Home ଜିଲ୍ଲା ପରିକ୍ରମା ସବୁଜ ବନାନୀ ପାଇଁ ସକଳ୍ପ ବଦ୍ଧ ହୋଇ ବୃକ୍ଷ ରୋପଣ କରନ୍ତୁ : ଜିଲ୍ଲାପାଳ

ସବୁଜ ବନାନୀ ପାଇଁ ସକଳ୍ପ ବଦ୍ଧ ହୋଇ ବୃକ୍ଷ ରୋପଣ କରନ୍ତୁ : ଜିଲ୍ଲାପାଳ

14

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ପ୍ରତି ପରିବେଶ ପ୍ରଦୂଷଣ ଜନିତ ସମସ୍ୟା ଏବେ ସମସ୍ତଙ୍କ ପାଇଁ ନୂଆ ଚିନ୍ତାର କାରଣ ହୋଇଛି। ତେଣୁ ଏହି ଚିନ୍ତାରୁ ମୁକୁଳିବାକୁ ହେଲେ ସମସ୍ତେ ସଂକଳ୍ପ ବଦ୍ଧ ହୋଇ ପ୍ରତି ବର୍ଷ ବୃକ୍ଷ ରୋପଣ କରି ସବୁଜ ବନାନୀ ସୃଷ୍ଟି କରନ୍ତୁ ବୋଲି ମା ପାଇଁ ଗଛ ଟିଏ ଅଭିଯାନ ରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଈ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ମତବ୍ୟକ୍ତ କରିଛନ୍ତି। ଏହି ଉପଲକ୍ଷେ ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ ବୋଡ଼କ ଠାରେ ଥିବା ନାୟକାଣୀ ଉଚ୍ଚ ବିଦ୍ୟାଳୟ ମେରା ଯୁବ ଭାରତ ସଂଗଠନ ସହଯୋଗ ରେ ଶୁଭମ ସ୍ୱେଛାସେବୀ ସଂଗଠନ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ବୈକୁଣ୍ଠ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସାମ୍ପ୍ରତିକ ପରିସ୍ଥିତି ରେ ବୃକ୍ଷ ରୋପଣ ର ଆବଶ୍ୟକତା ଶୀର୍ଷକ ଆଲୋଚନା ଚକ୍ର ଚକ୍ର ରେ ମୂଖ୍ୟ ବକ୍ତା ଭାବେ କୃଷି କବି ଇଂ ଅରୁଣ କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ ତିହିଡି ବିଡ଼ିଓ ନିରଞ୍ଜନ ବାରିକ, ଉଦ୍ୟାନ ବିଭାଗ ର ଉପ ନିର୍ଦେଶକ ହୃଦୟ ରଞ୍ଜନ ଜେନା, ମେରା ଯୁବ ଭାରତ ର ଜିଲ୍ଲା ସଂଯୋଜକ ଏମ ବିଗ୍ନେଶ, ତ୍ୟାଗ ଭୂମି ସଭାପତି ଅଜୟ କୁମାର ନାୟକ, ପୂର୍ବତନ ସରପଂଚ ଗୋଲକ ଚନ୍ଦ୍ର ସାମଲ.ସମିତି ସଭ୍ୟ ଜୟ ପ୍ରକାଶ ମଲ୍ଲିକ, ସରପଂଚ ପ୍ରତିନିଧି ବିଷ୍ଣୁ ମୋହନ ଜେନା ପ୍ରମୁଖ ଯୋଗ ଦେଈ ପରିବେଶ ପ୍ରଦୂଷଣ ଯୋଗୁଁ କିପରି ଉତାପ ବୃଦ୍ଧି ହୋଇଛି ଏବଂ ଜଳ ବାୟୁ ର ଘୋର ପରିବର୍ତନ ଦେଖା ଯାଇ ମାନବ ସମାଜ କୁ ହନ୍ତ ସନ୍ତ କରୁଛି ସେ ବିଷୟ ରେ କହିବା ସହିତ ଏବେ ଠୁ ମା କୁ ଯେପରି ଭଲ ପାଉ ଛନ୍ତି ସେହିପରି ପରିବେଶ କୁ ଭଲ ପାଇଁ ଗଛ ଟିଏ ଲଗାଇବାର ମାନସିକତା ସୃଷ୍ଟି ହ୍ୱୋ ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ଆଦର୍ଶ ପ୍ରଧାନ ଶିକ୍ଷକ ଭାବେ ନାୟକଣୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରା, ପରିବେଶ ବିତ ଶରତ ଚନ୍ଦ୍ର ଜେନା ଏବଂ ଅକ୍ଷୟ ମହାନ୍ତି ଙ୍କୁ ସ୍ମାରକୀ ଫଳକ, ପୁଷ୍ପ ଗୁଚ୍ଛ ଏବଂ ଉତରୀୟ ଦେଇ ଜିଲ୍ଲାପାଳ ପୁରସ୍କୃତ କରିବା ସହିତ ପରିବେଶ ସଚେତନତା ଉପରେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ। ପ୍ରାରମ୍ଭ ରେ ସଂଗଠନ ର ବରିଷ୍ଟ ସଦସ୍ୟ ଆନନ୍ଦ ଚନ୍ଦ୍ର ପଲେଇ ଅତିଥି ପରିଚୟ, ସଭାପତି ହୃଷିକେଶ ବାରିକ ସ୍ୱାଗତ ଭାଷଣ ଏବଂ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲା ବେଳେ ଉପ ସଭାପତି ଆନନ୍ଦ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ ଜିଲ୍ଲାପାଳ ଓ ଅନ୍ୟ ସମସ୍ତ ଅତିଥି ମାନଙ୍କ ଦ୍ୱାରା କରାଯାଇଥିଲା। ବିଭିନ୍ନ କାର୍ଯ୍ୟକ୍ରମ କୁ ସଂଗଠନ ର ସମ୍ପାଦକ ନରେନ୍ଦ୍ର ସାମଲ, ଲଷ୍ମୀଧର ରାଉଳ.ସନାତନ ଜେନା, ବାବାଜୀ ଚରଣ ଭଞ୍ଜ ଚକ୍ରଧର ଜେନା ପ୍ରମୁଖ ଙ୍କ ସହିତ ବିଦ୍ୟାଳୟ ର ଶିକ୍ଷକ ମାନେ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.