Home ଜିଲ୍ଲା ପରିକ୍ରମା ସନ୍ତୋସି ଇଂଲିସ ମିଡିୟମ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

ସନ୍ତୋସି ଇଂଲିସ ମିଡିୟମ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

51

ପୁରୀ, ୨୨/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ସହରର ଏକ ପ୍ରମୁଖ ଇଂରାଜୀ ମଡିୟମ ସନ୍ତୋସି ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ୨ଦିନ ବ୍ୟାପି ଇଣ୍ଡୋସ୍ଟାଡିୟମ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଜିଲା କ୍ରୀଡା ଅଧିକାରୀ ରବୀନ୍ଦ୍ର ନାଥ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରିବା ସହ ମସାଲ ଜଳାଇ ପ୍ରତିଯୋଗିତା ର ଶୁଭାରମ୍ଭ କରିଥିଲେ।

ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜାତୀୟ ଓ ଆନ୍ତଜାତୀୟ ସ୍ତରରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରି ଆମସହର ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇପାରିଛନ୍ତି। ଶକ୍ତିସ୍ୱରୂପା ସାହୂ, ପ୍ରିୟଙ୍କା ପଟ୍ଟନାୟକ ଓ ପ୍ରୀତି ରେଡି ଙ୍କୁ ପ୍ରଶଂସା କରିବା ସହ ଆଗକୁ ସଫଳତାର ଶ୍ରୀଶରେ ପହଂଚିବା ପାଇଁ ଉଦ୍ୟମ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ସଂପାଦିକା ସୂଭାସୀନୀ ବଳିଆର ସିଂ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ଶୃଙ୍ଖଳାର ସହ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜର ପରାକାଷ୍ଠା ବଜାୟ ରଖିବା ପାଇଁ ଉପଦେଶ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଅଜନ୍ତା ବଳିଆର ସିଂ ବାର୍ଷିକ ବୀବରଣୀ ଉପସ୍ଥାପତି କରିଥିଲେ। ୧୦୦ ମିଟର ଓ ୨୦୦ମିଟର ଦୌଡ, ଲଙ୍ଗଜମ୍ପ, ହାଇଜମ୍ପ, ସଟଫୁଟ, ଡିସକସଥ୍ରୋ, ସ୍ପୁନରେଶ, ଗଣିତ ଦୌଡ ଓ ଜାଭିଲିନ ଥ୍ରୋ ଆଦି ପ୍ରତିଯୋଗିତା କରାଯାଇଥିଲା। କ୍ରୀଡା ଶିକ୍ଷକ ସଞୟ ମିଶ୍ରଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.