Home ଜିଲ୍ଲା ପରିକ୍ରମା ସମବାୟ ବ୍ୟାଙ୍କ ତିହିଡ଼ି ଶାଖା ପରିଚାଳକଙ୍କ ବଦଳି ବାତିଲ ଦାବି, ପ୍ରତୀକ ଧାରଣା ଦେଲେ ସମବାୟ...

ସମବାୟ ବ୍ୟାଙ୍କ ତିହିଡ଼ି ଶାଖା ପରିଚାଳକଙ୍କ ବଦଳି ବାତିଲ ଦାବି, ପ୍ରତୀକ ଧାରଣା ଦେଲେ ସମବାୟ ସମିତି ସଭାପତି ଓ ସମ୍ପାଦକ

20

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ଶାଖା ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳକ ସୁଶାନ୍ତ କୁମାର ପୁହାଣଙ୍କ ବଦଳି ବାତିଲ ଦାବି କରି ବ୍ଲକର ସମିତିର ସଭାପତି ଓ ସମ୍ପାଦକମାନେ ବ୍ୟାଙ୍କ ସାମ୍ନାରେ ବୁଧବାର ପ୍ରତୀକ ଧାରଣା ଦେଇଛନ୍ତି । ବଦଳି ଆଦେଶ ବାତିଲ କରାନଯିବା ଯାଏ ସେମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରତୀକ ଧାରଣା ଦେବା ସହ ନୂତନ ଶାଖା ପରିଚାଳକଙ୍କୁ କାର୍ଯ୍ୟରେ ଯୋଗଦାନ କରିବାକୁ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ସେମାନେ ଏ ସମ୍ପର୍କରେ ବାଲେଶ୍ୱର- ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତିଙ୍କ ସମେତ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବାସୁଦେବପୁର ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରି ବଦଳି ଆଦେଶ ବାତିଲ କରିବାକୁ ଦାବି ଜଣାଇଛନ୍ତି । ସଭାପତି ବିଜୟ କୁମାର ମହାପାତ୍ର, ନିତ୍ୟାନନ୍ଦ ବେହେରା, ଭାସ୍କର ଚନ୍ଦ୍ର ନାୟକ, ସୀମାରାଣୀ ବାରିକ, ଭାଗିରଥି ମଲିକ, ସତ୍ୟବ୍ରତ ନାୟକ, ରାଜେନ୍ଦ୍ର ଦାସ ସମ୍ପାଦକ ମନୋରଞ୍ଜନ ବଳ, ସଞ୍ଜୟ କୁମାର ନାୟକ, କାଳନ୍ଦୀ ଚରଣ ଦାସ, ଗୀତାଞ୍ଜଳି ଦାସ, କୃପାସିନ୍ଧୁ ଦାସ, ବିଶ୍ୱନାଥ ଖୁଣ୍ଟିଆ, ଶଙ୍କର୍ଷଣ ଜେନା, ପ୍ରଭାତ ବେହେରା, ଅମରେନ୍ଦ୍ର ନାୟକ, ରାଜେନ୍ଦ୍ର ବେହେରା, ମୁକ୍ତିକାନ୍ତ ଜେନା, ଗୋପିନାଥ ଭୂୟାଁ, ମାୟାଧର ବେହେରା, ଅଚ୍ୟୁତାନନ୍ଦ ମହାନ୍ତି ପ୍ରମୁଖ ଦର୍ଶାଇଛନ୍ତି ଯେ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ପୁହାଣଙ୍କ ସମୟରେ ତାଙ୍କ କାର୍ଯ୍ୟଦକ୍ଷତା ପାଇଁ ବ୍ୟାଙ୍କରେ ଯଥେଷ୍ଟ ଅଗ୍ରଗତି ଘଟିଛି । ଏହାଛଡା ସମବାୟ ସମିତିଗୁଡିକରେ ବହୁ ଉନ୍ନତି ଘଟିଥିବା ବେଳେ ତାଙ୍କର ସହଯୋଗ ମନୋବୃତ୍ତି ପାଇଁ ସମିତିରେ ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିଛି । ଚଳିତ ଆର୍ôଥକ ବର୍ଷରେ ଶାଖା ପରିଚାଳକଙ୍କ ବଦଳି ହେଲେ ଉଭୟ ବ୍ୟାଙ୍କ ଏବଂ ସମିତି ଗୁଡିକ କ୍ଷତିଗ୍ରସ୍ତ ହେବ ବୋଲି ଦର୍ଶାଯାଇଛନ୍ତି । ଏଥିସହିତ ତିହିଡ଼ି ଶାଖାକୁ ଯେଉଁ ଜୋନାଲ ବ୍ୟାଙ୍କ କରାଯାଇଛି ତାହା ଅନ୍ୟ ବ୍ଲକରେ ଥିବା ବ୍ୟାଙ୍କକୁ କରାଯାଉ ବୋଲି ସେମାନେ ମତ ଦେଇଛନ୍ତି । ବାଲେଶ୍ୱର ଜିଲାରେ ଅଦ୍ୟାବଧି କୌଣସି ବ୍ୟାଙ୍କକୁ ଜୋନାଲ କରାନଯାଇ ତିହିଡ଼ି ଶାଖାକୁ ଜୋନାଲ ବ୍ୟାଙ୍କ କରାଯାଇ ଉଦ୍ଦେଶ୍ୟମୂଳକ ଭାବେ ଶାଖା ପରିଚାଳକଙ୍କୁ ବଦଳି କରାଯାଇଛି ବୋଲି ମଧ୍ୟ ସେମାନେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.