Home ଜିଲ୍ଲା ପରିକ୍ରମା ସମାଜସେବୀ ବୈଦ୍ୟନାଥ ଦାଶଙ୍କ ସ୍ମୃତିଚାରଣ ସଭା

ସମାଜସେବୀ ବୈଦ୍ୟନାଥ ଦାଶଙ୍କ ସ୍ମୃତିଚାରଣ ସଭା

10

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିହିଡି ଅଂଚଳର ବର୍ଷିଆନ ସମାଜସେବୀ, ଘରୋଇ ଅମିନ,ତିହିଡି ଅଂଚଳର ବିଶିଷ୍ଟ କଳାକାର, ତିହିଡି ଅଞ୍ଚଳର ବହୁ ସାଂସ୍କୃତିକ ଅନୁଷ୍ଠାନର ପ୍ରତିଷ୍ଠାତା ବୈଦ୍ୟନାଥ ଦାଶଙ୍କ ସ୍ମୃତି ଚାରଣ ସଭା ତିହିଡି ବ୍ଲକ ଗୋବିନ୍ଦପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ତାଙ୍କ ପଇତପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ବୈଦ୍ୟନାଥ ଦାଶ ସତୁରୀ ଦଶକରେ କଲିକତାରେ ଏକ କ୍ଷୁଦ୍ର ବହି ଦୋକାନ କରି ବହୁ ଓଡିଆ ପିଲାଙ୍କୁ ମାଗଣାରେ ବହି ଯୋଗାଇବା ସହ ଓଡିଆ ଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ସେ କଲିକତାରେ ଓଡିଆ ମାନଙ୍କୁ ଏକାଠି କରୁଥିଲେ । କଲିକତାରୁ ଫେରି ନିଜ ପଂଚାୟତ ଅବିଭକ୍ତ ବାରସ ରେ ସେ ମାଗଣାରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ । ବାଦ୍ୟ, ସଂଗୀତ, ହାରମୋନିୟମ ଶିକ୍ଷା ସେ ପିଲାମାନଙ୍କୁ ଦେଉଥିଲେ । ବହୁ ଗରିବ ଲୋକଙ୍କ ଜମି ସେ ମାଗଣାରେ ମାପୁଥିଲେ । ଏକ ସଫଳ ଚାଷୀ ଭାବେ ଏକ ନିପଟ ମଫସଲରେ ସେ ପରିଚିତ ଥିଲେ । ଗୋବିନ୍ଦପୁର ଅଂଚଳର ଶିକ୍ଷା ଓ ଗମନାଗମନର ବିକାଶ ପାଇଁ ପ୍ରଶାସନ ପାଖରେ ସେ ସର୍ବଦା ଦାବି ଜଣାଉଥିଲେ । ତାଙ୍କ ମୃତ୍ୟୁରେ ଏକ ସ୍ମୃତିଚାରଣ ସଭା ଅବସରପ୍ରାପ୍ତ ଶିକ୍ଷକ ହରେକୃଷ୍ଣ ମହାକୁଡଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିଚାରଣ ସଭାରେ ସିପିଆଇ(ଏମ) ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଯୁବନେତା ବିକାଶ ନାଥ, ବରିଷ୍ଠ ସିପିଆଇ(ଏମ) ନେତା ମଳୟ ଭୋଇ, ବରିଷ୍ଠ ଆଇନଜୀବୀ ଶଶିଭୂଷଣ ପଣ୍ଡା, ଭଦ୍ରକ ଓକିଲ ସଂଘର ପୂର୍ବତନ ସଂପାଦକ ଦିବ୍ୟସିଂହ ନାୟକ, ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ ପାଢୀ, ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା ସଂପାଦକ ପ୍ରଭାସ ମହାପାତ୍ର, ଓଡିଶା କୃଷକ ସଭା ଚାନ୍ଦବାଲି ବ୍ଲକ ସଂପାଦକ ଅଶୋକ ବେହେରା, ଓଡିଶା କୃଷକ ସଭା ତିହିଡି ବ୍ଲକ ସଭାପତି ଭାଗବତ ସେନାପତି, କାଁପଡା ଗ୍ରାମ ପଞ୍ଚାୟତର ସିପିଆଇ(ଏମ) ଯୁବନେତା ଜ୍ୟୋତିର୍ମୟ ମଳିକ, ମହିଳା ନେତ୍ରୀ ସ୍ୱର୍ଣ୍ଣପ୍ରଭା ବଳ, ବିଜୟା ଲକ୍ଷ୍ମୀ ପାଢୀ, ସମାଜସେବୀ ଲକ୍ଷ୍ମୀଧର ବଳ, ଶିକ୍ଷାବିତ୍ ସୁରେନ୍ଦ୍ର ନାଥ ମାଝୀ, ଶିକ୍ଷାବିତ୍ ସନ୍ତୋଷ ଦାସ, କୃଷକ ନେତା ବ୍ରହ୍ମାନନ୍ଦ ପରିଡା, ଶିକ୍ଷାବିତ୍ ଗୟାଧର ବଳ, ଶିକ୍ଷାବିତ୍ ଗଙ୍ଗାଧର ସାହୁ, ଶିକ୍ଷାବିତ୍ ମହେଶ୍ୱର ମଲ୍ଲିକ, ଶିକ୍ଷାବିତ୍ ମହେଶ୍ୱର ଦାଶ, ବରିଷ୍ଠ ନାଗରିକ ନୃସିଂହ ଚରଣ ମହାକୁଡ, ଶିକ୍ଷାବିତ୍ ପ୍ରଦୀପ୍ତ କୁମାର ମିଶ୍ର, ଯୁବନେତା ମାନସ ରଞ୍ଜନ ନାୟକ, ଅବସରପ୍ରାପ୍ତ ଶିକ୍ଷକ ନିର୍ମଳ ଦଳେଇ, ଗୋବିନ୍ଦପୁର ପଂଚାୟତର ପୂର୍ବତନ ସରପଂଚ ମାନସ ରଞ୍ଜନ ସାହୁ, ଭାରତୀୟ ଜାତୀୟ କଂଗ୍ରେସ ପିରହାଟ ଜୋନ୍ ର ଯୁବନେତା ସର୍ବେଶ୍ୱର ବେହେରା, କୃଷକ ନେତା ସତ୍ୟମୂର୍ତି ବେହେରା ପ୍ରମୁଖ ଯୋଗଦେଇ ସମାଜସେବୀ ବୈଦ୍ୟନାଥ ଦାଶଙ୍କ ସରଳ ଜୀବନ ଚର୍ଯ୍ୟା ଓ ତାଙ୍କ ସମାଜବାଦ ଆଦର୍ଶ ସଂପର୍କରେ ଆଲୋଚନା କରିଥିଲେ । ଶେଷରେ ତାଙ୍କ ମଧ୍ୟମ ପୁତ୍ର ସିପିଆଇ(ଏମ) ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ତଥା ଆଇନଜୀବୀ ବିଷ୍ଣୁ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସ୍ମୃତିଚାରଣ ସଭାରେ ବୈଦନାଥ ବାବୁଙ୍କ ଜ୍ୟୋଷ୍ଠପୁତ୍ର ବ୍ରହ୍ମାନନ୍ଦ ଦାଶ, କନିଷ୍ଠ ପୁତ୍ର ମହେଶ୍ୱର ଦାଶ ଙ୍କ ସମେତ ତାଙ୍କ ବଂଧୁ ବାଂଧବ ପରିବାର ବର୍ଗ, ବହୁ ଶିକ୍ଷାବିତ୍‌, ଓକିଲ, ଆଶା ,ପାଚିକା , ସହାୟିକା, ଅଙ୍ଗନୱାଡି କର୍ମୀ, ନିର୍ମାଣ ଶ୍ରମିକ, ଚାଷୀ, ଭାଗଚାଷୀ, କ୍ଷେତମଜଦୂର ଓ ଶତାଧିକ ସାଧାରଣ ଜନତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.