Home ଅପରାଧ ସନ୍ଦେହ ଜନକ ଭାବେ ଏକ ପଡିଆରୁ ଯୁବକର ମୃତଦେହ ଉଦ୍ଧାର

ସନ୍ଦେହ ଜନକ ଭାବେ ଏକ ପଡିଆରୁ ଯୁବକର ମୃତଦେହ ଉଦ୍ଧାର

64

ଭାଯାଜପୁର୨ା୬ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ସଦର ଥାନା ମହମଦାପୁର ଇଟାଭାଟି ହେଉଥିବା ପଡିଆ ମଧ୍ୟରୁ ସ୍ଥାନୀୟ ଲୋକମାନେ ଜଣେ ଯୁବକର ମୃତଦେଡ ଠାବ କରିଥବବା ସୂଚନା ମିଳିଛି। ମୃତ ଯୁବକ ଜଣକ କଣ୍ଟିଆ ସାହି ରାଜକିଶୋର ଖୁଣ୍ଟିଆଙ୍କ ପୁଅ ବିଦ୍ୟାଧର ଖୁଣ୍ଟିଆ(୨୮) ବୋଲି ଗ୍ରାମବାସୀ ମାନେ ଚିହ୍ନଟ କରିଛନ୍ତି। ମୃତ ଯୁବକକୁ ହତ୍ୟା କରାଯାଇଛି ସ୍ୱଭାବିକ ମୃତ୍ୟୁ ହୋଇଛି ତାହାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

ପରିବାର ଲୋକଙ୍କ କହିବା ଅନୁଯାୟୀ ଗତକାଲି ରାତିରୁ ବିଦ୍ୟାଧର ଘରୁ ବାହାରି ପରେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକ ବହୁତ ଖୋଜାଖୋଜି କରିଥିଲେ ବି ତାଙ୍କୁ ପାଇନଥିଲେ।

ଆଜି ସକାଳୁ ତାଙ୍କ ମୃତଦେହକୁ ଦେଖି ସ୍ଥାନୀୟ ଲୋକେ ଥାନାକୁ ଖବର ଦେଇଥିଲେ ଜ୍ଝ ତେବେ ତାଙ୍କୁ ହତ୍ୟା କରି ମାରି ଦିଆଯାଇଛି ବୋଲି ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି। ତେବେ ଏହା ହତ୍ୟା ନା ଅନ୍ୟ କିଛି କାରଣ ଅଛି ତା ଏ ପର୍ୟ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଘଟଣାସ୍ଥଳରେ ଯାଜପୁର ସଦର ଥାନା ଅଧିକାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.