Home ଓଡ଼ିଶା ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ

ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ

463

ବାଲିଗୁଡା, ୨୪/୪ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) – ବାଲିଗୁଡା ଥାନା ଅନ୍ତର୍ଗତ ବାଦେକେତା ନିକଟରେ ଭାରସାମ୍ୟ ହରାଇ ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ ହୋଇ ଚାଳକର ମୃତ୍ୟୁ ଘଟିଛି। ଚାଳକ ଜଣଙ୍କ କୃତମଗଡ ଗ୍ରାମର କୃର୍ଷ୍ଣଚନ୍ଦ୍ର ପଣ୍ଡା। ବୁଡାଗୁଡାରୁ ବାଲିଗୁଡା ଅଭିମୁଖେ ମୋଟରସାଇକେଲରେ ଆସୁଥିବା ବେଳେ ବାଦେକେତା ନିକଟରେ ଭାରସାମ୍ୟ ହରାଇ ଏକ ଗଛଖୁଣ୍ଟାକୁ ପିଟିହୋଇଥିଲା।ବାଲିଗୁଡା ପୋଲିସ ଖବରପାଇ ଘଟଣା ସ୍ଥଳରେ ପହଁଚି ଚାଳକକୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଇଥିଲେ। ପ୍ରାଥମିଲକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ବ୍ରହ୍ମପୁର ନେବାକୁ ପ୍ରସ୍ତୁତି ହେବା ସମୟରେ କୃର୍ଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.