Home ଜିଲ୍ଲା ପରିକ୍ରମା ସତ୍ୟସାଇ ସେବା ସଂଗଠନ ପକ୍ଷରୁ ମିନି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ, ମାନବ ସେବାରେ ଆସିଥାଏ ଜୀବନରେ...

ସତ୍ୟସାଇ ସେବା ସଂଗଠନ ପକ୍ଷରୁ ମିନି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ, ମାନବ ସେବାରେ ଆସିଥାଏ ଜୀବନରେ ପୂର୍ଣ୍ଣତା- ରାଜ୍ୟ ସଭାପତି

15

ଭଦ୍ରକ, ୨୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ଭଦ୍ରକ ମୋଟେଲ ଛକସ୍ଥିତ ସାଇ ଭରଦ୍ୱାଜ୍ ହସପିଟାଲ ପରିସରରେ ଏକ ମିନି ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ଏହାକୁ ସଂଗଠନର ରାଜ୍ୟ ସଭାପତି ନାରୟଣ ସର୍ ଉଦ୍‌ଘାଟନ କରିଥିବାବେଳେ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପିତ କରିଥିଲେ । ସଂଗଠନର ଜିଲ୍ଲା ଯୁବ ସଂଯୋଜକ ଚିନ୍ମୟ ପତିଙ୍କ ସଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରତାପ କେଶରୀ ବେଉରିଆ, ସଂଗଠନର ଜିଲ୍ଲା ସଭାପତି ନକୁଳ ଚନ୍ଦ୍ର ଜେନା ଓ ବୃନ୍ଦାବନ ବେହେରା ଯୋଗଦେଇ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମଲ୍ଲିକ କରୋନା ମହାମାରୀ ସମୟରେ ଅକ୍ସିଜେନର ଯେଉଁ ଆବଶ୍ୟକତା ଦେଖାଗଲା, ତାହା ଆମ ସମସ୍ତଙ୍କୁ ସଚେତନ କରିଛି । ଚିକିତ୍ସା ସମୟରେ ଅକ୍ସିଜେନ୍‌ର ଗୁରୁତ୍ୱକୁ ସମସ୍ତେ ଭଲ ଭାବରେ ବୁଝି ପାରିଛନ୍ତି ।

ତେଣୁ ଏଠାରେ ଏପରି ବ୍ୟବସ୍ଥା ଦ୍ୱାରା ନିଶ୍ଚିତ ଭାବେ ରୋଗୀମାନେ ଉପକୃତ ହୋଇ ପାରିବେ ବୋଲି ସେ ଆଶାବ୍ୟକ୍ତ କରିବା ସହ ଉତ୍ତମ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ କହିଥିଲେ । ସେହିପରି ସଂଗଠନର ରାଜ୍ୟ ସଭାପତି ତଥା ଉଦଘାଟକ ଶ୍ରୀ ସର୍ କହିଥିଲେଯେ ମାନବ ସେବା ମାଧବ ସେବା । କେବଳ ମାନବ ସେବା ଦ୍ୱାରା ହିଁ ଜୀବନରେ ପୂର୍ଣ୍ଣତା ଆସିଥାଏ । ଯୁବ ସଂଯୋଜକ ଶ୍ରୀ ପତି ସଂଗଠନ ପକ୍ଷରୁ ୬୬ଟି ଗ୍ରାମକୁ ପୌଷ୍ୟ ଗ୍ରାମ ଭାବେ ନିଆଯାଇଛି ଓ ପ୍ରତ୍ୟେକ ରବିବାର ବିନା ଶୁଳ୍କରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଥିବା ସୂଚନା ଦେଇଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ସ୍ୱାବଲମ୍ବୀ ହେବା ପାଇଁ ବାଗୁରାଇ ଅଞ୍ଚଳର ଜଣେ ମହିଳା ପୁଷ୍ପଲତା ସାହୁଙ୍କୁ ଏକ ସିଲେଇ ମେସିନ ପ୍ରଦାନ କରାଯାଇଥିବାବେଳେ, ତିହିଡ଼ି ଅଞ୍ଚଳର ଜଣେ ଅସହାୟା ମହିଳା ବିନୋଦିନୀ ନାୟକଙ୍କୁ ସଂଗଠନ ପକ୍ଷରୁ ବ୍ୟବସାୟ ଉଦ୍ଦେଶ୍ୟରେ ୨୦ହଜାର ଟଙ୍କାର ଆର୍ଥୀକ ସହାୟତା ରାଶୀ ପ୍ରଦାନ କରାଯାଇଥିଲା । ସାଇ ଭରଦ୍ୱାଜ ହସପିଟାଲ ମାଲିକ କ୍ଷୀରୋଦ ଦାସ ନିଜ ଅଭିଭାଷଣରେ ଏହି ଅକ୍ସିଜେନ ପ୍ଲାଣ୍ଟ ଦ୍ୱାରା ଏକାଦିକ୍ରମେ ୨୦ଜଣ ରୋଗୀଙ୍କୁ ଅକ୍ସିଜେନ ଯୋଗାଇ ଦିଆଯାଇ ପାରିବ ବୋଲି ସୂଚନା ଦେବା ସହ ସମସ୍ତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.