ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଶ୍ରୀ ରାମ ମହାଯଜ୍ଞ ସମିତି ଆନୁକୂଲ୍ୟରେ ଆୟୋଜିତ ପବିତ୍ର ଶ୍ରୀ ରାମ ନବମୀ ମହୋତ୍ସବ ୨୦୨୬ର ସାଂସ୍କୃତିକ ସନ୍ଧ୍ୟାର ଷଷ୍ଠ ଦିବସରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗ ଦେଇ ଚଳିତ ବର୍ଷର ଗୋପୂଜନ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ଗୋପାଳକ ମାନଙ୍କୁ, ବିଗତ ବର୍ଷର ଶ୍ରେଷ୍ଠ ମେଢ଼ କମିଟିକୁ ଓ କୁନି କୁନି ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସନାତନ ସଂସ୍କୃତିର ମୂଳ ଆଧାର ଗୋପୂଜନ, ସାଧୁ ସନ୍ଥ ପୂଜନ ଓ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ଅଗ୍ରସର କରିବାରେ ଏହିପରି ଆୟୋଜନ ଆମ ସମାଜକୁ ଶକ୍ତିଶାଳୀ କରିବା ସହ ନୂତନ ପିଢ଼ିକୁ ସଂସ୍କାରମୟ ଦିଗରେ ପ୍ରେରିତ କରିବ ବୋଲି ସେ ନିଜ ବକ୍ତବ୍ୟରେ କହିଛନ୍ତି। ଏହି ଉତ୍ସବରେ ମହାଯଜ୍ଞ ସମିତିର ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।
Home ଜିଲ୍ଲା ପରିକ୍ରମା ସନାତନ ସଂସ୍କୃତିର ମୂଳ ଆଧାର ଗୋପୂଜନ, ସାଧୁ ସନ୍ଥ ପୂଜନ ଓ ଆଧ୍ୟାତ୍ମିକ ମୂଲ୍ୟବୋଧ: ବିଧାୟକ...







