Home ଜିଲ୍ଲା ପରିକ୍ରମା ସଡକ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର

ସଡକ ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର

89

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଭଣ୍ଡାରିପୋଖରୀ ବଜାର ହନୁମାନଛକ ସମ୍ମୁଖରେ ଆଜି ପ୍ରାୟ ୧୨.୩୦ମି. ସମୟରେ ବାଇକ ଚାଳକକୁ ଟ୍ରଲର ଧକ୍କା ଦେବା ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇ କଟକ ରେଫର ହୋଇଥିବା ଜଣାଯାଇଛି । ଜଳମଣ୍ଡୁଆ ପଞ୍ଚାୟତ ସରିପୁର ଗ୍ରାମର ବିଶ୍ୱମ୍ଭର ଦାସ(୪୦) ଓଆର ୨୨ ଇ ୭୦୩୩ ନଂ ବାଇକ ଯୋଗେ ବ୍ଲକରୁ ଘରକୁ ଫେରୁଥିବା ବେଳେ ଭଦ୍ରକ ଆଡୁ ଆସୁଥିବା ଏନ ଏଲ ୦୧ ଜି ୬୯୦୯ ଟ୍ରଲର ସାମନାରେ ଧକ୍କା ଦେଇଥିଲା । ବାଇକରୁ ଛିଟିକିପଡି ବିଶ୍ୱମ୍ଭର ମୁଣ୍ଡରେ ଆଘାତପ୍ରାପ୍ତ ହୋଇ ଗୁରୁତର ଆହତ ହୋଇଥିଲେ । ତାଙ୍କ ଡାହାଣ ଗୋଡ ମଧ୍ୟ ଭାଙ୍ଗିଯାଇଥିଲା । ପୁଲିସ ବିଶ୍ୱମ୍ଭରକୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା । ପ୍ରାଥମିକ ଚିକିତ୍ସା ପରେ ଆହତଙ୍କୁ କଟକ ପଠାଇ ଦିଆଯାଇଛି । ଏ ସମ୍ପର୍କରେ ଆହତଙ୍କ ସମ୍ପର୍କୀୟ ସତ୍ୟବ୍ରତ ପଲାଇ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ଦୁର୍ଘଟଣାରେ ସଂପୃକ୍ତ ଯାନ ଦୁଇଟିକୁ ପୁଲିସ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.