Home ଜିଲ୍ଲା ପରିକ୍ରମା ସଫଳ ହେଲା ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର, ଆଶୁ ଆରୋଗ୍ୟ କାମନା କରି ଜାଳିଲେ ଦୀପାଳୀ

ସଫଳ ହେଲା ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର, ଆଶୁ ଆରୋଗ୍ୟ କାମନା କରି ଜାଳିଲେ ଦୀପାଳୀ

29

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜୁ ଜନତା ଦଳର ଜନନେତା, ଜନନାୟକ,ସୁପ୍ରିମୋ ବିରୋଧୀ ଦଳର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାରିରୀକ ଅସୁସ୍ଥତା ଯୋଗୁଁ ଆଜି ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର ହୋଇଛି। ଏହାପରେ ଆଶୁ ଆରୋଗ୍ୟ କାମନା କରି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବନ୍ତ ବ୍ଲକ୍ ଅନ୍ତର୍ଗତ ଅଣିଜ ଗ୍ରାମ ପଂଚାୟତ ସ୍ଥିତ ବାବା ସିନ୍ଧୁକେଶ୍ୱର ପୀଠରେ ସମୂହ ଦୀପ ଦାନ କରିଛନ୍ତି ନବୀନ ପଟ୍ଟନାୟକ ଙ୍କ ଶୁଭେଚ୍ଛୁ ତଥା ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ। ଏବଂ ବାବା ସିନ୍ଧୁକେଶ୍ୱର ନିକଟରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବନ୍ତ ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇଙ୍କ ସମେତ ବିଜୁ ଯୁବ ଛାତ୍ର ମହିଳା ଜନତା ଦଳ ର ସମସ୍ତ କର୍ମକର୍ତା ବନ୍ତ ବ୍ଲକ୍ ର ବିଜେଡ଼ି ସଭାପତି ଙ୍କ ସମେତ ତୂଣମୂଳ ସ୍ତରୀୟ କର୍ମକର୍ତା ଶଙ୍ଖ ସଙ୍ଗଠନ ସୈନିକ ଓ ଅନ୍ୟାନ୍ୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.