Home ଜିଲ୍ଲା ପରିକ୍ରମା ସମଗ୍ର ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ବିରୁଦ୍ଧରେ ଭଦ୍ରକ କିସାନ କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା ,କୃଷି...

ସମଗ୍ର ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ବିରୁଦ୍ଧରେ ଭଦ୍ରକ କିସାନ କଂଗ୍ରେସ ପକ୍ଷରୁ ପ୍ରତିବାଦ ସଭା ,କୃଷି ଓ ଯୋଗାଣ ମନ୍ତ୍ରୀଙ୍କ କୁଶ ପୁତଳିକା ଦାହ

3

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ କିସାନ କଂଗ୍ରେସ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ବିରୋଧରେ କୃଷକମାନଙ୍କର କ୍ରୋଧ ଓ ଅସନ୍ତୋଷକୁ ନେଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ବିଶେଷକରି କୃଷି ଓ ଯୋଗାଣ ମନ୍ତ୍ରୀଙ୍କ କୃଷକ ବିରୋଧୀ ବିବୃତିକୁ ନେଇ ସେମାନଙ୍କର କୁଶ ପୁତଳିକା ମଧ୍ୟ ଦାହ କରାଯାଇଛି। ପିସିସି କିସାନ କଂଗ୍ରେସ ଅଧ୍ୟକ୍ଷ ଅଭୟ ସାହୁଙ୍କ ଡାକରାରେ ଆଜି ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଭଦ୍ରକ କିସାନ କଂଗ୍ରେସ ସଭାପତି ପ୍ରସନ୍ନ କୁମାର ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ଏସସି ସେଲର ବିଦ୍ୟାଧର ସାହୁ, ପୂର୍ବତନ ଟାଉନ୍ କଂଗ୍ରେସ ସଭାପତି ଅବଦୁଲ ମୁକିତ୍ ଖାଁ, ରାଜ୍ୟ ଏସସି ସେଲର ସାଧାରଣ ସଂପାଦକ ରାଜେନ୍ଦ୍ର ଜେନା, ବରିଷ୍ଠ କଂଗ୍ରେସ ନେତା ପୀତବାସ ଧଳ, ଏସ୍‌ସି ସେଲର ଉପସଭାପତି ଜାନକୀ ମଲ୍ଲିକ, ସାଧାରଣ ସଂପାଦକ ହରିହର ମଣ୍ଡଳ, ପୂର୍ବତନ ସରପଂଚ ଶ୍ରୀକାନ୍ତ ପଣ୍ଡା, କଂଗ୍ରେସ ନେତା ପ୍ରମୋଦ କୁମାର ସ୍ୱାଇଁ, ପୂର୍ବତନ ସରପଂଚ ପରମାନନ୍ଦ ସାଏନ୍ତ, ସୁଧୀର କୁମାର ଖଟୁଆ, ରବିନ୍ଦ୍ର ମଲ୍ଲିକ, ରଂଜିତ ସାଏନ୍ତ, ଅଜୟ ମଲ୍ଲିକ, ଜଗନ୍ନାଥ ନାୟକ, ସନ୍ତୋଷ ଜେନା, ଏକିମୁଦ୍ଦିନ୍ ଖାଁ, ସୁଧାଂଶୁ ଶେଖର ଦାସ, ଶରତ ସୂତାର, ପିତାମ୍ବର ମାଝୀ, କେଶବାନନ୍ଦ ମହାପାତ୍ର, ହୃଦାନନ୍ଦ ସେଠୀ, କୃଷ୍ଣଚନ୍ଦ୍ର ଦାସ, ବାସୁଦେବ ରାଉତ, ଅବଦୁଲ ସଲିମ୍‌, ବୁଧିରାମ ଦାସ, ମିନାଜ କାଦ୍ରୀ, ସେକ୍ ମାଙ୍ଗା ପ୍ରମୁଖ ଯୋଗଦେଇ ସରକାରଙ୍କ ଚାଷୀ ବିରୋଧୀ ମନୋଭାବକୁ ନେଇ ଗର୍ଜିଥିଲେ। ଭଦ୍ରକ କିସାନ କଂଗ୍ରେସ ସଭାପତି ଶ୍ରୀ ଧଳ ନିଜ ବକ୍ତବ୍ୟରେ ସରକାର ଚାଷୀଙ୍କ ସମସ୍ୟା ପ୍ରଶମିତ ହେଲା ବୋଲି ମିଛ କହିଆସୁଥିବାବେଳେ ଏବେବି କୃଷକଟିଏ ରାସ୍ତା ଉପରେ ଧାନବସ୍ତା ରଖି ପ୍ରତିବାଦ କରୁଛି। ଆନ୍ଦୋଳନ ଥମିବାର ନା ଧରୁନଥିବାବେଳେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦଳ ମତ ନିର୍ବିଶେଷରେ ଚାଷୀ ମେଳି ବାନ୍ଧି ଧାନ କିଣାବିକାରେ ହେରଫେର ଓ କଟନୀ ଛଟନୀ ବିରୁଦ୍ଧରେ ପ୍ରତିବାଦ କରୁଛନ୍ତି। ଏଭଳି ସ୍ଥିତିରେ କିସାନ କଂଗ୍ରେସ ପକ୍ଷରୁ ବିଭିନ୍ନ ଜିଲା ଓ ବ୍ଲକ୍‌ମାନଙ୍କରେ ପଦଯାତ୍ରା ସହିତ ବିକ୍ଷୋଭ, ଘେରାଉ ଓ ଧାରଣାମାନ ସଂଗଠିତ ହେଉଛି। ଏଭଳି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ କିସାନ କଂଗ୍ରେସ ଚାଷୀମାନଙ୍କୁ ଆସନ୍ତା ଦିନରେ ଐକ୍ୟବଦ୍ଧ ହୋଇ ସଂଗ୍ରାମ ପାଇଁ ରାସ୍ତାକୁ ଓହ୍ଲାଇବାକୁ ଆହ୍ୱାନ ଦେଇଥିଲେ। ବିଶେଷକରି ଚାଷୀଙ୍କ ସମସ୍ୟା ତୀବ୍ର ହୋଇଥିବାବେଳେ ଉଭୟ କୃଷିମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କ ବିଭିନ୍ନ ସ୍ଥାନରେ ପ୍ରତିକୂଳ ବିବୃତି ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି ବୋଲି ସେ କହିଥିଲେ। ତେବେ ଆଜି ଏହି ପ୍ରତିବାଦ ସଭା ପୂର୍ବରୁ କିସାନ କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପ୍ରତିବାଦ ସଭାରେ ଯୋଗ ଦେଇଥିଲା। ଶେଷରେ ଉଭୟ ମନ୍ତ୍ରୀଙ୍କର କୁଶ ପୁତଳିକା ଦାହ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.