Home Top News ସମବାୟ ବ୍ୟାଙ୍କ୍ ନିର୍ବାଚନରେ ବିଜେଡ଼ିର ସଫଳତା ଅବ୍ୟାହତ

ସମବାୟ ବ୍ୟାଙ୍କ୍ ନିର୍ବାଚନରେ ବିଜେଡ଼ିର ସଫଳତା ଅବ୍ୟାହତ

50

ପୁରୀ ୧୭-୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ପୁରୀ ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ପଦ ପାଇଁ ବୁଧବାର ବ୍ୟାଙ୍କ ପରିସରରେ ନିର୍ବାଚନ ଅନୁଷ୍ଠତ ହୋଇଥିଲା। ଉକ୍ତ ନିର୍ବାଚନରେ ବିଜେଡି ସାମର୍ଥତ ପ୍ରାର୍ଥୀ କିଶୋର କୁମାର ଛୋଟରାୟ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି। ବ୍ୟାଙ୍କର ୧୫ ଗୋଟି ସଭାପତି ପଦ ନିମନ୍ତେ ପୂର୍ବରୁ ଭୋଟ ହୋଇଥିଲା ଏଥିରେ ନିର୍ବାଚନରେ ୧୫ ଟି ଜୋନରୁ ୧୨ଟି ଜୋନରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ। ଦୁଇଟି ଜୋନରେ ବିଜେପି ସମର୍ଥିତ ଓ ଗୋଟିଏ ଜୋନରେ ମିଳିତ ମେଣ୍ଟ ପ୍ରାର୍ଥୀ ବିଜୟୀ ହୋଇଥିଲେ। ତେଣୁ ବ୍ୟାଙ୍କର ଅଧ୍ୟକ୍ଷ ପଦ ବିଜେଡ଼ି ଅତିଆର କରିବା ଏକ ପ୍ରକାର ନିଶ୍ଚିନ୍ତ ଥିଲା। ତେବେ ବୁଧବାର ଅନୁଷ୍ଠିତ ଅଧ୍ୟକ୍ଷ ନିର୍ବାଚନରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଶ୍ରୀ ଛୋଟରାୟ ୧୩ -୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଏ ବିଜୟ ପାଇଁ ଶ୍ରୀ ଛୋଟରାୟ ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କ ସହ ଜିଲ୍ଲାର ସମସ୍ତ ବିଜେଡ଼ି ବିଧାୟକ, ନେତା ଓ କର୍ମୀଙ୍କୁ ବିଜୟର ଶ୍ରେୟ ପ୍ରଦାନ କରିଛନ୍ତି। ବିଜୟ ପରେ ବ୍ୟାଙ୍କର ଉନ୍ନତି ଦିଗରେ କାର୍ଯ୍ୟ କରିବା ନେଇ କାମ କରିବେ ବୋଲି ଶ୍ରୀ ଛୋଟରାୟ କହିଛନ୍ତି। ନିର୍ବାଚନ ସମୟରେ ପୁରୀ ଜିଲ୍ଲା ପର୍ଯୟବେକ୍ଷକ ଭାବରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ବିଜେଡ଼ି ଜିଲ୍ଲା ସଭାପତି ମହେଶ୍ୱର ମହାନ୍ତି। ମନ୍ତ୍ରୀ ତୁଷାର କାନ୍ତି ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.