Home ଜିଲ୍ଲା ପରିକ୍ରମା ସଦର ବିଜେଡି ପକ୍ଷରୁ ପୌରାଞ୍ଚଳରେ ସାନିଟାଇଜେସନ ଆରମ୍ଭ

ସଦର ବିଜେଡି ପକ୍ଷରୁ ପୌରାଞ୍ଚଳରେ ସାନିଟାଇଜେସନ ଆରମ୍ଭ

102

ବାଲେଶ୍ୱର, ୨୭ା୭ (ଓଡ଼ିଆ ପୁଅ/ଅଭୟ ଦାସ): ସାମ୍ପ୍ରତିକ ସ୍ଥିତିରେ ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ବିଭିନ୍ନ ସଂଗଂନ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ଜନ ସଚେତନତା ଓ ମାସ୍କ ତଥା ସାନିଟାଇଜର ଆଦି ବଣ୍ଟନ କରାଯାଉଛି। ତେବେ ଗତ କିଛିଦିନ ଧରି ବାଲେଶ୍ୱର ସହରରେ ବଢ଼ି ଚାଲିଥିବା ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ବିଜୁ ଜନତା ଦଳ ସଦର ଶାଖା ପକ୍ଷରୁ ଉଦ୍ବେଗ ପ୍ରକାଶ ପାଇଛି। ଏନେଇ ବିଜେଡି ସଦର ଶାଖା ପକ୍ଷରୁ ଆଜିଠାରୁ ବାଲେଶ୍ୱର ସହର ସାନିଟାଇଜେସନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଏହି ସାନିଟାଇଜେସନ କାର୍ଯ୍ୟର ଶୁଭାରମ୍ଭ କରିଥିିଲେ। ସହରର ନୂଆବଜାରସ୍ଥିତ ଦଳୀୟ କାର୍ଯ୍ୟାଳୟଠାରୁ ଏହି ସାନିଟାଇଜେସନ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରତିଦିନ ଦୁଇଗୋଟି ୱାର୍ଡ଼ ସମେତ ସହରର ବସ୍ତି ଅଞ୍ଚଳଗୁଡ଼ିକୁ ସମ୍ପୂର୍ଣ୍ଣ ସାନିଟାଇଜେନ କରିବା ପାଇଁ ଦଳ ପକ୍ଷରୁ ନିଷ୍ପତି ନିଆଯାଇଥିବା ପୂର୍ବତନ ବିଧାୟକ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଜନସାଧାରଣଙ୍କୁ ସଚେତନତା କରିବା ସହିତ ସାନିଟାଇଜେସନକୁ ଦଳ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ସେ କହିଛନ୍ତି। ସାନିଟାଇଜେସ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଶ୍ରୀ ଦାସଙ୍କ ସମେତ ପୂର୍ବତନ ପୌରପାଳ ଆଲୋକ କୁମାର ସାହୁ, ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଆଶିଷ ଘୋଷ, ବିଜେଡି ସଂଖ୍ୟାଲଘୁ ସେଲ, ଟାଉନ୍ ଶାଖା ସଭାପତି ସଲିମ ରାଜା, ସଦର ବିଜେଡି ମିଡିଆ ଂଯୋଜକ ଧିରେନ୍ ନାୟକ, ବିଜେଡି ରାଜ୍ୟ ପରିଷଦ ସଦସ୍ୟା ରଂଜିତା ମହାପାତ୍ର, ପୂର୍ବତନ କାଉନସିଲର ଶକୁନ୍ତଳା ସିଂ- ମୁନୁମଣି ନାୟକଙ୍କ ସମେତ କବିତା ମୁର୍ମୁ, କୌଶଲ୍ୟାମଣି ଦାସ, ଶିବ ସିଂ, କୈଳାସ ଦାସ, ଚନ୍ଦ୍ର ଶେଖର ପାତ୍ର, ଚିତ୍ତରଂଜନ ସାହୁ, ବିଜେଡି ଏସସି ସେଲ ନେତା ଲକ୍ଷ୍ମଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.