Home କେନ୍ଦୁଝର ସମଣାରେ ମା ବ୍ରାହ୍ମଣୀଦେବୀ କ୍ରିକେଟ, ମୁକୁନ୍ଦପୁର ଚମ୍ପିୟନ

ସମଣାରେ ମା ବ୍ରାହ୍ମଣୀଦେବୀ କ୍ରିକେଟ, ମୁକୁନ୍ଦପୁର ଚମ୍ପିୟନ

60

ହାଟଡିହି-୭ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସମଣା କ୍ରିକେଟ କ୍ଲବ ଆନୁକୁଳ୍ୟରେ ଚାଲିଥିବା ମା ବ୍ରହ୍ମଣୀଦେବୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ମୋଟ ୮ଟି ଦଳ ଭାଗନେଇଥିବାବେଳେ ଆଜିର ଫାଇନାଲ ମ୍ୟାଚରେ ମୁକୁନ୍ଦପୁର କ୍ରିକେଟ କ୍ଲବ ତେମଳା କ୍ରିକେଟ କ୍ଲବକୁ ୬୧ରନରେ ପରାସ୍ତକରି ଚମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂକରି ମୁକୁନ୍ଦପୁର ନୁର୍ଦ୍ଧାରିତ ୧୫ଓଭରରେ ୧୧୧ରନ କରିଥିବାବେଳେ ତାର ଜବାବରେ ତେମଳା ମାତ୍ର ୪ରନରେ ସମସ୍ତ ଉଇକେଟ ହରାଇ ପରାସ୍ତ ହୋଇଥିଲା । ଅମ୍ପାୟାର ଭାବେ ଦେବରାଜ ହାତୀ ଓ ବସନ୍ତ ସାହା ଖେଳ ପରିଚାଳନା କରିଥିବାବେଳେ ପୁରସ୍କାର ବିତରଣୀ ମୁଖ୍ୟ ଅତିଥି ଭାବେ ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ପୁର୍ଣ୍ଣଚନ୍ଦ୍ର ନାୟକ ଓ ଅରୁଣ ସାହା ପ୍ରମୁଖ ଯୋଗଦେଇ ବିଜୟୀ ଦଳକୁ ପୁରସ୍କାର ପ୍ରଦାନ କରିଥିଲେ । ସୁନିଲ ସାହା, ଶାନ୍ତନୁ ସାହା, ପୁଅ ନନ୍ଦ, ବିଶ୍ପ ମହାନ୍ତି ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.