Home ଜିଲ୍ଲା ପରିକ୍ରମା ସମାଜସେବୀ ରାମନାରାୟଣ ରାୟଙ୍କ ଜନ୍ମ ଜୟନ୍ତିରେ ଫଳ ବଂଟନ

ସମାଜସେବୀ ରାମନାରାୟଣ ରାୟଙ୍କ ଜନ୍ମ ଜୟନ୍ତିରେ ଫଳ ବଂଟନ

7

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଆଗରପଡା ଗଡସାହି ଗ୍ରାମର ବିଶିଷ୍ଟ ଗାନ୍ଧିବାଦୀ ତଥା ଆଧ୍ୟାମିôକବାଦୀ ମଣିଷ ରାମନାରାୟଣ ରାୟଙ୍କ ୯୦ ତମ ଜନ୍ମ ଜୟନ୍ତି ଅବସରରେ ଆଗରପଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ରୋଗୀ ଏବଂ ଗୋପିନାଥ ଜରାନିବାସର ଅନ୍ତେବାସୀ ମାନଙ୍କୁ ଫଳ ବଂଟନ କରାଯାଇଛି । ସକାଳେ ସ୍ଥାନୀୟ ଅନନ୍ତ ମାଧବ ଜିୟୁ ମନ୍ଦିରରେ ପୂଜାର୍ଚ୍ଚନା ପରେ ଡାକ୍ତରଖାନାରେ ଥିବା ରୋଗୀ ଏବଂ କର୍ମଚାରୀ ମାନଙ୍କୁ ଫଳ ବଂଟନ କରା ଯାଇଥିଲା । ପରେ କଲେଜଛକସ୍ଥିତ ଗୋପିନାଥ ଜରାନିବାସକୁ ଯାଇ ଫଳ ବଂଟନ କରା ଯାଇଥିଲା । ପରିବାରର ବ୍ୟବସାୟୀ ନୃସିଂହ କୁମାର ରାୟ,ହାଇକୋର୍ଟର ଆଇନ୍‌ଜିବୀ ମନୋଜ ରାୟ, ବ୍ୟବସାୟୀ ମାନସ ରାୟ ଏବଂ ଯୁବ ଶିଳ୍ପଦ୍ୟୋଗୀ ତାପସ ରାୟଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସେବା କାର୍ଯ୍ୟରେ ଆଗରପଡା ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ରାମଚନ୍ଦ୍ର ନାୟକ,ବିଜେପି ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ,ଗୋପାଳ କୃଷ୍ଣ ଦାଶ, ସମ୍ବାଦିକ ହେମନ୍ତ ସିଂହ, ପ୍ରଦୁମ୍ନ୍ୟ ପୁହାଣ, ଜିତେନ୍ଦ୍ର ଶତପଥି,ଅକ୍ଷୟ ସିଂହ, ଯୁବ ସମାଜସେବୀ ଅନିରୁଦ୍ଧ ସିଂହ, ଆଇଡିଆଲ୍ ୟୁଥ୍ କ୍ଲବ ସଭାପତି ମନ୍ମଥ ଦାସ,ବିଜ୍ଞାନ ଭୂଷଣ ମହାନ୍ତି, ସୁଶାନ୍ତ ଶତପଥି, ଅଶୋକ ପରିଡା, ରୁଗା ସିଂହ, ଜୟଦେବ ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶଯେ ଶ୍ରୀଯୁକ୍ତ ରାମ ନାରାୟଣ ପୂର୍ବତନ ବନ୍ତ ବ୍ଲକ କଂଗ୍ରେସ ସଭାପତି ସହ ତିନି ଥର ସରପଂଚ ଥିବା ବେଳେ ଆଗରପଡାର ପ୍ରସିଦ୍ଧ ଅନନ୍ତ ମାଧବ ଜିୟୁ ମନ୍ଦିର ଏବଂ ରଘୁନାଥ ଜିୟୁ ମନ୍ଦିରର ତତ୍ୱାବଧାରକ ଭାବେ କାର୍ଯ୍ୟ କରି ଆସୁଛନ୍ତି । ସେ ଅନ୍ୟାୟ, ଅନିତୀ ବିରୋଦ୍ଧରେ ଲୋକ ମାନଙ୍କୁ ସଚେତନ କରିବା ସହ ବିଶେଷ କରି ପିତା ମାତାଙ୍କୁ ସର୍ବଦା ସେବା ପୂଜା କରିବା ନେଇ ପରାମର୍ଶ ଦେଇ ଆସିଥାନ୍ତି । ସେ ଅମାୟିକ, ପରୋପକାରୀ ମଣିଷ ହୋଇଥିବାରୁ ତାଙ୍କୁ ଆଗରପଡା ଅଂଚଳର ଗାନ୍ଧୀ ବୋଲି ସମ୍ବୋଧନ କରିଥାନ୍ତି । ତାଙ୍କର ନବେତମ ଜନ୍ମ ଜୟନ୍ତିକୁ ବଶିଷ୍ଟ ବ୍ୟକ୍ତି ବିଶେଷ, ବିଭିନ୍ନ ସଂଗଠନ ମାନଙ୍କ ପକ୍ଷରୁ ଆଜକୁ ୬ ବର୍ଷ ଧରି ଜନ୍ମ ଜୟନ୍ତିକୁ ଧୁମ୍‌ଧାମରେ ପାଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.