Home ଓଡ଼ିଶା ସମସ୍ୟାଘେରରେ ଅଙ୍ଗନବାଡି ସୁପରଭାଇଜର(କଣ୍ଟାକଚୁଆଲ) କରୋନା ଯୋଦ୍ଧା ହୋଇକି ବି, ସମସ୍ୟାଘେରରେ

ସମସ୍ୟାଘେରରେ ଅଙ୍ଗନବାଡି ସୁପରଭାଇଜର(କଣ୍ଟାକଚୁଆଲ) କରୋନା ଯୋଦ୍ଧା ହୋଇକି ବି, ସମସ୍ୟାଘେରରେ

285

ହାଟଡିହି- ୭ /୫/ ସମସ୍ୟା ଘେରରେ ଅଛନ୍‌ତି କଣ୍ଟ୍ରାକ୍ଟଚୁଆଲ ଅଙ୍ଗନବାଡି ସୁପର ଭାଇଜର ମାନେ। ଦୀର୍ଘ ୮/୧୦ବର୍ଷ ହେଲା କମ ଦରମାରେ କାମ କରିଚାଲିଥିଲେବି ସେମାନଙ୍କ କଥା ବୁଝିବାକୁ ସରକାର ଆଦୌ ପଦକ୍ଷେପ ନେଉ ନାହାନ୍ତି। ସେମାନେ ଦୀର୍ଘ ୧୫ରୁ ୨୦ବର୍ଷ ଭାବେ ଅଙ୍ଗନବାଡି କର୍ମୀ ଭାବେ କାମ କରିବାପରେ ସେମାନଙ୍କୁ ଯୋଗ୍ୟତା ଭିତ୍ତିରେ ସୁପରଭାଇଜର ପଦବୀକୁ ପଦୋନ୍ନତି ଦେଇଥିଲେ। ପଦୋନ୍ନତିର ୬ବର୍ଷ ପରେ ସେମାନଙ୍କୁ ରେଗୁଲାର ସୁପରଭାଇଜର ଭାବେ ମାନ୍ୟତା ମିଳିବା କଥା। କିନ୍ତୁ ୮/୧୦ବର୍ଷ ହେଲା କଣ୍ଟ୍ରାକ୍ଟଚୁଆଲ ସୁପରଭାଇଜର ଭାବେ କାର୍ଯ୍ୟ କରିଚାଲୁଥିଲେବି ସେମାନଙ୍କୁ ନିଜର ହକ ମିଳିପାରୁନି। ଆଗରୁ ତିନି ମାସରେ ଥରେ ଦରମା ଦେଉଥିବା ବେଳେ ଏବେ କରୋନା ସମୟରେ ବି ସେମାନଙ୍କ ପାଇଁ ସରକାର ସୌଜନ୍ୟତା ଦେଖାଇ ନାହାନ୍ତି। ତିନି ମାସ ହେଲା ଦରମା ପାଇନଥିବାବେଳେ ଏବେ କରୋନା ଲକଡାଉନ ସମୟରେ ସେମାନେ ନ।।ନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ଏହି ଅଙ୍ଗନବାଡି ସୁପରଭାଇଜର ମାନେ। ସାରା ରାଜ୍ୟରେ ୫୫୩ଜଣ ଅଙ୍ଗନବାଡି ସୁପରଭାଇଜର (କଣ୍ଟ୍ରାକ୍ଟଚୁଆଲ) କାମ କରୁଥିବାବେଳେ ସମସ୍ତଙ୍କ ସମାନ ଅବସ୍ଥା।

 

କରୋନା ମୁକାବିଲା ପାଇଁ ସାରା ଦେଶ ଲକଡାଉନର ୩ୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି ସମୟରେ ଯେଭଳି ସାଧାରଣ ଗରିବ ଠାରୁ ଆରମ୍ଭ କରି କରୋନା ପାଇଁ ଲଢ଼ୁଥିବା ସମସ୍ତ କର୍ମଚାରୀ ଯଥା ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ଆଶା ଅଙ୍ଗନବାଡି କର୍ମୀ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସରକାର ବୀମାରାଶି ଘୋଷଣା କରିଦେଲେ। ଏପରିସ୍ଥଳେ ସମନ୍ୱିତ ଶିଶୁ ବିଭାଗକୁ ନନ କ୍ରିଟିକାଲ ବିଭାଗ ଘୋଷଣା କରିବାକୁ ପଛେଇଲେ ନାହିଁ। କିନ୍ତୁ ବିଭାଗକୁ ପ୍ରତିକ୍ଷେତ୍ରରେ କରୋନା ଯୋଦ୍ଧାର ଭୂମିକା ଗ୍ରହଣ କରିବା ପାଇଁ ସମସ୍ତ ଉଚ୍ଚ ପଦାଧିକାରୀ ସରକାରୀ ଚିଠି ବାହାର କରି କର ବା ମର ପରିସ୍ଥିତିରେ ଅଙ୍ଗନବାଡି ସୁପରଭାଇଜର ମାନଙ୍କୁ ଖଟାଉଛନ୍ତି। ସେହି ବିଭାଗରେ ରହିଥିବା ଗ୍ରାଜୁଏଟ କରି ଅଙ୍ଗନବାଡି ୱାର୍କର ମାନେ ଦୀର୍ଘ ୮ବର୍ଷରୁ ୧୦ବର୍ଷ ହେଲା ମହିଳା ପରିଦର୍ଶିକା ଭାବେ କାର୍ଯ୍ୟ କରି ଏବଂ କୋଭିଡ-୧୯ରେ ଘରଘର ବୁଲି ସର୍ଭେ କରୁଥିବାବେଳେ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହିତ ମିଶି କରୋନା ସଂକ୍ରମଣ ଅଞ୍ଚଳରେ ମହିଳା ପରିଦର୍ଶିକା ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ସେହିସବୁ ଅଞ୍ଚଳରେ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଗ୍ରାମ୍ୟ ସ୍ୱାସ୍ଥ୍ୟ ପୃଷ୍ଟି ଦିବସ, ଇମୁନାଇଜେସନ ଆଦି କାର୍ଯ୍ୟରେ ଖଟାଇ ଚାଲିଛନ୍ତି। ଦୀର୍ଘ ୮/୧୦ବର୍ଷ ହେଲା ଚୁକ୍ତି ଭିତ୍ତିକ କର୍ମଚାରୀ ରୁପେ ଖଟାଇ ରେଗୁଲାର କରିବାପାଇଁ ବାରମ୍ବାର ମିଛ ପ୍ରତିଶୃତ୍ତି ଦେଇ ଚାଲିଛନ୍ତି। ଜଣେ ରେଗୁଲାର ସୁପରଭାଇଜର ଠାରୁ ଆମ ମାନଙ୍କୁ କେଉଁ ଗୁଣରେ କମ ଖାଟାଉ ନାହାନ୍ତି। ସେପରି ସ୍ଥଳେ ଆମେ କଣ ପାଉଛୁ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଯଦି କରୋନା ଯୁଦ୍ଧରେ ଯୋଦ୍ଧାପରି କାମ କରି ଆମର ଯେ କିଛି ନହେବ ତାହାର ଗ୍ୟାରେଣ୍ଟି କିଏ ଦେବ। ଆମେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ସଂକ୍ରମିତ ଅଞ୍ଚଳରେ ସବୁବେଳେ କାମ କରିଚାଲିଛୁ। ଏପରିକି ସେମାନଙ୍କସଂଷ୍ପର୍ଶରେ ଯେ ନଆସିଥିବୁ ତାହା କିଏ କହିବ। ଯଦି ଏପରି କାମ କରୁ କରୁ ଆମର କିଛି ହୋଇଗଲା ସେଥିପାଇଁ ଆମ ପରିବାର ପାଇବ ବା କଣ। ସରକାର କରୋନା ଯୁଦ୍ଧରେ ସାମିଲ ସମସ୍ତ ଯୋଦ୍ଧାଙ୍କ ପାଇଁ ବୀମା ରାଶି ଘୋଷଣା କରିଦେଲେ କିନ୍ତୁ ଆମ ପାଇଁ ଭୁଲିଗଲେ କାହିଁକି ବୋଲି ସୁପରଭାଇଜର ମାନେ ପ୍ରଶ୍ନ କରିଛନ୍ତି। ରେଗୁଲାର ସୁପରଭାଇଜର ମାନେ ଆମ ମାନଙ୍କ ଠାରୁ ବହୁ ଗୁଣା ଦରମା ପାଇ ଆଳଶ୍ୟରେ ଦିନ ବିତାଉଥିବାବେଳେ ଆମର ସ୍ୱଳ୍ପ ଦରମାରେ କିପରି ଆମ ପରିବାର ଚଳାଇବୁ ଓ ପିଲାଛୁଆଙ୍କୁ ମଣିଷ କରିବୁ। ଯାହାବି ସରକାର ଦେଉଛନ୍ତି ତାହା ନିଜ ଖର୍ଚ୍ଚକୁ ନିଅଣ୍ଟ। ଏପରିସ୍ଥିତିରେ ମାସକୁ ମାସ ଦରମା ନଦେଇ ପ୍ରତି ୩/୪ମାସରେ ଥରେ ଦରମା ପ୍ରଦାନ କରୁଥିବାରୁ ଏହି ପରିଦର୍ଶିକାମାନେ ଘର ଚଳାଇବା ପାଇଁ କରିଥିବା ଧାରକରଜ ଟଙ୍କାର ସୁଧ ବାବଦକୁ ପଳାଇଯାଉଛି। ନା ଆମ ମାନଙ୍କ ଆର.ସି.ଏମର ବ୍ୟବସ୍ଥା ଅଛି ନା ଘରଭଡାର ବ୍ୟବସ୍ଥା। ଧାର କରଜକରି ଗାଡିରେ ତେଲ ପକାଇ ଆଉ ଜଣେ ପରିବାର ଲୋକକୁ ସାଥିକରି ଦିନରାତି କର୍ତ୍ତବ୍ୟ କରିଚାଲିଥିବା ସରକାର ଆମ ମାନଙ୍କ ପ୍ରତି ବୈମାତୃକ ମନୋଭାବ ଦେଖାଇ ଚାଲିଛନ୍ତି। ତଥାପି ଏହି କରୋନା ଲକଡାଉନ ସମୟରେ ପରିଦର୍ଶିକାମାନେ ନିଜ ସୁରକ୍ଷାକୁ ପଛରେ ପକାଇ କରୋନା ଯୁଦ୍ଧରେ ସାମିଲ ହୋଇ ଦିନରାତି କାମ କରିଚାଲିଛନ୍ତି। କିନ୍ତୁ ସରକାର ସେମାନଙ୍କ କଥା ଭୁଲିଯାଇଛନ୍ତି କେମିତି ବୋଲି ପରିଦର୍ଶିକାମାନେ ପ୍ରଶ୍ନ କରିଛନ୍ତି। ଏଣୁ ସରକାର ତୁରନ୍ତ ସେମାନଙ୍କ ଦାବିଗୁଡିକୁ ପୁରଣ କରିବା ଦିଗରେ ଦୃଷ୍ଟି ଦେବାକୁ ଅଙ୍ଗନବାଡି ସୁପରଭାଇଜର (କଣ୍ଟ୍ରାକ୍ଟଚୁଆଲ)ନିରୁପମା ରାଉତ, ଶକୁନ୍ତଳା ମହାନ୍ତି, ରେଣୁବାଳା ଜେନା, ପ୍ରଭାସିନୀ ଜେନା, ଜ୍ୟୋତ୍ସ୍ନାମୟୀ ଜେନା, କନକ ଲତା ଦାସ, କାଦମ୍ବିନୀ ଜେନା, ପୁଷ୍ପାଞ୍ଜଳୀ ଜେନା, ରମାମଣୀ ରାଉତ, ସ୍ନିଗ୍ଧା ଜେନା, ଛବିରାଣୀ ଜେନା, ମମତା ଜେନା, ସ୍ୱୀତାଶୁଂ ନାୟକ, ପ୍ରତିମା ଦଳେଇ, ଚନ୍ଦ୍ରମଣୀ ସେଠୀ, ସୁକାନ୍ତୀ ସେଠୀ, ଲୀଳାବତୀ ମହାନ୍ତ, ପଙ୍କଜିନୀ ନାୟକ, ସୁଶିଳା ନାୟକ, ସୁମତୀ ମହାନ୍ତ ପ୍ରମୁଖ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.