ଭଦ୍ରକ, ୨୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ପୌରାଂଚଳ ୱାର୍ଡ ନମ୍ବର ୧୪ ସନ୍ଥିଆ ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡର ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚିବା ବେଳକୁ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଭଦ୍ରକ ପୌରପାଳିକା ସନ୍ଥିଆ ନିବାସୀ ସୁଶୀଳା ଦାସ ଙ୍କ ଘରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା। ଏହି ଅଗ୍ନିକାଣ୍ଡ ଏଭଳି ଭୟାବହ ଥିଲା ଯେ ପରିବାର ଓ ଗ୍ରାମବାସୀମାନେ କୌଣସି ଜିନିଷ ଉଦ୍ଧାର କରିପାରିନଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଗୃହକର୍ତାଙ୍କ ଲକ୍ଷାଧିକ ଟଙ୍କାର ସମସ୍ତ ସାମଗ୍ରୀ ଜଳିପୋଡି ଛାରକାର ହୋଇଯାଇଥିଲା। ଏହି ଅଗ୍ନିକାଣ୍ଡର ଖବର ପାଇ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇ ବ୍ୟକ୍ତିଗତ ସହାୟତା କରିବା ସହ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ତହସିଲଦାର ଓ ଜିଲ୍ଲା ପ୍ରଶାସନଙ୍କ ସହିତ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ୱାର୍ଡ ପାରିଷଦ ଜାହିରୁଦ୍ଧୀନ ଖାନ, ବିଜୁ ଯୁବ ଜନତା ଦଳର ପୂର୍ବତନ ରାଜ୍ୟ ସମ୍ପାଦକ ବିକାଶ ଶ୍ରେଷ୍ଠାଙ୍କ ସହ ଆଲୋଚନା କରିଥିଲେ ।
Home ଜିଲ୍ଲା ପରିକ୍ରମା ସନ୍ଥିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ...