Home କୋରାପୁଟ କୋରାପୁଟ ଜିଲ୍ଲାପାଳ ଚାଟୁଆ ପଂଚାୟତର କଫି ବୃକ୍ଷରୋପଣ ପରିଦର୍ଶନ କରିବା ସହ ୬ ଟି ଗ୍ରାମର...

କୋରାପୁଟ ଜିଲ୍ଲାପାଳ ଚାଟୁଆ ପଂଚାୟତର କଫି ବୃକ୍ଷରୋପଣ ପରିଦର୍ଶନ କରିବା ସହ ୬ ଟି ଗ୍ରାମର ଭିତିଭୂମି ସଧାରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଲେ

37

କୋରାପୁଟ ୦୮-୦୬(ଓଡିଆପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାପାଳ ଅବଦ୍ଦାଲ ଏମ ଅଖତର ନନ୍ଦପୁର ବ୍ଲକ ଗସ୍ତରେ ଆସି ଆନ୍ଧ୍ର ସୀମାନ୍ତ ଚାଟୁଆ ପଂଚାୟତର ମୂର୍ତିକା ସଂରକ୍ଷଣ ବିଭାଗ ,କଫି ଉନ୍ନୟନ ବୋର୍ଡ , ଜଳଛାୟା ପ୍ରକଳ୍ପ ଓ ନନ୍ଦପୁର ବ୍ଲକ ସହ ଯୋଗରେ ୩ ଲକ୍ଷ କଫିଚାରା ଲଗାଯିବାକୁବୃକ୍ଷରୋପଣ ପ୍ରକଳ୍ପର ପରିଦର୍ଶନ କରିଥିଲେ ।ପରିଦର୍ଶନ ସମୟରେ ଚାଟୁଆ ପଂଚାୟତର ଆନ୍ଧ୍ର ସୀମାନ୍ତ ୬ ଟି ଗ୍ରାମର ଗ୍ରାମବାସୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଗ୍ରାମର ଅସୁବିଧା ସଂପର୍କରେ ଅଭିଯୋଗ କରିଥିଲେ । ଉପସ୍ଥିତ ବିଡିଓ ଓ ସହକାରୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ତୁରନ୍ତ ଉକ୍ତ ୬ଟି ଗ୍ରାମ ପରିଦର୍ଶନ କରି ଆବଶ୍ୟକ ପ୍ରକଳ୍ପଗୁଡିକର ଅଟକଳ  ପ୍ରସ୍ତୁତ କରି ଅନୁମୋଦନ ନିମନ୍ତେ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ।ମଙ୍ଗଳବାର ଦିନ ଜିଲ୍ଲାପାଳ ନନ୍ଦପୁର ବ୍ଲକ ପରିଦର୍ଶନରେ ଆସି ଆନ୍ଧ୍ର ସୀମାନ୍ତ ଚାଟୁଆ ପଂଚାୟତରେ ୩ ଲକ୍ଷ କଫିଚାରା ରୋପଣ ହେବାକୁ ଥିବା ଡୁରୁବା ଓ ବାଙ୍କମଝୋଲା ନର୍ସରୀ ଓ ବୃକ୍ଷରୋପଣ ହେବାକୁ ଥିବା ଛାୟାବୃକ୍ଷ  ପରିଦର୍ଶନ କରିଥିଲେ । ଏହି ଦୁଇଟି ପ୍ରକଳ୍ପ ମାଧ୍ୟମରେ ଆଗାମୀ ଦିନରେ କୋରାପୁଟ କଫିର ମୂଳ ଉତ୍ପାଦକ ଭାବେ ନନ୍ଦପୁର ବ୍ଲକ ସ୍ଥାନ ପାଇବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।ପ୍ରକାଶଥାଉ କି ତତକାଳୀନ ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତିଙ୍କ ପ୍ରଚେଷ୍ଟାରେ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ପ୍ରଥମେ ପ୍ରକଳ୍ପ ପିଛା ୨୦ ହେକ୍ଟର ଜମିରେ ବର୍ଷ ୨୦୧୬/୨୦୧୭ରେ ଛାୟାବୃକ୍ଷ  ସିଲଭର ଓକ ରୋପଣ କରାଯାଇଥିଲା ।ବର୍ତମାନ ଛାୟାବୃକ୍ଷ ଗୁଡିକ ବଡ ବଡ ହୋଇଯିବାରୁ ସେଠାରେ ୩ ଲକ୍ଷ କଫି ଓ ଗୋଳମରିଚ ଚାରା ରୋପଣ କରାଯିବାକୁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିବା ଜଣାପଡିଛି । ଜିଲ୍ଲାପାଳଙ୍କ ଗସ୍ତ ସମୟରେ କଫି ଉନ୍ନୟନ ବୋର୍ଡର ଉପନିର୍ଦ୍ଦେଶକ ଶୈଳେନ୍ଦ୍ର ନାରାୟଣ ନାୟକ ଓ ସହକାରୀ ନିର୍ଦ୍ଦେଶକ ଶ୍ରୀକାନ୍ତ କୁମାର ଦାସ ,କୋରାପୁଟ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କାରୁ ସୋରେନ ,କୋରାପୁଟ ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଭବାନୀ ଶଙ୍କର କାଲୋ ,ବିଡିଓ କୈଳାସ ଚନ୍ଦ୍ର ଶିଆଲ ,ସହକାରୀ ନିର୍ବାହୀ ଯନ୍ତ୍ରୀ ଆର୍ତତ୍ରାଣ ପାତ୍ର , କନିଷ୍ଠ ଯନ୍ତ୍ରୀ ଶିବ ପ୍ରସାଦ ନାୟକ ,ନନ୍ଦପୁର ସହକାରୀ ମୂର୍ତିକା ସଂରକ୍ଷଣ ଅଧିକାରୀ ପ୍ରଶାନ୍ତ କୁମାର ଶତପଥି , ସେମିଲିଗୁଡା ସହକାରୀ ମୂର୍ତିକା ସଂରକ୍ଷଣ ଅଧିକାରୀ ସୁମନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଡୁରୁବା ଓ ବାଙ୍କମଝୋଲା ଗ୍ରାମରେ ଚିହ୍ନଟ ୨୫ ଜଣିଆ ହିତାଧିକାରୀଙ୍କୁ କଫି ଓ ଗୋଳମରିଚ ଚାରା ରୋପଣ କରି ପ୍ରତ୍ୟେକ ହିତାଧିକାରୀଙ୍କୁ ୨ ଏକର ପଟ୍ଟା ପ୍ରଦାନ କରାଯିବ ଓ ଉକ୍ତ ଜମିରେ ଥିବା କଫି ଓ ଗୋଳମରିଚ ଚାରା ଗୁଡିକର ରକ୍ଷାଣବେକ୍ଷଣ କରି ସେମାନେ ସ୍ୱାବଲମ୍ବୀ ହୋଇପାରିବେ  ବୋଲି ଜଣାପଡିଛି ।ଚାଟୁଆ ପଂଚାୟତର ତୋଟାଗୁଡା ,ଏକ୭ୁଜିରା ,କଣ୍ଡାପାଲି,ପୁଲିକୋଣ୍ଡା.ମଝିଗୁଡା ଓ ବାଙ୍କମଝୋଲା ଗ୍ରାମର ଜୟରାମ ଖିଲ ,ରାମଚନ୍ଦ୍ର ସେଡା ଓ ଆଉ କିଛି ବ୍ୟକ୍ତି ଗ୍ରାମର ଅସୁବିଧା ସଂପର୍କରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅଭି୍େ‌ାଗ କରିଥିଲେ ।ସେଠାରେ ଉପସ୍ଥିତ ଥିବା ବିଡିଓ ଓ ଅନ୍ୟ ଅଧିକାରୀମାନଙ୍କୁ ଉକ୍ତ ଗ୍ରାମଗୁଡିକ ପରିଦର୍ଶନ କରି ପ୍ରକଳ୍ପ ଗୁଡିକର  ଅଟକଳ  କରି ଅନୁମୋଦନ ନିମନ୍ତେ ପଠାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲୋ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.