Home ଜିଲ୍ଲା ପରିକ୍ରମା ସମାଜସେବୀ ଶରତ ନାୟକଙ୍କ ସ୍ମୃତିସଭା

ସମାଜସେବୀ ଶରତ ନାୟକଙ୍କ ସ୍ମୃତିସଭା

12

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ଗ୍ରାମପଂଚାୟତ ବାଲିପାଟଣା ଗ୍ରାମର ଶରତ ନାୟକଙ୍କ ବିୟୋଗ ରେ ସ୍ଥାନୀୟ ବାତ୍ୟା ଆଶ୍ରୟ ସ୍ଥଳୀ ପରିସରରେ ସ୍ମୃତି ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ଅକ୍ଷୟ କୁମାର ନାୟକ ଙ୍କ ସଭାପତିତ୍ୱରେ ସରପଂଚ ଙ୍କ ପ୍ରତିନିଧି ଉମେଶ ମହାନ୍ତି, ସମିତି ସଭ୍ୟ ବିଦ୍ୟାଧର ରାଉତ ଧାମନଗର ମହାବିଦ୍ୟାଳୟ ର ପ୍ରାକ୍ତନ ଅଧକ୍ଷ ପ୍ରମୋଦ ଦାସ , ଶିକ୍ଷାବିତି କୁଳମଣି ତ୍ରିପାଠୀ, ଓଡିଶା ଉଚ୍ଚ ନୟାଳୟାର ଆଡ଼ଭୋକେଟ ଦେବାଶିଷ ସାମଲ, ବାଣୀ କବି ଦୟାନିଧି ମିଶ୍ର, ଅଧ୍ୟାପକ ବିଜୟ ଦାସ, ପଣ୍ଡିତ ଲଷ୍ମୀଧର ମିଶ୍ର, ଆଦର୍ଶ ଶିକ୍ଷକ ଦିଗାମ୍ବର ସାହୁ, ପୂର୍ବତନ ପ୍ରଧାନ ଶିକ୍ଷକ ବାବାଜୀ ନାୟକ ,ନିରୋଦ ନାୟକ ,ସ୍ୱେଛାସେବୀ ସନ୍ତୋଷ ରାୟ, ଲଷ୍ମୀଧର ମାଝୀ , ଗୋକୁଳାନନ୍ଦ ପତି, ରମେଶ ପତି ,ଘନଶ୍ୟାମ ମହାନ୍ତି , ଗଜେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ନାୟକ ଙ୍କ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ନାୟକ ଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରା ଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.