Home ଜିଲ୍ଲା ପରିକ୍ରମା ସଦର ହସ୍ପିଟାଲ ରକ୍ତଭଣ୍ଡାର ଠାରେ “ଅମର ସେବା ଦିବସ” ଅବସରରେ “ସେବା” ପକ୍ଷରୁ ରକ୍ତଦାନ ଶିବିର,...

ସଦର ହସ୍ପିଟାଲ ରକ୍ତଭଣ୍ଡାର ଠାରେ “ଅମର ସେବା ଦିବସ” ଅବସରରେ “ସେବା” ପକ୍ଷରୁ ରକ୍ତଦାନ ଶିବିର, ୨୧ ୟୁନିଟ ରକ୍ତ ସଂଗୃହିତ

32

ସମ୍ବଲପୁର, ୦୪/୦୭ (ଓଡ଼ିଆ ପୁଅ/ସରୋଜ ସାହୁ): ଆଜି “ଅମର ସେବା ଦିବସ” ପାଳନ ଅବସରରେ ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଠାରେ ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସେବା” ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ “ସେବା” ଅନୁଷ୍ଠାନ ର ସମସ୍ତ ସଦସ୍ୟ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। “ସେବା” ର ଅଧ୍ୟକ୍ଷ ଅମର ତାଣ୍ଡିଆ ଙ୍କ ନେତୃତ୍ୱ ରେ ସମସ୍ତ କୋଭିଡ ଗାଇଡ ଲାଇନ ଅନୁସାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ସମୁଦାୟ ୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଓଡିଶା ସାମ୍ବାଦିକ ସଂଘ (ଓ଼ଜେୟୁ) ସମ୍ବଲପୁର ଜ଼ିଲ୍ଲା ସଭାପତି ହିମାଂଶୁ ଶେଖର ମିଶ୍ର, ବିଜୁ ଯୁବ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା, ବିଜୁ ଯୁବ ଜନତା ଦଳ ଜ଼ିଲ୍ଲା ସଭାପତି ଲଷ୍ମୀ ପ୍ରସାଦ ମହାପାତ୍ର, “ସେବା” ର ଉପଦେଷ୍ଟା ଗୌରୀ ଶଙ୍କର ମିଶ୍ର, ସରୋଜ ସାହୁ, ସୁଧାଂଶୁ ମହାରଣା, ସୁଶାନ୍ତ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। “ସେବା” ର ପ୍ରଶାନ୍ତ ମିଶ୍ର, ପ୍ରମୋଦ ସେଠ, ଦେବାଶିଷ ବେହେରା, ସୁପ୍ରିତ ନାୟକ, ଅନିଲ କୁମାର ପାଣିଗ୍ରାହୀ, ଇନ୍ଦ୍ରଜିତ ବାରିକ, ବିଶ୍ୱଜିତ ରାଉତ, ପଦ୍ମନାଭ ବାରିକ, ଦିବସ କୁମାର ନାୟକ, ଅରବିନ୍ଦ ପାଣିଗ୍ରାହୀ, ଅନିଲ କୁମାର ଦାସ, ସଂଜୀବ ପାଣିଗ୍ରାହୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ସମ୍ବଲପୁର ରକ୍ତ ଭଣ୍ଡାର ର ଲେବ୍ରୋଟୋରୀ ଟେକନିସିଆନ ସନ୍ତୋଷ ଗୌଡ଼, କାଉନସିଲର କାମଦେବ ପଟେଲ, ଗୀତାଞ୍ଜଳି ହୋତା, ଦୀପିକା ଭୋଇ, ଓଁ ପ୍ରକାଶ ଖଣ୍ଡାୟତ ରକ୍ତ ସଂଗ୍ରହ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.