Home ଜିଲ୍ଲା ପରିକ୍ରମା ସମନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା ନବରଙ୍ଗପୁର ର ୭୭ ତମ ପ୍ରକଳ୍ପ ସ୍ତରୀୟ ବୈଠକ

ସମନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା ନବରଙ୍ଗପୁର ର ୭୭ ତମ ପ୍ରକଳ୍ପ ସ୍ତରୀୟ ବୈଠକ

50

ନବରଙ୍ଗପୁର ୨୯/୦୬ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) ନବରଙ୍ଗପୁର ସମନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା ର ୭୭ ତମ ପ୍ରକଳ୍ପ ସ୍ତରୀୟ ବୈଠକ ଓ ୭୪ ତମ ପରିଚାଳନା ମଣ୍ଡଳୀ ବୈଠକ ଆଜି ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ସଭା ଗୃହ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମାନ୍ୟବର ବିଧାୟକ ନବରଙ୍ଗପୁର ସଦାଶିବ ପ୍ରଧାନି, ମାନ୍ୟବର ବିଧାୟକ ଡ।ବୁଗାଁ ମନୋହର ରନ୍ଧାରି, ମାନ୍ୟବର ବିଧାୟକ ଝରିଗାଁ ପ୍ରକାଶ ଚନ୍ଦ୍ର ମାଝୀ, ମାନ୍ୟବର ଜିଲ୍ଲା ପରିଷଦ ସଭାପତି ମୋତିରାମ ନାୟକ, ମାନ୍ୟବର ସାଂସଦ ଲୋକସଭା ଙ୍କ ପ୍ରତିନିଧି ପ୍ରମୋଦ ପାଢ଼ୀ, ମାନ୍ୟବର ବିଧାୟକ ଉମରକୋଟ ଙ୍କ ପ୍ରତିନିଧି ସନ୍ତୋଷ ମହାପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରତ୍ନାକର ସାହୁ, ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା ଅଭିମନ୍ୟୁ ମାଝୀ, ଜିଲ୍ଲାର ସମସ୍ତ ବ୍ଲକ୍ ର ଅଧକ୍ଷ, ଅଧ୍ୟକ୍ଷା, ପରିଚାଳନା କମିଟି ର ସଦସ୍ୟ, ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ୨୦୨୧-୨୦୨୨ ଖର୍ଚ୍ଚ ବିବରଣୀ ଉପସ୍ଥାପନା କରାଯାଇଥିଲା। ଷ୍ଟେଟ ପ୍ଲାନ୍ ରେ ୪୫ ଲକ୍ଷ୍ୟ ଅନୁଦାନ ଆସିଥିବା ବେଳେ ଏଥିରୁ ନଅ ଟି ପ୍ରକଳ୍ପ ପାଇଁ ୪୦ ଲକ୍ଷ ଖର୍ଚ୍ଚ କରାଯାଇଛି। ନନ୍ ପ୍ଲାନ୍ ରେ ତିନି କୋଟି ୪୮ ଲକ୍ଷ ୬୦ ହଜାର ଟଙ୍କା ରେ ୧୧୬ ଟି ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ୩୯ ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ ଏବାବଦକୁ ଏକ କୋଟି ବାଇସ୍ ଲକ୍ଷ ୩୮ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ବିଜୁ କେ ବି କେ, ଯୋଜନାରେ ୭ କୋଟି ୩୫ ଲକ୍ଷ ଅନୁଦାନ ରୁ ୨୬ ଲକ୍ଷ ୨୧ ହଜାର ଟଙ୍କା ଖର୍ଚ୍ଚ ହୋଇଛି।୪୮ ଟି ପ୍ରକଳ୍ପ ମଧ୍ୟରୁ ୬ ଗୋଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ସେହିଭଳି କୋଭିଦ ଡ୍ ସଚେତନତା ପାଇଁ ୨୧ ଲକ୍ଷ ୫୧ ହଜାର ଟଙ୍କା ଅନୁଦାନ ଆସିଥିବା ବେଳେ ତାହା ଖର୍ଚ୍ଚ ହୋଇନାହିଁ। ଉକ୍ତ ଅନୁ ଦାନ କୁ ସ୍ୱାସ୍ଥ୍ୟ ବିଭାଗରେ ଖର୍ଚ୍ଚ କରିବା ପାଇଁ ସରକାର ଙ୍କୁ ଅନୁମତି ମାଗି ଖର୍ଚ୍ଚ କରିବା ପାଇଁ କମିଟିରେ ସ୍ଥିର କରାଯାଇଛି। ଏମ୍ ପି, ଓ ବିଧାୟକ ପାଣ୍ଠି, ବି କେ ବି କେ, ସ୍ଵତନ୍ତ୍ର ଉନ୍ନୟନ ପାଣ୍ଠି, ସ୍ଵତନ୍ତ୍ର ପ୍ରୋବ୍ଲେମ୍ ଫଣ୍ଡ, ପଞ୍ଚମ ଏସ ଫ୍ ସି ରେ ୧୦୯୦ ଟି ପ୍ରକଳ୍ପ ମଧ୍ୟରୁ ୩୮୨ ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି।୭୦୮ ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ରହିଛି।୨୬ କୋଟି ୭୧ ଲକ୍ଷ ୪୦ ହଜାର ଟଙ୍କା ମଧ୍ୟରୁ ୧୧ କୋଟି ୧୯ ଲକ୍ଷ ୫୬ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ୨୦୨୨- ୨୦୨୩ ଆର୍ଥିକ ବର୍ଷ ପାଇଁ ୪ କୋଟି ୭୪ ଲକ୍ଷ ୯୪ ହଜାର ଟଙ୍କା ସରକାରଙ୍କ ଠାରୁ ପ୍ରାପ୍ତ ହୋଇଛି। ଏବଂ ଉକ୍ତ ଟଙ୍କା ପ୍ରସ୍ତାବିତ ପ୍ରକଳ୍ପର ଅନୁମୋଦନ କ୍ରମେ ଖର୍ଚ୍ଚ କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା। କମିଟିର ସମସ୍ତ ସଦସ୍ୟ ନିଜ ନିଜ ର ପ୍ରୋ ପୋଜାଲ୍ ନିର୍ଦ୍ଧାରିତ ସମୟ ରେ ଦେବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ରତ୍ନାକର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.