାନ ଦେଇଥିବାରୁ  ଶେଖ ଇବ୍ରାହିମ ଖୁସି ଜାହିର କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ ଶେଖ ଇବ୍ରାହିମ ସୁନାବେଡା ଭିଏସ ବିଦ୍ୟାଳୟରୁ ବରିଷ୍ଠ ଲାଇବ୍ରେରିଆନ ଭାବେ ଅବସର ଗ୍ରହଣ କରିବା ପରେ ବର୍ତମାନ ସଂପୂର୍ଣ୍ଣ ଭାବେ  ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି ।ରେଳବାଇ କମିଟିର ସଦସ୍ୟ ଭାବେ ଶେଖ ଇବ୍ରାହିମ ମନୋନୀତ ହୋଇଥିବାରୁ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ,ଦେଶବିଦେଶରେ କାର୍ଯ୍ୟରତ ତାଙ୍କର ପୂରାତନ ଛାତ୍ର , ଓ ସବୁବର୍ଗର ବ୍ୟକ୍ତି ବିଶେଷ ଅଭିନନ୍ଦନ ଜଣାଇବା ସହ ଜିଲ୍ଲାରେ ରେଳସେବାର ବିକାଶ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.