Home ଓଡ଼ିଶା ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଓ ଜୀବିକା ଯୋଗାଇଦେବା ଦାବିରେ ସିପିଆଇର ବିକ୍ଷୋଭ

ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଓ ଜୀବିକା ଯୋଗାଇଦେବା ଦାବିରେ ସିପିଆଇର ବିକ୍ଷୋଭ

79

ଭୁବନେଶ୍ୱର, ୨୦/୦୭ (ଓଡ଼ିଆ ପୁଅ) ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଜୀବନ, ଜୀବିକାର ଦାବି ନେଇ ଜୁଲାଇ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଦିଆଯାଇଥିବା ଡାକରାର ଅଂଶ ସ୍ୱରୂପ ଆଜି ଅଶୋକନଗରସ୍ଥିତ ଭଗବତୀ ଭବନ ସମ୍ମୁଖରେ ଏକ ପ୍ରତିବାଦ ଆନ୍ଦୋଳନ ସଂଗଠିତ ହୋଇଥିଲା। କରୋନା ମହାମାରୀ ମୁକାବିଲା ନାମରେ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ ଡାଉନ/ସଟ୍ ଡାଉନ ଘୋଷଣା କରି ଏହାର ସୁଯୋଗରେ ବିଭିନ୍ନ ଜନ ବିରୋଧି ଅଧ୍ୟାଦେଶ ଓ କାର୍ଯ୍ୟକ୍ରମ ଗ୍ରହଣ କରି ଲୋକଙ୍କର ଗଣତାନ୍ତ୍ରିକ ଅଧିକାର ଉପରେ ରୋକ୍ ଲଗାଇଛନ୍ତି। ସରକାରୀ ଡାକ୍ତରଖାନା ଆଉଟ୍‌ଡୋର ବନ୍ଦ କରି ଘରୋଇ ଡାକ୍ତରଖାନାମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ସ୍ୱୟଂ ମୁଖ୍ୟମନ୍ତ୍ରୀ ଏପ୍ରିଲ ୨୮ ତାରିଖରେ ପ୍ରତିଦିନ ୧୫ ହଜାର ରେଷ୍ଟିଂ କରିବାର ଘୋଷଣା କରିଥିଲେ ମଧ୍ୟ ଏବେ ଦିନକୁ ୩୦୦୦ ମଧ୍ୟ ଟେଷ୍ଟିଂ ହୋଇପାରୁ ନାହିଁ। ରାଜ୍ୟ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ରାଜ୍ୟରେ ୬୦ ଲକ୍ଷ ଲୋକ ଜୀବିକା ହରାଇଲେଣି ଓ ୧୦ଲକ୍ଷ ପ୍ରବାସୀ ଶ୍ରମିକ କାମଧନ୍ଦା ନ ପାଇ ଭୋକ ଉପାସରେ ରହୁଛନ୍ତି। ସରକାର ଚୁକ୍ତି ଭିତ୍ତିକ ଶ୍ରମିକମାନଙ୍କୁ ଛଟେଇ କରିବା ଓ ନୂଆ ନିଯୁକ୍ତି ନ ଦେବା ଘୋଷଣା କରିଛନ୍ତି। ଏହାର ପ୍ରତିବାଦ କରି ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା, ପ୍ରତ୍ୟେକ ପରିବାରକୁ ୧୦ କିଲୋ ରାସନ ସାମଗ୍ରୀ ଯୋଗାଇଦେବା, କୃଷି ଋଣ ଛାଡ଼ କରିବା, ମନରେଗାରେ ସମସ୍ତ ଲୋକଙ୍କୁ ୨୦୦ ଦିନର କାମ ଯୋଗାଇଦେବା, ପେଟ୍ରୋଲ, ଡିଜେଲ ଦର ବୃଦ୍ଧି କମାଇବା ସହ ନିତ୍ୟ ବ୍ୟବହାର୍ଯ୍ୟ ଦରଦାମ୍ ନିୟନ୍ତ୍ରଣ କରିବା, ମାଇକ୍ରୋ ଫାଇନାନ୍ସରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଋଣ ଛାଡ଼ କରିବା ପ୍ରଭୃତି ଦାବି କରାଯାଇଥିଲା।

ଏହି ଆନ୍ଦୋଳନରେ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ଜାତୀୟ କାର୍ଯ୍ୟକାରୀ କମିଟି ସଭ୍ୟ ରାମକୃଷ୍ଣ ପଣ୍ଡା, କାର୍ଯ୍ୟକାରୀ କମିଟି ସଭ୍ୟ ଜୟନ୍ତ ଦାସ, ସୁର ଜେନା, ବିଜୟ ଜେନା, ସତୀଶ ମିଶ୍ର, ଅଶୋକ ସାହୁ, କୈଳାସ ପୁହାଣ, ରୀତା ସେଠୀ ପ୍ରମୁଖ ନେତୃତ୍ୱ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.