Home ଜିଲ୍ଲା ପରିକ୍ରମା ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା, ୨୭ ପ୍ରକଳ୍ପ ସମ୍ଭାଗ ସ୍ତରକୁ ମନୋନୀତ

ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା, ୨୭ ପ୍ରକଳ୍ପ ସମ୍ଭାଗ ସ୍ତରକୁ ମନୋନୀତ

21
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ପଞ୍ଚାୟତ ସରସ୍ୱତୀ ଶିଶୁ ବିଦ୍‌ଯାମନ୍ଦିର ରେ ବୁଧବାର ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଦେବବ୍ରତ ନାୟକ ଉଦଘାଟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ନିରାକାର ଦାଶଙ୍କ ଅଧ୍ୟକ୍ଷତାରେ ଅସୁରାଳି ସଙ୍କୁଳ ପ୍ରମୁଖ ସନ୍ତୋଷ କୁମାର ସାହୁ, ଶିଶୁ ମନ୍ଦିର ପରିଚାଳନା କମିଟି ସାଧାରଣ ସମ୍ପାଦକ ଗଦାଧର ସାହୁ, କୋଷାଧ୍ୟକ୍ଷ ପ୍ରତାପ କୁମାର ଆନ୍ଦିଆ, ସଙ୍କୁଳ ସଂଯୋଜକ ନିତ୍ୟାନନ୍ଦ ପତି ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଙ୍କୁଳ ର ୭ ଟି ଶିଶୁ ମନ୍ଦିର ର ରୁ ୧୫୫ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଶିଶୁ ବର୍ଗ, ବାଲ ବର୍ଗ ଓ କିଶୋର ବର୍ଗ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରୟୋଗ, ଗଣିତ ପ୍ରୟୋଗ, ମୂର୍ତି କଳା, ବିଜ୍ଞାନ ପ୍ରମୁଖ, ଗଣିତ ପ୍ରମୁଖ, ଲୋକନୃତ୍ୟ ଓ ସଂସ୍କୃତ ଜ୍ଞାନ ଆଦି ୪୫ ଟି ପ୍ରକଳ୍ପ ପ୍ରଦର୍ଶନ ହୋଇଥିଲା ସେମାନଙ୍କ ମଧ୍ୟରୁ ୨୭ ପ୍ରକଳ୍ପ ସମ୍ଭାଗ ସ୍ତରକୁ ମନୋନୀତ ହୋଇଛନ୍ତି। ନାରାୟଣ ଚନ୍ଦ୍ର ଦାଶ, ଗିରିଶ ଚନ୍ଦ୍ର ମହାନ୍ତି, ରକ୍ଷାକର ତରାଇ, ସତ୍‌ଯଜିତ ସାହୁ, ମହାପ୍ରସାଦ ଜେନା, ରୂପାଲି ମୂର୍ଖାଜୀ, ସୁବାସ ଚନ୍ଦ୍ର ସୁତାର ବିଚାରକ ଭାବେ ଯୋଗ ଦେଇ ପ୍ରକଳ୍ପ ଚୟନ କରିଥିଲେ। ଉଦଯାପିତ ଉତ୍ସବରେ ପ୍ରଧାନ ଆଚାର୍ଯ୍ୟ ନିରାକାର ଦାଶଙ୍କ ସଂଯୋଜନାରେ ଅତିଥି ଭାବେ ସାଧାରଣ ସମ୍ପାଦକ ଗଦାଧର ସାହୁ, ଉପସଭାପତି ଗୋପାଳ ଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ପ୍ରତାପ କୁମାର ଆନ୍ଦିଆ, ସହ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, ନିତ୍‌ଯାନନ୍ଦ ପତି, ପ୍ରଦୀପ କୁମାର ସାହୁ ଯୋଗଦେଇ ଶ୍ରେଷ୍ଠ ବିବେଚିତ କୁନି ବୈଜ୍ଞାନିକ ମାନଙ୍କୁ ମାନପତ୍ର ପ୍ରଦାନ କରି ପୁରସ୍କୃତ କରିଥିଲେ। ଏହି ଅବସରରେ ଧୂଷୁରୀ ସରସ୍ୱତୀ ଶିଶୁ ବିଦ୍‌ଯା ମନ୍ଦିରର ଛାତ୍ରୀଙ୍କ ଦ୍ୱାରା ଲୋକନୃତ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମକୁ ପ୍ରକାଶ ଚନ୍ଦ୍ର ଜେନା, ମନୋଜ ଜେନା, ହରିହର ପାତ୍ର, ଭାସ୍କର ଚନ୍ଦ୍ର ସାହୁ, ଲଳିତା ମିଶ୍ର, ପ୍ରତିଭା ପାଣିଗ୍ରାହୀ, ସୁପ୍ରଭା ନାୟକ, ମନୋରମା ନାୟକ, ଦିପ୍ତିମୟୀ ବେହେରା, ସସ୍ମିତା ଜେନା, ମଧୁସ୍ମିତା କର, ରେଣୁବାଳା ପଣ୍ଡା, ସସ୍ମିତା ସାହୁ, ପ୍ରଭାତ ରାଉତ, ରଞ୍ଜିତା ବେହେରା, ରଙ୍ଗଲତା ବେହେରା, ବିନତା ଜେନା, ବିନୋଦ କୁମାର ଦାସ, ଅଭିଜିତ ସାମଲ, କାମେଶ୍ୱର ସାହୁ, ଅନ୍ନଦା ବେହେରା, ସ୍ମିତିପ୍ରଜ୍ଞା ଦାସ, ମାମାଲି ଦଳେଇ, ସିଲିପ୍ତା ସାହୁ, ବସୁନ୍ଧରା ରାଉଳ, ସୁଚିସ୍ମିତା ବାରିକ, ବିଜୟଲକ୍ଷ୍ମୀ ଦାଶ ପ୍ରମୁଖ ଗୁରୁଜୀ ଗୁରୁମା ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.