Home ଜିଲ୍ଲା ପରିକ୍ରମା ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର, ୩ଘଣ୍ଟାଧରି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ସଡ଼କ ଦୁର୍ଘଟଣାରେ ଜଣେ ଗୁରୁତର, ୩ଘଣ୍ଟାଧରି ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

36

ଭଦ୍ରକ, ୧୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ- ଧାମନଗର ରାସ୍ତାର ଗୁହାଳଡ଼ିହ ଖେଳପଡ଼ିଆ (ଭଣ୍ଡାରିପଦୀ) ଠାରେ ଏକ ମିନିଟ୍ରକ ଧାମନଗର ଆଡ଼ୁ ଆସୁଥିବା ଗୋଟିଏ ମୋଟର ସାଇକେଲକୁ ଧକ୍କା ଦେଇଥିଲା। ମୋଟର ସାଇକେଲ ଆରୋହୀ ସ୍ଥାନୀୟ ଭଗବାନପୁର ପଂଚାୟତ ଗୁଆପୋଖରୀ (ଅନହରପୁର) ଗ୍ରାମର ଦେବେନ୍ଦ୍ର ସ୍ୱାଇଁଙ୍କ ବଡ଼ପୁଅ ପ୍ରସନ୍ନ କୁମାର ସ୍ୱାଇଁ (୩୦) ଉକ୍ତ ଗାଡ଼ିଧକ୍କାରେ ତଳେପଡ଼ିଯାଇଥିଲେ। ସମ୍ପୃକ୍ତ ଟ୍ରକଟି ଯୁବକଙ୍କ ଗାଡ଼ିସହ ୨ଟି ଗୋଡ ଉପରେ ଚଢିଯାଇଥିଲା। ଘଟଣାସ୍ଥଳରେ ରକ୍ତାକ୍ତ ଅବସ୍ଥାରେ ଗୁରୁତର ଆହତ ହୋଇଥିବା ପ୍ରସନ୍ନଙ୍କୁ ୧୦୮ ଆମ୍ବୁଲାନ୍ସ ଦ୍ୱାରା ଭଦ୍ରକ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା। ସ୍ଥାନୀୟ ଲୋକେ ଉତେଜିତ ହୋଇ ଭଣ୍ଡାରିପଦୀ (ଗୁହାଳଡ଼ିହ ଛକ) ନିକଟରେ ଭଦ୍ରକ- ଧାମନଗର ପୁର୍ତରାସ୍ତାକୁ ଟାୟାର ଜାଳି ଦିନ ୨.୩୦ମିନିଟ୍‌ରୁ ୫ଟା ପର୍ଯ୍ୟନ୍ତ ଦୀର୍ଘ ଅଢେଇଘଂଟା କାଳ ଅବରୋଧ କରିଥିଲେ। ଦୁର୍ଘଟଣା ଘଟାଇଥିବା ଓଆର-୦୪-୯୭୨୧ ନମ୍ବର ମିନିଟ୍ରକ୍‌ଟି ଘଟଣା ସ୍ଥଳରୁ ଫେରାର ହୋଇଥିବାବେଳେ ଧାମନଗର ଥାନାରେ ଅଟକଥିବା ଜଣାଯାଇଛି। ଉତ୍ୟକ୍ତ ଲୋକେ ଗୁରୁତର ଯୁବକକୁ ତୁରନ୍ତ କ୍ଷତିପୁରଣ ଦାବି କରିବା ସହ ସମ୍ପୃକ୍ତ ଗାଡ଼ିମାଲିକକୁ ଘଟଣା ସ୍ଥଳକୁ ଆଣିବାପାଇଁ ଦାବି କରିଥିଲେ। ଖବରପାଇ ଧାମନଗର ତହସିଲଦାର କ୍ଷୀରୋଦ ଚନ୍ଦ୍ର ପଣ୍ଡା, ଏସ୍‌ଡ଼ିପିଓ ବିଜୟ କୃଷ୍ଣ ମହାପାତ୍ର, ଆଇଆଇସି ଶ୍ରୀ ବଲ୍ଲଭ ସାହୁ ଏକପ୍ଲାଟୁନ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଂଚି ରାସ୍ତାରୋକ କରିଥିବା ଉତ୍ୟକ୍ତ ଜନତାଙ୍କୁ ବୁଝାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ପରେ ପୋଲିସ ଉତ୍ୟକ୍ତ ଲୋକଙ୍କୁ ଘଉଡ଼ାଇ ରାସ୍ତା ଅବରୋଧ ହଟାଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.