Home ଓଡ଼ିଶା ସନ୍ଦେହଘେରରେ ଜିଏସଟି ବିଭାଗ: ପୂର୍ବତନ ବିଧାୟକ

ସନ୍ଦେହଘେରରେ ଜିଏସଟି ବିଭାଗ: ପୂର୍ବତନ ବିଧାୟକ

981

ରାଉରକେଲା ୮-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) ଗତ ମଇ ୨୮ ତାରିଖରେ ସଂଧ୍ୟାରେ ବ୍ୟସ୍ତବହୁଳ ହନୁମାନ ବାଟିକା ଛକ ଓ ହାଇଟେକ ଛକ ମଧ୍ୟରେ େହୋଇଥିବା ପ୍ରାୟୋଜିତ ଲୁଟରେ ଆନ୍ତରାଜ୍ୟ ଜିଏସଟି ଚୋର ଜଡ଼ିତୁ ଥିବା ପୁଲିସ ଅନୁସନ୍ଧାନରୁ ଜାଣି ପାରିଥିଲେ ମଧ୍ୟ ସ୍ଥାନୀୟ ବିଭାଗୀୟ ଅଧିକାରୀ ପୁଲିସ ମୁଖ୍ୟ ଆସାମୀକୁ ନ ଧରିବା ବିଭାଗର କାର୍ଯ୍ୟକଳାପ ଉପରେ ସନ୍ଦେହ ଘନଉଛି। ବାସ୍ତବିକ ଶିଳ୍ପସମୃଦ୍ଧ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟରତ ଜିଏସଟି ଅଧିକାରୀ, ବିକ୍ରିକର ଅଧିକାରୀ, କିଛି ସମବାୟ ଓ ଘରୋଇ ବ୍ୟାଙ୍କ ଅଧିକାରୀଙ୍କ ଅସାଧୁ ମେଂଟ ଦ୍ୱାରା ସରକାର ବାର୍ଷିକ ପ୍ରାୟ ୧୦ ହଜାର କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି। ଏଥିପାଇଁ ଉକ୍ତ ଅଧିକାରୀ ମାନେ ମୋଟା ଅଙ୍କର ଉତ୍କୋଚ ମଧ୍ୟ ନେଉଛନ୍ତି ଓ ଅପରପକ୍ଷରେ ନିରୀହ ଲୋକ ମାନେ ବିପଦ ମୁହଁକୁ ଠେଲି ହୋଇଯାଉଛନ୍ତି ବୋଲି ରାଉରକେଲାର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ପ୍ରଭାତ ମହାପାତ୍ର ସେକ୍ଟର-୪ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଜିଏସଟି ବିଭାଗ ଉଚିତ କାର୍ଯ୍ୟାନୁଷ୍ଠାନ ନ ନେଲେ ଉକ୍ତ ଜିଏସଟି କାର୍ଯ୍ୟାଳୟ ସମେତ ଅନ୍ୟ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ତାଲା ପକାଇ ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଶ୍ରୀ ମହାପାତ୍ରଙ୍କ ଅନୁଯାୟୀ, ଜିଲ୍ଲାର ସ୍କ୍ରାପ ମାଫିଆ, ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଶିଳ୍ପପତିଙ୍କ ସହ ଅସାଧୁ ମେଂଟ କରି ଜିଏସଟି ଅଧିକାରୀଙ୍କୁ ହାତବାରିସି କରି ଗୋଦାମ ଓ କାର୍ଯ୍ୟାଳୟର ମିଥ୍ୟା ତଥ୍ୟ ଦେଇ ତଳିଆ କର୍ମଚାରୀ, ଡ୍ରାଇଭର ଆଦିଙ୍କ ନାମରେ କମ୍ପାନୀ ପଂଜୀକୃତ କରୁଛନ୍ତି। ଏଥିରେ ସମାବାୟ ଓ ଘରୋଇ ବ୍ୟାଙ୍କ ମ୍ୟାନେଜରମାନଙ୍କ ସହଯୋଗିତାୋର କରେଂଟ ଏକାଉଂଟରେ ମିଥ୍ୟା ୱେବିଲ ତିଆରି କରି ତୋଷରପାତ କରୁଛନ୍ତି। ଜିଲ୍ଳା ଓ ଜିଲ୍ଳା ବାହାରେ ଚାଲୁଥିବା ସ୍ପଂଜ କାରଖାନା, ଇଣ୍ଡକ୍ସନ ଫର୍ଣ୍ଣେସ ଆଦିକୁ ଯୋଗାଣ ନାମରେ ପ୍ରତିଟନ ୫୦୦-୧୫୦୦ ଟଙ୍କା ହାତଗୁଂଜା ଦିଆଯାଉଛି। ଘରୋଇ ବ୍ୟାଙ୍କ ମାନେ ଏହି କାର୍ଯ୍ୟକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି। କଟକ, ଭୁବନେଶ୍ୱର, ତାଳଚେର, ଅନୁଗୂଳ, ରାଉରକେଲା ଆଦିକୁ ଦୈନିକ ୨୦ ଟ୍ରକ ସ୍କ୍ରାପ ଚାଲାଣ କରାଯାଇଥାଏ। ଏଥିରେ ୧୮ ପ୍ରତିଶତ ଟିକସ ଦିଆଯାଇ ନ ଥାଏ। ଜିଲ୍ଲାରେ ୨ ଶହରୁ ଉର୍ଦ୍ଧ୍ୱ ବେଆଇନ ଭୂତ କମ୍ପାନୀ ସାହାଯ୍ୟରେ ଟିକସ ଚୋରୀ କରାଯାଉଛି। ଏହାର ଅଭିଯୋଗ ହେଲେ ୬-୮ ମାସ ମଧ୍ୟରେ ଏହାକୁ ବନ୍ଦ କରିଦିଆଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାର ନିର୍ମଳ ଶାସନ କରୁଥିବା ବାରମ୍ବାର ଦ୍ୱାହି ଦେଉଥିବା ବେଳେ ଏହାର ତଦନ୍ତ ନ କରିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆର୍ଥିକ ଅପରାଧକୁ ସରକାର ଗୁରୁତ୍ୱ ଦେଇ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଲାଗି ଦାବି ହୋଇଛି। ନଚେତ ଉପରୋକ୍ତ କାର୍ଯ୍ୟାଳୟ ଗୁଡ଼ିକ ତାଲାପକାଇ ଦିଆଯିବ ବୋଲି ଶ୍ରୀ ମହାପାତ୍ର ଚେତାବନୀ ଦେଇଥିଲେ। ୧୦ ରୁ ଉର୍ଦ୍ଧ୍ୱ ଭୂତ କମ୍ପାନୀର ତାଲିକା ପ୍ରଦାନ କରି ଯାଂଚ କରିବାକୁ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.