ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଦଳାଙ୍ଗ ପଂଚାୟତ ସନ୍ତୋଷପୁର ( ରାମେଶ୍ୱରପୁର) ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଧର୍ମ ପରାୟଣ ବ୍ୟକ୍ତି ନିତ୍ୟାନନ୍ଦ ବେହେରା ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଶୋମବାର ଦିନ ଅନୁଷ୍ଟିତ ହୋଇଯାଇଛି। ସମାଜ ସେବୀ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ୱ କରିଥିବା ବେଳେ ପୂର୍ବତନ ପ୍ରଧାନ ଶିକ୍ଷକ ବିଶ୍ୱନାଥ ବେହେରା ସଂଯୋଜନା କରିଥିଲେ। ଏଥିରେ ଶିକ୍ଷକ ନେତା ଗୌରାଙ୍ଗ ବାରିକ,ପଣ୍ଡିତ ଦଇତାରୀ ମହାପାତ୍ର,ସାମ୍ବାଦିକ ନରେନ୍ଦ୍ର ସାମଲ, ପ୍ରଦୀପ କୁମାର ମହାପାତ୍ର,ନିତ୍ୟାନନ୍ଦ ଘଡାଇ,ରୂପକ ମିଶ୍ର,ନିରଞ୍ଜନ ପ୍ରଧାନ,କ୍ଷେତ୍ରବାସୀ ବାରିକ,ବିରେନ୍ଦ୍ର ବାରିକ,ମାନସ ସାହୁ, ରମାକାନ୍ତ ବେହେରା, ଅଭିମନ୍ୟୁ ମଲିକ, ରଘୁ ନାଥ କର,ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ବେହେରାଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସର ରେ ସ୍ୱର୍ଗତ ବେହେରା ଙ୍କ ପ୍ରତିମୂର୍ତର୍ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ଏହି ଅବସର ରେ ପୂର୍ବତନ ଅଧକ୍ଷ ଅଶୋକ ନାୟକ,ଶିକ୍ଷକ ନେତା ସୁରେନ୍ଦ୍ର ସେଠୀ,ଚାରୁଲତା ନାୟକ, ଏ ବି ଇ ଓ ଭୀମ ସେନ ହୋ,ସତ୍ୟ ସୁନ୍ଦର ପରିଡା ସମେତ ବିଶିଷ୍ଟ ବ୍ୟକ୍ତି ମାନେ ସ୍ୱର୍ଗତ ବେହେରା ଙ୍କ ପ୍ରରି ମୂର୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ,ପ୍ରଶାନ୍ତ ବେହେରା ସମସ୍ତ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।







