Home ଓଡ଼ିଶା ସମଗ୍ର ଶିକ୍ଷା-ଜଳ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

ସମଗ୍ର ଶିକ୍ଷା-ଜଳ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

156

– ଦେଶର ସବୁ ସ୍କୁଲରେ ଜଳ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ

ନୂଆ ଦିଲ୍ଲୀ ୯-୮ (ଓଡ଼ିଆ ପୁଅ) କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ ଶୁକ୍ରବାର ଅଗଷ୍ଟ ୯, ୨୦୧୯ରେ ‘ସମଗ୍ର ଶିକ୍ଷା-ଜଳ ସୁରକ୍ଷା’ ଅଭିଯାନର ଶୁଭାରମ୍ଭ କରିବେ। ଏହି ଅଭିଯାନ ଅନ୍ତର୍ଗତ ଦେଶର ସମସ୍ତ ସ୍କୁଲରେ ଜଳ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। ଦିଲ୍ଲୀ କ୍ୟାଂଟର କେନ୍ଦ୍ରୀୟ ବିଦ୍ୟାଳୟ ନଂ ୨ସ୍ଥିତ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ସମ୍ମିଳନୀ କକ୍ଷରେ ଏହି ବିଶାଳ ଅଭିଯାନ ଆରମ୍ଭ କରାଯିବ।

ଜଳ ସଂଚୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଅନୁପ୍ରାଣିତ ହୋଇ କେନ୍ଦ୍ର ସରକାର ଜଳ ଶକ୍ତି ଅଭିଯାନର ଶୁଭାରମ୍ଭ କରିଛନ୍ତି। ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଭିଯାନକୁ ଚୂଡ଼ାନ୍ତ ରୂପ ଦିଆଯିବ। ଛାତ୍ରଛାତ୍ରୀ ଜଳସଂରକ୍ଷଣର ଗୁରୁତ୍ୱ ସମ୍ପର୍କରେ ସଚେତନ ହୋଇପାରିଲେ ଅର୍ଥପୂର୍ଣ୍ଣ ଜୀବନ ନିର୍ବାହ କରିବା ସହିତ ଦୈନନ୍ଦିନ ଜୀବନରେ ଜଳ ସଂରକ୍ଷଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିବେ।

ମାନବ ସମ୍ବଳ ମନ୍ତ୍ରଣାଳୟ ଅଧୀନ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ପକ୍ଷରୁ ‘ସମଗ୍ର ଶିକ୍ଷା-ଜଳ ସୁରକ୍ଷା’ ଅଭିଯାନ ଆରମ୍ଭ କରାଯାଇଛି। ଦେଶର ସମସ୍ତ ସ୍କୁଲରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଭାଗ ପକ୍ଷରୁ ଏକ ବିସ୍ତୃତ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି।

୫ଟି ପ୍ରମୁଖ ଲକ୍ଷ୍ୟ :

୧. ଜଳ ସଂରକ୍ଷଣ ସମ୍ପର୍କରେ ଜାଣିବା ଲାଗି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା

୨. ଜଳାଭାବର ପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା

୩. ପ୍ରାକୃତିକ ଜଳ ଉତ୍ସର ସୁରକ୍ଷା ସମ୍ପର୍କରେ ଜାଣିବା ପାଇଁ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା

୪. ଦିନକୁ ସର୍ବନିମ୍ନ ଗୋଟିଏ ଲିଟର ଜଳ ସଂଚୟ ପାଇଁ ଛାତ୍ରଛାତ୍ରୀଙ୍କୁ ସହାୟତା କରିବା

୫ . ଘରେ ଏବଂ ସ୍କୁଲ୍ ରେ ଜଳର ସଦୁପଯୋଗ ଏବଂ ସର୍ବନିମ୍ନ ନଷ୍ଟ ପାଇ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବା

ଲକ୍ଷ୍ୟ :

ଜଣେ ଛାତ୍ର — ଗୋଟିଏ ଦିନ—ଗୋଟିଏ ଲିଟର ଜଳ ସଂଚୟ

ଜଣେ ଛାତ୍ର — ଗୋଟିଏ ବର୍ଷ — ୩୬୫ ଲିଟର ଜଳ ସଂଚୟ

ଜଣେ ଛାତ୍ର — ୧୦ ବର୍ଷ — ୩୬୫୦ ଲିଟର ଜଳ ସଂଚୟ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.