Home ଜିଲ୍ଲା ପରିକ୍ରମା ସମସ୍ତଙ୍କର ପ୍ରିୟ ଥିଲେ କୁନି ସାର

ସମସ୍ତଙ୍କର ପ୍ରିୟ ଥିଲେ କୁନି ସାର

25

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସ୍ଥାନୀୟ ଦୁର୍ଗା ମନ୍ଦିର ପରିସରରେ ଅଧ୍ୟାପକ କୁମାର ପ୍ରିୟଦର୍ଶନ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅଧ୍ୟାପକ ଗାଗାରିନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଚାନ୍ଦବାଲିର ମାନ୍ୟବର ବିଧାୟକ ଡ଼. ବ୍ୟୋମକେଶ ରାୟ,ବି.ଡି.ଓ ସଂଜୀବ କୁମାର ମହାପାତ୍ର, ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ପୂର୍ଣ୍ଣ ଚନ୍ଦ୍ର ପାଣି, ବରିଷ୍ଠ ନେତା କାହ୍ନୁ ଚରଣ ବେହେରା,ସାହିତ୍ୟିକ ପ୍ରଫୁଲ୍ଲ କୁମାର ଦାସ,ଅଧ୍ୟକ୍ଷା ସ୍ନେହ ମଞ୍ଜରୀ ବେହେରା,ଶିକ୍ଷକ ନେତା ଅମୁଲ୍ୟ କୁମାର ରାଉତ ପ୍ରମୁଖ ଯୋଗ ଦେଇ ଅଧ୍ୟାପକ କୁମାର ପ୍ରିୟଦର୍ଶନ (କୁନି ସାର)ଙ୍କ ଅଧ୍ୟାପନା, ସାମାଜିକ,ସାଂସ୍କୃତିକ ଓ ସାଙ୍ଗଠନିକ କୀର୍ତି ଓ କୃତିତ୍ୱ ସମ୍ପର୍କରେ ମତ ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ କୁନି ସାର ସମସ୍ତଙ୍କର ପ୍ରିୟ ଥିଲେ ବୋଲି ସ୍ମୃତି ଚାରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ବିଶ୍ୱ କେଶରୀ ମହାନ୍ତି,ଅଭୟ ସାମଲ, ଅଧ୍ୟାପକ ସୁବାସ ନାୟକ,ଆଇନିଜୀ୍ୱୀ ରଜନୀକାନ୍ତ ମହାନ୍ତି,ରାଜ ନାରାୟଣ ନାୟକ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଶେଷରେ ପ୍ରାଧ୍ୟାପକ ନିମାଇଁ ଚରଣ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେବା ସହିତ ଆସନ୍ତା ଶ୍ରାଦ୍ଧ ବାର୍ଷିକୀରେ କୁମାର ପ୍ରିୟ ଦର୍ଶନଙ୍କ ସ୍ମୃତିରେ ଏକ ସ୍ମରଣିକା ପ୍ରକାଶିତ ହେବ ବୋଲି ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.