Home ଜିଲ୍ଲା ପରିକ୍ରମା ସଙ୍କଟ ଟଳିନି ୨୧୯ ଏଏନଏମ ଛଟେଇ ନୋଟିସ

ସଙ୍କଟ ଟଳିନି ୨୧୯ ଏଏନଏମ ଛଟେଇ ନୋଟିସ

36

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଜିଲ୍ଲା ରାଜ୍ୟ ତଥା ଦେଶରେ କରୋନା ସଙ୍କଟ ଟଳିନି । ତେଣେ ସରକାର ଅସ୍ଥାଇଭାବେ ନିଯୁକ୍ତି ଦେଇଥିବା ତାଲିମପ୍ରାପ୍ତ ଏଏନଏମ ମାନଙ୍କୁ ଛଟେଇ କରିବାକୁ ନୋଟିସ ଜାରି କରିଛନ୍ତି । ସବୁଠାରୁ ବଡ କଥା ହେଲା ସରକାର ସେମାନଙ୍କୁ ଅସ୍ଥାଇ ନିଯୁକ୍ତି ଦେଇ ସେମାନଙ୍କୁ ଚାକିରୀରୁ ବାହାର କରିବାକୁ ନୋଟିସ ଜାରି କରିଥିଲେ ମଧ୍ୟ ସେମାନଙ୍କୁ ସେମାନଙ୍କ ପାରିଶ୍ରମିକ ବାବଦକୁ ଟଙ୍କାଟିଏ ମଧ୍ୟ ଦେଇ ନାହାନ୍ତି । ଯାହାକୁ ନେଇ ଏବେ ଭଦ୍ରକ ଜିଲ୍ଲାରେ ଛଟେଇ ହେବାକୁ ଯାଉଥିବା ୨୧୯ ଜଣ ତାଲିମପ୍ରାପ୍ତ ଏଏନଏମଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତ ଅଗଷ୍ଟ ମାସ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶମତେ ଦୈନିକ ମଜୁରୀ ୩୮୮ ଟଙ୍କା ଏବଂ କୋଭିଡ ପ୍ରୋତ୍ସାହନ ରାଶି ବାବଦକୁ ୪୬୨ ଟଙ୍କା ଏହିପରି ଦୈନିକ ମୋଟ ୮୫୦ ଟଙ୍କା ପାରିଶ୍ରମିକରେ ଭଦ୍ରକ ଜିଲ୍ଲାରେ ୨୧୯ ଗୋଟି କୋଭିଡ କେନ୍ଦ୍ର ସକାସେ ୨୧୯ ଜଣ ତାଲିମପ୍ରାପ୍ତ ଏଏନଏମଙ୍କୁ ସେପ୍ଟେମ୍ଭର,ଅକ୍ଟୋବର ଏବଂ ନଭେମ୍ଭର ୩ ମାସ ପାଇଁ ଅସ୍ଥାଇ ନିଯୁକ୍ତି ଦିଆଯାଇଥିଲା । ଆଶା କରାଯାଉଥିଲା ୩ ମାସ ପରେ ସରକାର ଏହି ନିଯୁକ୍ତିକୁ ପୁଣି ବୃଦ୍ଧି କରିବେ ନଚେତ ସେମାନଙ୍କୁ ଅନ୍ୟତ୍ର ଥଇଥାନ କରିବେ । ତେବେ ଇତିମଧ୍ୟରେ ସରକାର ସମସ୍ତ କୋଭିଡ କେୟାର ସେଂଟର ବନ୍ଦ କରିଦେଇଥିବା ଯୋଗୁ ଏବଂ ସରକାରଙ୍କ ପକ୍ଷରୁ ଏଥିନେଇ କୌଣସି ପରବର୍ତି ଆଦେଶନାମା ଜାରି କରାଯାଇନଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଗତ ୨୬ ତାରିଖ ଦିନ ତାଙ୍କ ଆଦେଶ ନଂ୧୦୨୩୪ ମୁଳେ ନିଯୁକ୍ତି ପାଇଥିବା ସମସ୍ତ ତାଲିମପ୍ରାପ୍ତ ଏଏନଏମ ମାନଙ୍କୁ ନଭେମ୍ଭର ୩୦ ପରେ ବାହାର କରିଦେବାକୁ ଜିଲ୍ଲାର ସମସ୍ତ ସିଏଚସି ସୁପରିନଟେଂଣ୍ଡେଟଙ୍କୁ ନିର୍ଦ୍ଧେଶ ଜାରି କରିଛନ୍ତି । ତେବେ ସବୁଠାରୁ ବଡ କଥା ହେଲା ସରକାର ଇତିମଧ୍ୟରେ ଅସ୍ଥାଇ ନିଯୁକ୍ତି ଦେଇଥିବା ସମସ୍ତ ଏଏନଏମ ମାନଙ୍କୁ ଚାକିରୀରୁ ବରଖାସ୍ତ କରିବାକୁ ନିର୍ଦ୍ଧେଶନାମା ଜାରି କରିଥିଲେ ମଧ୍ୟ ସେମାନଙ୍କୁ ଆଜିସୁଦ୍ଧା ଟଙ୍କାକର ପାରିଶ୍ରମିକ ଦେଇ ନାହାନ୍ତି । ଯାହାକୁ ନେଇ ଛଟେଇ ହେବାକୁ ଯାଉଥିବା ଏହି ନିମ୍ନ ବେତନଭୋଗି ଏଏନଏମଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.