Home କନ୍ଧମାଳ ସମଗ୍ର କନ୍ଧମାଳ ଜିଲାରେ ବିଜେପିର ଚିଠି ଚିରା ଆନ୍ଦୋଳନ

ସମଗ୍ର କନ୍ଧମାଳ ଜିଲାରେ ବିଜେପିର ଚିଠି ଚିରା ଆନ୍ଦୋଳନ

25

କନ୍ଧମାଳ, ୨୯/୧୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ବିଭିନ୍ନ ବ୍ଳକ ସ୍ତରରେ ବିଜେପି ପକ୍ଷରୁ ଚିଠି ଚିରା ଆନ୍ଦୋଳନ କରାଯିବା ସହିତ ଟିକାବାଲି ଠାରେ ବ୍ଳକ ମଧ୍ୟ ଘେରାଉ କରିଥିଲେ ବିଜେପି ନେତା ଓ କର୍ମୀମାନେ।ବିଜେପିର ଅଭିଯୋଗ ପ୍ରକାରେ, ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଙ୍କ ଘରେ ବିଜୁ ପକ୍କାଘର ନାମରେ ପୋଷ୍ଟର ମାରୁଥିବା ବେଳେ ପ୍ରତ୍ୟେକ ବାସଗୃହକୁ ବିଜୁ ପକ୍କାଘର ରାଜ୍ୟ ସରକାର ଯୋଗାଇଛନ୍ତି ବୋଲି ଏକ ଚିଠି ହିତାଧିକାରୀଙ୍କୁ ପ୍ରଦାନ କରୁଛନ୍ତି। ଯାହାକୁ ନେଇ କନ୍ଧମାଳ ବିଜେପି ତରଫରୁ ସେସବୁ ମିଥ୍ୟା ଚିଠି ବୋଲି ଦର୍ଶାଯାଇ ଆଜି ସମଗ୍ର ଜିଲାର ବ୍ଳକ ସମ୍ମୁଖରେ ଚିଠି ଚିରିବା ଆନ୍ଦୋଳନ କରିଥିଲା। ଜିଲାର ବାଲିଗୁଡ଼ା, ଜି.ଉଦୟଗିରି, ଖଜୁରିପଡ଼ା ଭଳି ବିଭିନ୍ନ ବ୍ଳକ ସ୍ତରରେ ଏହି ଆନ୍ଦୋଳନ ହୋଇଥିଲା। ଜିଲାର ଖଜୁରିପଡ଼ା, ଟିକାବାଲି, ଜି.ଉଦୟଗିରି, ଦାରିଙ୍ଗବାଡ଼ି ଭଳି ସମସ୍ତ ଅଞ୍ଚଳରେ ଏହି ଆନ୍ଦୋଳନ ହୋଇଥିଲା। ସମସ୍ତ ମଣ୍ଡଳ ସଭାପତିଙ୍କ ନେତୃତ୍ୱରେ ବିଜେପିର ବହୁ ବରିଷ୍ଠ ନେତା ଓ କର୍ମୀମାନେ ଏଥିରେ ସାମିଲ୍ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.