Home ଓଡ଼ିଶା ସମଗ୍ର ପଶ୍ଚିମ ଓଡ଼ିଶାରେ ପାରା ୪୦ଂ ଉପରେ : ସାଧାରଣ ଜୀବନଯାତ୍ରା ବ୍ୟାହତ

ସମଗ୍ର ପଶ୍ଚିମ ଓଡ଼ିଶାରେ ପାରା ୪୦ଂ ଉପରେ : ସାଧାରଣ ଜୀବନଯାତ୍ରା ବ୍ୟାହତ

791

ସମ୍ବଲପୁର, ୨୮/୪ – (ଓଡ଼ିଆ ପୁଅ) ସମଗ୍ର ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜାରି ରହିଛି। ଗତ କିଛି ଦିନ ହେଲା ତାପମାତ୍ରା ପ୍ରଖର ହେବାରେ ଲାଗିଛି। ଆଜି ରବିବାର ଦିନ ରାଜ୍ୟର ୧୬ଟି ସ୍ଥାନରେ ତାପମାତ୍ରା ୪୦ଂରୁ ଅଧିକ ରେକର୍ଡ଼ କରାଯାଇଛି। ପଶ୍ଚିମ ଓଡ଼ିଶା ବ୍ୟାପୀ ସମସ୍ତ ସ୍ଥାନରେ ତାପମାତ୍ରା ୪୦ଂ ଉପରେ ରହିଥିଲା। ଆଜି କୋଇଲା ଖଣି ସହର ତାଳଚେରରେ ତାପମାତ୍ରା ୪୬.୩ଂ ସେଲସିୟସକୁ ପହଞ୍ଚିଛି। ଟିଟିଲାଗଡ଼ର ତାପମାତ୍ରା ଗତକାଲି ତୁଳନାରେ ସାମାନ୍ୟ କମ୍ ଥିଲା। ଆଜି ଟିଟିଲାଗଡ଼ରେ ୪୪.୫ଂ ସେଲସିୟସ ତାପମାତ୍ରା ରେକର୍ଡ଼ କରାଯାଇଥିବା ବେଳେ ସମ୍ବଲପୁର ଓ ବଲାଙ୍ଗିରରେ ୪୩ଂ, ଝାରସୁଗୁଡ଼ାରେ ୪୩.୨ଂ, ସୁନ୍ଦରଗଡ଼ରେ ୪୧ଂ, ହୀରାକୁଦରେ ୪୧.୯ଂ, ଭବାନୀପାଟଣାରେ ୪୨.୫ଂ, ସୋନପୁରରେ ୪୧.୬ଂ, ଫୁଲବାଣୀରେ ୪୧.୮ଂ, କେନ୍ଦୁଝରରେ ୪୦.୬ଂ, ମାଲକାନଗିରିରେ ୪୧.୫ଂ ସର୍ବାଧିକ ତାପମାତ୍ରା ରେକର୍ଡ଼ କରାଯାଇଛି।

ଗତକାଲି ଶନିବାର ଦିନ ଅଞ୍ଚଳର ସମସ୍ତ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ଼ କରାଯାଇଥିଲା। ଗତକାଲି ବଲାଙ୍ଗିର ଜିଲ୍ଳାର ଟିଟିଲାଗଡ଼ରେ ରାଜ୍ୟ ସର୍ବାଧିକ ତାପମାତ୍ରା ୪୫ଂ ସେଲସିୟସ ରେକର୍ଡ଼ କରାଯାଇଛି। ଦିନବେଳାର ତାପମାତ୍ରା ବଲାଙ୍ଗିରରେ ୪୩.୫ଂ, ସୁବର୍ଣ୍ଣପୁରରେ ୪୩.୨ଂ, ଝାରସୁଗୁଡ଼ାରେ ୪୩ଂ, ସମ୍ବଲପୁରରେ ୪୨.୭ଂ, ଭବାନୀପାଟଣାରେ ୪୨.୬ଂ ଏବଂ ସୁନ୍ଦରଗଡ଼ ଓ ହୀରାକୁଦ ସହରରେ ଏହା ୪୨ଂ ସେଲସିୟସ ରହିଥିଲା। ଶୁକ୍ରବାର ତୁଳନାରେ ଏହି ସହରମାନଙ୍କରେ ତାପମାତ୍ରା ବୃଦ୍ଧି ପାଇଛି। ଆଗକୁ ଦୁଇ ତିନି ଦିନ ଏହି ଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ବଲାଙ୍ଗିର, ବୌଦ୍ଧ, ସୁବର୍ଣ୍ଣପୁର ଓ ବରଗଡ଼ରେ ଏହି ସମୟ ମଧ୍ୟରେ ଗ୍ରୀଷ୍ମର ପ୍ରକୋପ ଅଧିକ ଅନୁଭୂତ ହେବ। ତାପମାତ୍ରା ବୃଦ୍ଧି ପାଇଥିବାରୁ ସମ୍ବଲପୁର ଜିଲ୍ଳାରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସନ୍ଧ୍ୟା ପର୍ଯ୍ୟନ୍ତ ଖରା ଓ ପରେ ଝାଞ୍ଜି ପବନ ବୋହୁଥିବାରୁ ସାଧାରଣ ଲୋକ ଡହଳବିକଳ ହେଉଛନ୍ତି। ଦିନବେଳା ଜରୁରୀ କାମ ନଥିଲେ ଲୋକେ ଘର ବାହାରକୁ ବାହାରିବା ପାଇଁ ସାହସ କରୁନାହାନ୍ତି। ଆଜି ମଧ୍ୟ ରାସ୍ତାଘାଟ ଅପରାହ୍ନରୁ ପୂର୍ବାପେକ୍ଷା ଭିଡ଼ ପରିଲକ୍ଷିତ ହୋଇନାହିଁ। ଏଣେ ପ୍ରଖର ଖରା ଯୋଗୁଁ ନଦୀ, ଜୋର, ପୋଖରୀ ପ୍ରଭୃତି ଜଳାଶୟ ଓ ଜଳଉତ୍ସର ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ସହରର ବିଭିନ୍ନ ଅଞ୍ଚଳ, ବିଶେଷ କରି ଜନସ୍ୱାସ୍ଥ୍ୟ ବିଭାଗର ପାଇପ ସଂଯୋଗ ନଥିବା ଅଞ୍ଚଳରେ ଜଳାଭାବ ଦେଖାଦେଇଛି। ଏହାର ମୁକାବିଲା ପାଇଁ ବିଭାଗ ନିଜସ୍ୱ ପାଣି ଟ୍ୟାଙ୍କର ସହିତ ଅଧିକ ସଂଖ୍ୟକ ପାଣି ଟ୍ୟାଙ୍କର ଜଳ ବିତରଣ ପାଇଁ କାମରେ ଲଗାଇଛି। ଯେଉଁ ଠାରେ ଟ୍ୟାଙ୍କର ପହ‚ୁଛି ପାଣି ପାଇଁ ଲୋକେ ଗରିଆ, ବାଲଟି ଧରି ଲମ୍ବା ଧାଡ଼ିରେ ଠିଆ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.