Home ଜିଲ୍ଲା ପରିକ୍ରମା ସମାଜସେବିକା ୰ କିରଣବାଳାଙ୍କ ସ୍ମୃତିରେ ବୈଶାଖୀ ଜଳଛତ୍ର ଉଦ୍‌ଘାଟିତ

ସମାଜସେବିକା ୰ କିରଣବାଳାଙ୍କ ସ୍ମୃତିରେ ବୈଶାଖୀ ଜଳଛତ୍ର ଉଦ୍‌ଘାଟିତ

27

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଧାରଣତଃ ବୈଶାଖ ମାସରେ ସରକାରୀ ଓ ବେସରକାରୀ ଭାବେ ସହର ଓ ଗ୍ରାମାଞ୍ଚଳର ବିଭିନ୍ନ ଛକ ଓ ଯାତାୟତ ରାସ୍ତା ପାଶ୍ୱର୍ରେ ତୃଷିତମାନଙ୍କ ଶୋଷ ମେଣ୍ଟାଇବା ପାଇଁ ଜଳଛତ୍ରମାନ ଖୋଲାଯାଇଥାଏ । ତେବେ ବିଗତ ବର୍ଷମାନଙ୍କ ଭଳି ଚଳିତବର୍ଷ ଭଦ୍ରକ ସହରର ବାଇପାସ୍‌ସ୍ଥିତ ଆରସି ବେହେରା ମେନସନ୍‌ରେ କୋବିଡ଼ କଟକଣା ମଧ୍ୟରେ ମହିୟସୀ ତଥା ଧର୍ମପରାୟଣା ଆଦର୍ଶ ମହିଳା ‘୰ କିରଣବାଳା ବେହେରା ସ୍ମୃତି ସଂସଦ’ ପକ୍ଷରୁ ଏକ ବୈଶାଖୀ ଜଳଛତ୍ର ଖୋଲାଯାଇଛି । ଏହି ଜଳଛତ୍ରରେ ଯାତାୟତ କରୁଥିବା ଲୋକମାନଙ୍କୁ ଥଣ୍ଡା ପାନୀୟ, ଲେମ୍ବୁପାଣି, ଦହି ସରବତ, ବେଲପଣା, ଟଙ୍କତୋରାଣି ସହ ଘୋଳ ଦହି ସରବତ ପ୍ରଦାନ କରାଯାଇଛି । ଭଦ୍ରକର ସହରର ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ରାମଚନ୍ଦ୍ର ବେହେରା ତାଙ୍କ ପତ୍ନୀ ୰ କିରଣବାଳାଙ୍କ ସ୍ମୃତିରେ ପ୍ରତ୍ୟେକବର୍ଷ ପଣା ସଂକ୍ରାନ୍ତି ଠାରୁ ଏହି ବୈଶାଖୀ ଜଳଛତ୍ର ଖୋଲି ତୃଷିତମାନଙ୍କର ତୃଷା ମେଣ୍ଟାଇଆସୁଛନ୍ତି । ଏଠାରେ ପାନୀୟ ଜଳ ସହ ଲୋକଙ୍କୁ ମାସ୍କ, ପଣା ଓ ଗରିବ ଲୋକଙ୍କୁ ଅନ୍ନ ଏବଂ ବସ୍ତ୍ରଦାନ କରାଯାଉଛି । ଏହି ଅବସରରେ ଶ୍ରୀ ବେହେରା ଜଳଛତ୍ରକୁ ଆସୁଥିବା ସାଧାରଣ ଲୋକଙ୍କୁ କୋଭିଡ୍‌ର ଦ୍ୱିତୀୟ ଲହରୀ ଆସିଥିବାରୁ ସରକାରଙ୍କ କରୋନା ନିୟମ ପାଳନ କରିବା ଦିଗରେ ସାମାଜିକ ଦୂରତା ରକ୍ଷା ପୂର୍ବକ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି । ଯାହାକୁ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ ମହଲରେ ସ୍ୱାଗତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.