Home ଜିଲ୍ଲା ପରିକ୍ରମା ସଡକ ଦୁର୍ଘଟଣାରେ ଯୁବକ ମୃତ

ସଡକ ଦୁର୍ଘଟଣାରେ ଯୁବକ ମୃତ

4

ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ତହସିଲ ଛକ ସମ୍ମୁଖରେ ଶନିବାର ରାତ୍ର ପ୍ରାୟ ୧୧.୩୦ମି. ସମୟରେ ସଡକ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁବରଣ କରିଥିବା ଜଣାଯାଇଛି । ନିର୍ଗୁଣ୍ଡି ପଞ୍ଚାୟତ ମହୁରା ଗ୍ରାମ ପାଟଣା ସାହିର ଲକ୍ଷ୍ମଣ ଦାଶ(୩୭) ଦକ୍ଷିଣବାଡ ପଞ୍ଚାୟତ ରେବୋ ଗ୍ରାମର ଶ୍ୱଶୁରଘରୁ ଫେରୁଥିବା ବେଳେ ତହସିଲଛକରେ ଅଜଣା ଗାଡି ଧକ୍କାରେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ସୂଚନା ପାଇ ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଥିଲା । ରବିବାର ପାଟଣା ଗ୍ରାମରେ ଶବ ସତ୍କାର କରାଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.