Home ଜିଲ୍ଲା ପରିକ୍ରମା ସଚେତନ ରୁହ, ଭୟଭୀତ ହୁଅନାହିଁ, ଆଜି ଦୋସିଙ୍ଗା ଓ ଚନ୍ଦନିପାଳ ରେ ମକଡିଲ୍‌, ବାଜିବ ସାଇର

ସଚେତନ ରୁହ, ଭୟଭୀତ ହୁଅନାହିଁ, ଆଜି ଦୋସିଙ୍ଗା ଓ ଚନ୍ଦନିପାଳ ରେ ମକଡିଲ୍‌, ବାଜିବ ସାଇର

21


ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ସରକାରଙ୍କ ନିର୍ଦ୍ଦେଶ ମତେ ସମ୍ଭାବ୍ୟ ଯୁଦ୍ଧକାଳୀନ ପରିସ୍ଥିତିରେ ବିଶେଷକରି ଶତ୍ରୁ ଆକ୍ରମଣ ସ୍ଥିତିରେ ସୁରକ୍ଷା ସୁନିଶ୍ଚିତ ଲାଗି ଆଜି ଜିଲାପାଳ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜିଲାବାସୀଙ୍କୁ ସଚେତନ କରିଛନ୍ତି। ଜିଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି ଏଥିରେ ଭୟଭୀତ ହେବାର କାରଣ ନାହିଁ, ସଚେତନ ରୁହ। ଆସନ୍ତା କାଲି ଓଡ଼ିଶାର ବିଭିନ୍ନ ସ୍ଥାନରେ ହେବାକୁ ଥିବା ମକ୍ ଡ୍ରୀଲ ଓ ଯୁଦ୍ଧ ସାଇରନ ବିଷୟରେ ଜନସାଧାରଣ ଙ୍କୁ ଜଣାଇ ଦେବା ପାଇଁ ଭଦ୍ରକ ଜିଲ୍ଲାର ପ୍ରଥମ ପର୍ଯ୍ୟାୟ ରେ ଚାନ୍ଦବାଲି ତହସିଲ୍ ର ଦୁଇଗୋଟି ବାତ୍ୟା ଆଶ୍ରୟ ସ୍ଥଳୀ ଗୋଟିଏ ଦୋସିଙ୍ଗା ଓ ଅନ୍ୟଟି ଚନ୍ଦନିପାଳ ଠାରେ ସ୍ଥିର କରାଯାଇଛି ବୋଲି ସେ ଗଣ ମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ଆସନ୍ତା କାଲି ଅପରାହ୍ନ ୪ଟା ସମୟରେ ଉପରୋକ୍ତ ଦୁଇଟି ବାତ୍ୟା ଆଶ୍ରୟ ସ୍ଥଳୀରେ ହେବାକୁ ଥିବା ସାଇରନ ଓ ମକଡ୍ରୀଲ ରେ ଅଗ୍ନିଶ୍ରମ ବିଭାଗ ର କର୍ମଚାରୀ, ସିଭିଲ ଡିଫେନ୍ସ, ଆପଦ ବନ୍ଧୁ, ଧାମରା ପୋର୍ଟ କମ୍ପାନୀ ର ସୁରକ୍ଷା ବାହିନୀ ଭାଗ ନେବେ।ଏଥିରେ ମୁଖ୍ୟତଃ ଜନସାଧାରଣଙ୍କୁ କୌଣସି ଯୁଦ୍ଧ ପରିସ୍ଥିତି ରେ ନିଜକୁ କିପରି ଭାବରେ ସୁରକ୍ଷିତ ରଖିପାରିବେ ସେମାନଙ୍କୁ ସଚେତନ କରାଯିବ । ଯଦି କୌଣସି ଅଘଟଣ ଘଟେ ସେଥିରୁ ରକ୍ଷା ପାଇବାର କୌଶଳ ମଧ୍ୟ ଜଣାଇ ଦିଆଯିବ। ପ୍ରଥମ ସାଇରନ ବାଜିଲେ ସମସ୍ତେ ସୁରକ୍ଷିତ ଜାଗାକୁ ଯାଇ ନିଜର ବହୁମୂଲ୍ୟ ଜୀବନ କୁ ରକ୍ଷା କରି ପାରିବେ। ପରବର୍ତୀ ସାଇରନ ବାଜିଲେ ସେମାନେ ନିଜ ନିଜ ବାସ ଗୃହ କୁ ଫେରିବେ। ଉକ୍ତ ବୈଠକ ରେ ଆରକ୍ଷୀ ଅଧିକ୍ଷୀକ ମଡକର ସନ୍ଦୀପ ସମ୍ପଦ ସୂଚନା ଦେଇଥିଲେ ଯେ ପୋଲିସ ପ୍ରଶାସନ ଏପରି ସମୟ ରେ ଜନସାଧାରଣଙ୍କର ଜନଜୀବନ ହାନି ରକ୍ଷା କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। ଜିଲ୍ଲାସ୍ତରୀୟ ଏକ ନିୟନ୍ତ୍ରଣ କକ୍ଷ ଏଥିପାଇଁ ପ୍ରସ୍ତୁତ କରାଯାଇଛି। ଏଥିରେ ଉପ-ଜିଲ୍ଲପାଳ ଓ ପୋଲିସ ଅଧିକାରୀ ରହିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.