Home ଜିଲ୍ଲା ପରିକ୍ରମା ସମାଜସେବୀ ଚନ୍ଦ୍ରମଣି ସାର୍‌ଙ୍କ ଏକାଦଶାହରେ ସ୍ମୃତିସଭା

ସମାଜସେବୀ ଚନ୍ଦ୍ରମଣି ସାର୍‌ଙ୍କ ଏକାଦଶାହରେ ସ୍ମୃତିସଭା

18

ଭଦ୍ରକ, ୨ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଧାମନଗର ନିକଟସ୍ତ ଦକ୍ଷିଣବାଡ ଗ୍ରାମର ସମାଜସେବୀ ସ୍ୱର୍ଗତ ଚନ୍ଦ୍ରମଣି ଜେନାଙ୍କ ଏକାଦଶାହ କ୍ରିୟାରେ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଗାୟତ୍ରୀ ପଡିଆ ମହେଶ୍ୱର ସ୍ୱାଇଁ ଓ ସଚ୍ଚିକାନ୍ତ ପଣ୍ଡା ଙ୍କ ସଂଯୋଜନା ରେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ,ପୂର୍ବତନ ବିଧାୟକ ମୁକ୍ତି କାନ୍ତ ମଣ୍ଡଳ , ଆଡିଶିନାଲ ଏସ ପି ଅଂଶୁମାନ ଦ୍ୱିବେଦୀ, ଧାମନଗର ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା, ହେମେନ୍ଦ୍ର ନାଥ ମହାନ୍ତି, ଶିକ୍ଷାବିତ ରସାନନ୍ଦ ମହାପାତ୍ର, ଅଭିମନ୍ୟୁ ମଲ୍ଲିକ, ହୃଦାନନ୍ଦ କର, ନିରାକାର ଧଳ, ରାମଚନ୍ଦ୍ର ସାହୁ,କଂଗ୍ରେସ ନେତା ହୃଦାନନ୍ଦ ସେଠୀ,ବିଦ୍ୟାଧର ଜେନା ,ନରେନ୍ଦ୍ର ମଲିକ ସମେତ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ସ୍ୱର୍ଗତ ଚନ୍ଦ୍ରମଣି ଜେନାଙ୍କ ସ୍ମୃତିଚାରଣ କରିଥିଲାବେଳେ ସ୍ୱର୍ଗତ ଜେନାଙ୍କ ପୁଅ ଡା. ଅଜିତ ପ୍ରସାଦ ଜେନା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.