Home ଅନୁଗୁଳ ସନ୍ଥପଡ଼ା ପଂଚାୟତର ବିଭିନ୍ନ ସମସ୍ୟା ନେଇ ଜନଶୁଣାଣିରେ ଅଭିଯୋଗ

ସନ୍ଥପଡ଼ା ପଂଚାୟତର ବିଭିନ୍ନ ସମସ୍ୟା ନେଇ ଜନଶୁଣାଣିରେ ଅଭିଯୋଗ

29

ତାଳଚେର, ୨୩/୫ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ପଂଚାୟତ ସମିତି ସଭାଘର ଠାରେ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ସନ୍ଥପଡ଼ା ଗ୍ରାମ ପଂଚାୟତର ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ପତ୍ର ଦାଖଲ କରାଯାଇଛି। ସନ୍ଥପଡ଼ା ସରପଂଚ ସହଦେବ ସାହୁଙ୍କ ନେତୃତ୍ୱରେ ଉକ୍ତ ପଂଚାୟତର ବିଭିନ୍ନ ସମସ୍ୟା ନେଇ ଏହି ଅଭିଯୋଗ ପତ୍ର ପ୍ରଦାନ କରାଯାଇ ସେଗୁଡ଼ିକର ସମାଧାନ ପାଇଁ ନିବେଦନ କରାଯାଇଛି। ପାନୀୟ ଜଳ ସଙ୍କଟର ନିରାକରଣ, ଗ୍ରାମ ପଂଚାୟତର ସମସ୍ତ ରାସ୍ତାର ପୁନରୁଦ୍ଧାର, ପଂଚାୟତର ବ୍ରାହ୍ମଣୀ ନଦୀ କୂଳରେ ସୋଲାର ଫେନସିଂ ଲଗାଯିବା ଦାବି ସହ ବିଗତ ୧୫ ବର୍ଷ ହେବ ନାଲକୋ କୈାଣସି ଉନ୍ନତିମୁଳକ କାର୍ଯ୍ୟ କରୁନଥିବା, ଉପ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ ସତ୍ୱେ ସେଠାରେ କୈାଣସି ଚିକିତ୍ସକ ନିଯୁକ୍ତି ନହେବା, ପଂଚାୟତରେ ବଣୁଆ ହାତୀମାନଙ୍କୁ ଜଗିବା ପାଇଁ ବିଟ୍ ହାଉସ୍ କୁ କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଯୁବରାଜ ହାଇସ୍କୁଲ ନିର୍ମାଣ କରାଯାଉଛି, ସରକାରଙ୍କର ମେଗା ପ୍ରୋଜେକ୍ଟ ପାଣି ପାଇପ୍ କିଛି ସ୍ଥାନରେ ବିଛା ଯାଇନାହିଁ, ଯାହାଫଳରେ ଲୋକେ ପାଣି ପାଇବାରୁ ବଂଚିତ ହେଉଛନ୍ତି, ଦୁଇ ବର୍ଷ ହେବ ଆରଏମସି ଅଧିନ ସୋମବାର ଏବଂ ଗୁରୁବାର ହାଟରୁ ମିଳୁଥିବା ଅର୍ଥ ପଂଚାୟତକୁ ପଇଠ କରାଯାଉନଥିବା, ୧୪୯ ନମ୍ବର ଜାତୀୟ ରାଜପଥର ଦୁଇ ପାଶ୍ୱର୍ରେ ଡ୍ରେନ ସଫା ନହେବାରୁ ଘରେ ଏବଂ ଗଡ଼ତଳ କଲେଜରେ ପାଣି ପଶୁଥିବା ସମସ୍ୟା ନେଇ ଏହି ଅଭିଯୋଗରେ ପତ୍ରରେ ଉଲ୍ଲେଖ ଥିବାବେଳେ ସେଗୁଡ଼ିକର ଶୀଘ୍ର ସମାଧାନ ପାଇଁ ଦାବି ହୋଇଛି। ଏହି ପତ୍ର ପ୍ରଦାନ ସମୟରେ ସରପଂଚ ଶ୍ରୀ ସାହୁଙ୍କ ସମେତ ପଂଚାୟତର ସମିତି ସଭ୍ୟା, ନାଏବ ସରପଂଚ, ୱାର୍ଡ଼ ସଭ୍ୟସଭ୍ୟା ଏବଂ ପଂଚାୟତବାସୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.