Home ଜିଲ୍ଲା ପରିକ୍ରମା ସମବାୟ ବ୍ୟାଙ୍କ ଏ.ଟି.ଏମ. ଉଦଘାଟିତ

ସମବାୟ ବ୍ୟାଙ୍କ ଏ.ଟି.ଏମ. ଉଦଘାଟିତ

32

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା ପକ୍ଷରୁ ନୂତନ ଏ.ଟି.ଏମ. କାଉଣ୍ଟର ଆଜି ଉଦଘାଟିତ ହୋଇଯାଇଛି । ସ୍ଥ୍‌ାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି, ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା, ସମ୍ପାଦକ ଆଦିତ୍ୟ ପ୍ରସାଦ ପତି, ପରିଚାଳନା ବୋର୍ଡ ସଦସ୍ୟ ରମେଶ ଚନ୍ଦ୍ର ଭାରତୀ, ଶାଖା ପରିଚାଳକ ମାନସ ରଞ୍ଜନ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଟିଏମ କାଉଣ୍ଟର ଉଦଘାଟନ କରିଥିଲେ । ଏହି କାଉଣ୍ଟର କାର୍ଯ୍ୟକ୍ଷମ ହେବା ଦ୍ୱାରା ବ୍ୟାଙ୍କ ଶାଖାର ବ୍ୟବସାୟୀକ କାରବାର ଯଥେଷ୍ଟ ବୃଦ୍ଧି ପାଇବ ବୋଲି ଆଶା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶାଖା ଅନ୍ତର୍ଗତ ପ୍ରାଥମିକ ସେବା ସମବାୟ ସମିତିଗୁଡିକର ସମ୍ପାଦକ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବ୍ୟାଙ୍କର ସହପରିଚାଳନକ ଧନୁର୍ଦ୍ଧର ସାହୁ, କ୍ୟାସିଅର ଅଶୋକ ପଣ୍ଡା, କର୍ମଚାରୀ ପ୍ରଜ୍ଞାପରମିତା ମଲ୍ଲିକ, ଅଚ୍ୟୁତାନନ୍ଦ ପଲାଇ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.