Home ଜିଲ୍ଲା ପରିକ୍ରମା ସନ୍ଥ ଆଚାର୍ଯ୍ୟ ବିନୋବା ଭାବେଙ୍କ ୪୧ତମ ଶ୍ରାଦ୍ଧୋତ୍ସବ ପାଳିତ, ଲକ୍ଷ୍ୟ ଶୁଦ୍ଧ ରହିଲେ ପନ୍ଥା ମଧ୍ୟ...

ସନ୍ଥ ଆଚାର୍ଯ୍ୟ ବିନୋବା ଭାବେଙ୍କ ୪୧ତମ ଶ୍ରାଦ୍ଧୋତ୍ସବ ପାଳିତ, ଲକ୍ଷ୍ୟ ଶୁଦ୍ଧ ରହିଲେ ପନ୍ଥା ମଧ୍ୟ ଶୁଦ୍ଧ ହେବା ଆବଶ୍ୟକ

14

ଭଦ୍ରକ, ୧୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସର୍ବୋଦୟ ମଣ୍ଡଳର ବିଚାରଧାରା ସମସ୍ତଙ୍କର ଉନ୍ନତି, ଉତ୍ତାନ ଓ ପ୍ରଗତି ଉପରେ ପର୍ଯ୍ୟବେଶିତ । ମାତ୍ର ଦିନକୁ ଦିନ ମାନବିକତା, ଯୌନ ଶୋଷଣ ଓ ହିଂସା ଏପରି ଭାବରେ ବୃଦ୍ଧି ପାଉଥିବାରୁ ସର୍ବୋଦୟ ମଣ୍ଡଳର ପ୍ରତିଷ୍ଠାତା ସନ୍ଥ ବିନୋବା ଭାବେ ଅତ୍ୟନ୍ତ ଦୁଃଖରେ ଲୁହ ଗଡ଼ାଉଥିବେ । କାଣ ତାଙ୍କର ଅକ୍ଳାନ୍ତ ପରିଶ୍ରମ, ତ୍ୟାଗ, ତପସ୍ୟା ଓ ନିଷ୍ଠା ଦ୍ୱାରା ସର୍ବୋଦୟ ସମାଜ ଗଠିତ ହୋଇଛି । ସର୍ବୋଦୟ ମଣ୍ଡଳ ସତ୍ୟବାଦିତା, ନୀର୍ଭିକତା ଓ ଏକାଗ୍ରତା ଉପରେ ପ୍ରତିଷ୍ଠିତ । ଦୁଃଖ କମେଇବା ଓ ସୁଖ ବଢ଼େଇବାର ମନ୍ତ୍ର ଥିଲା ସେଗୁଡ଼ିକୁ ଭାଗଭାଗ କରି ସମସ୍ତଙ୍କ ମଧ୍ୟରେ ବାଣ୍ଟି ଦିଅ । ଆପେ ଅପେ ସବୁ ଠିକ୍ ହୋଇଯିବ ବୋଲି ଭଦ୍ରକ ଜିଲ୍ଲା ସର୍ବୋଦୟ ମଣ୍ଡଳ ସଭାପତି ଅମର କୁମାର ପାଣିଗ୍ରାହୀ ବିନୋବାଜୀଙ୍କ ଉକ୍ତିକୁ ଉଦ୍ଧାର କରି ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ସଭାରେ ପ୍ରକାଶ କରିଥିଲେ । ଉକ୍ତ ସଭା ଗାନ୍ଧି ବାଳାଶ୍ରମ ଭଦ୍ରକରେ ଗତକାଲି ସନ୍ଧ୍ୟା ୬ ଘଟିକାରେ ଶ୍ରୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

ସଭା ପ୍ରାରମ୍ଭରେ ଆଶ୍ରମର ଅନ୍ତେବାସୀମାନଙ୍କ ସହିତ ଅତିଥିମାନେ ସର୍ବଧର୍ମ ପ୍ରାର୍ଥନା ଗାନ କରିଥିଲେ । ଉପସଭାପତି ଓ ବାଳାଶ୍ରମର ଅଶୋକ ଦାସ ଅତିଥି ପରିଚୟ, ଉପସଭାପତି ନାରାୟଣ ଚନ୍ଦ୍ର ପାଢ଼ୀ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମହାନ ସନ୍ଥ ବିନୋବା ଭାବେଙ୍କ ଭୁଦାନ ଯଜ୍ଞ ଓ ଗ୍ରାମ ଦାନ ଆନ୍ଦୋଳନ ମାଧ୍ୟମରେ ୪୭.୬୪ ଲକ୍ଷ ଏକର ଜମି ସଂଗ୍ରହ, ତନ୍ମଧ୍ୟରୁ ୨୪.୨୫ ଏକର ଜମି ସରଳ ଭୂମିହୀନ ଜନତାଙ୍କୁ ପ୍ରଦାନ କରିଥିଲେ । ଯାହାଙ୍କର ସେବା, ତ୍ୟାଗ ଓ ଜ୍ଞାନ ଦାନର ପଟାନ୍ତର ନାହିଁ ବୋଲି ଶିକ୍ଷାବିତ୍ ଶାନ୍ତନୁ ରାଉତ, ଗୀତାରାଣୀ ଆଇଚ, ମାଧବ ଚନ୍ଦ୍ର ଜେନା, ଭବାନୀ ନାୟକ ମତ ପ୍ରଦାନ କରିଥିଲେ । ଆଇନଜୀବୀ ମାଧବାନନ୍ଦ ବେହେରା ଆଇନଗତ ଦିଗ ସମ୍ପର୍କରେ ନିଜ ମତାମତ ଦାନ କରିଥିଲେ । ୧୯୮୩ ମସିହାରେ ଭାରତ ସରକାର ମରଣୋତ୍ତର ଭାରତ ରତ୍ନ ଉପାଧି ବିନୋବା ଭାବେ ଜୀଙ୍କୁ ତାଙ୍କର ସେବା ଓ ତ୍ୟାଗ ପାଇଁ ପ୍ରଦାନ କରିଥିଲେ । ସର୍ବ ଶେଷରେ ସମାଜସେବୀ ସୁଧାକର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.