Home ଜିଲ୍ଲା ପରିକ୍ରମା ସଫେଇ କର୍ମଚାରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଚେୟାରମ୍ୟାନ୍‌

ସଫେଇ କର୍ମଚାରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଚେୟାରମ୍ୟାନ୍‌

55

ନୟାଗଡ/୧୧/୦୮(ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ପୁରପଲ୍ଲୀରେ ରକ୍ଷା ବନ୍ଧନ ଉତ୍ସବ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଅଛି। ବିଶେଷ ଭାବରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇ ଭାଇର ଦୀର୍ଘ ଜୀବନ କାମନା କରିବା ସହ ଭାଇ ହାତରେ ନିଜ ଜୀବନ ସୁରକ୍ଷିତ ଆଶା କରିଥାଏ। ରଣପୁର ଅଂଚଳର ୭୨ ଜଣ ସଫେଇ କର୍ମଚାରୀ ପରିବେଶ କୁ ସଫା କରି ଜନସାଧାରଣ ଙ୍କୁ ବିଭିନ୍ନ ଦୂରାରୋଗ୍ୟ ବ୍ୟାଧି ରୁ ରକ୍ଷା କରିଥାନ୍ତି।

ରଣପୁର ବିଜ୍ଞାପିତ ପରିଷଦ ଅଧକ୍ଷା ରଙ୍ଗୀନ୍ ମହାନ୍ତି ସଫେଇ କର୍ମଚାରୀ ଙ୍କ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କ ଦୀର୍ଘ ଜୀବନ କାମନା କରିବା ସହ ସେମାନଙ୍କ ଠାରୁ ରଣପୁରକୁ ସଫାସୁତୁରା ଆଶା କରିଛନ୍ତି। ସେହିଭଳି ଭାବରେ ଓମ୍ ଶାନ୍ତି ସଙ୍ଗଠନ ତରଫରୁ ବିଭିନ୍ନ ଅଫିସ୍, ଘରୋଇ ପ୍ରତିଷ୍ଠାନ ବୁଲି ବୁଲି ରାକ୍ଷୀ ବାନ୍ଧିଥିବା ଜଣାପଡିଛି। ମଧ୍ୟାନ୍ନ ରେ ଓମ୍ ଶାନ୍ତି କାର୍ଯ୍ୟାଳୟରେ ଏକ ବୈଠକ କରି ପବିତ୍ର ରାକ୍ଷୀ ବନ୍ଧନ ଉତ୍ସବରେ ଭାଇ ଭାଉଣୀର ନିବିଡ ସର୍ମ୍ପକ ବିଷୟରେ ଆଲୋଚନା କରାଯାଇଥିଲା। ପ୍ରତି ପରିବାର ରେ ପିଠାପଣା ଓ ମିଷ୍ଠାନ୍ନର ଆସର ଜମିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.