ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସମସ୍ତ ଙ୍କ ର ସହଯୋଗ ରହିଲେ ଧାମନଗର ର ବିକାଶ ହୋଇ ପାରିବ।ବିକଶିତ ଧାମନଗର ସ୍ୱପ୍ନ ସାକାର ହେବ। ଗାଁ ଗହଳିରେ ସହରର ସୁବିଧା ମିଳିବ। ଏ ଅଂଚଳରୁ ଜାତୀୟସ୍ତରର କ୍ରୀଡ଼ାବିତ ସୃଷ୍ଟି ହେବେ। ଶିକ୍ଷା ଭିତିଭୂମିର ବିକାଶ ଶୀର୍ଷ ସ୍ଥାନରେ ପହଞ୍ଚିବା ସହ ଐତିହାସିକ ସ୍ଥଳ ର ରୂପ ବଦଳିବ। ତା ସହିତ ଧାମନଗର ବାସୀ ସୁସ୍ଥ ଓ ସୁଖୀ ରହିବେ। ରାଜ୍ୟରେ ମୋହନ ସରକାରଙ୍କ ବର୍ଷ ପୂର୍ତି ଓ ମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ବର୍ଷକ ମଧ୍ୟରେ ଧାମନଗର ର ବିକାଶ ପାଇଁ କେଉଁ କେଉଁ ପଦକ୍ଷେପ ନେଇଛନ୍ତି, ସେନେଇ ଏକ ରିପୋର୍ଟ କାର୍ଡ ର ଉନ୍ମୋଚନ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଧାମନଗର ଏନ ଏ ସି କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏହାର ଉନ୍ମୋଚନ କରାଯାଇଛି। ଏହାସହ ଧାମନଗର ଏନ ଏ ସି ଓ ପଂଚାୟତ ସମିତିର ୫ ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମନ୍ତ୍ରୀ।ଏନ ଏ ସି ଅଂଚଳରେ ୩.୩୮ କୋଟି ଟଙ୍କାର ବ୍ୟୟରେ ହେବାକୁ ଥିବା ଗୋଶାଳା, ୩.୧୬ କୋଟି ଟଙ୍କାରେ ହେବାକୁ ଥିବା ଆଧୁନିକ ପାର୍କ ଓ ଆମ୍ପିଥିଏଟର, ମଳ ଉପଚାର କେନ୍ଦ୍ରର ଶିଳାନ୍ୟାସ କରାଯାଇଛି। ସେହିପରି ଧାମନଗର ବ୍ଲକ ଅଧିନରେ ବିଭିନ୍ନ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ଓ ବ୍ଲକ କାର୍ଯ୍ୟାଳୟ ପରିସରରେ କର୍ମଚାରୀଙ୍କ ପାଇଁ କମନ ରୁମ୍ ନିର୍ମାଣ ପ୍ରକଳ୍ପର ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି ମନ୍ତ୍ରୀ। ତା ସହିତ ୪୧୭ ଜଣ ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ)ର କାର୍ଯ୍ୟାଦେଶ ବଂଟନ କରିଛନ୍ତି ମନ୍ତ୍ରୀ। ଆୟୋଜିତ କାର୍ଯ୍ୟକ୍ରମରେ ଧାମନଗର ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନାୟକ ଙ୍କ ସଭାପତିତ୍ୱ ରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ,ଧାମନଗର ତହସିଲଦାର ଲୋକନାଥ ପ୍ରସାଦ ସେଠୀ, ବିଡ଼ିଓ ବନ ବିହାରି ଦିନ୍ଧା,ଧାମନଗର ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା, ଉପାଧ୍ୟକ୍ଷ ଏମ ଡି ନୁରାନି, ବ୍ଲକ ସାଂସଦ ପ୍ରତିନିଧି ମନୋଜ କୁମାର ମଲ୍ଲିକ, ଏନ ଏ ସି ପ୍ରତିନିଧି ସରୋଜ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
Home ଜିଲ୍ଲା ପରିକ୍ରମା ସମସ୍ତଙ୍କ ସହ ଭାଗିତା ରହିଲେ ଧାମନଗରର ବିକାଶ ହୋଇପାରିବ,ବିକଶିତ ଧାମନଗର ସ୍ୱପ୍ନ ସାକାର ପାଇଁ ବହୁମୁଖୀ...








