Home ଓଡ଼ିଶା ସକ୍ରିୟ ହେଉଛି ମୌସୁମୀ, ଆହୁରି ୩ ଦିନ ଯାଏଁ ଭିଜିବ ସାରା ରାଜ୍ୟ

ସକ୍ରିୟ ହେଉଛି ମୌସୁମୀ, ଆହୁରି ୩ ଦିନ ଯାଏଁ ଭିଜିବ ସାରା ରାଜ୍ୟ

231

ଭୁବନେଶ୍ୱର,୨୫/୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ପ୍ରଵଳ ଖରା ହେବା ପରେ ଗତ କାଲି ଠାରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ବର୍ଷା ।  ତେବେ ଆନ୍ଧ୍ର-ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ସମ୍ଭାବନା ରହିଥିବାରୁ ସକ୍ରିୟ ହେଉଛି  ମୌସୁମୀ । ଯାହା ଫଳରେ ରାଜ୍ୟରେ ୨ରୁ ୩ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

 

ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ । ଅନ୍ୟପଟେ ଏପରି ହେଲେ ଚାଷୀ ମାନଙ୍କ ପାଇଁ ଏହା ବେଶ୍ ଅନୁକୂଳ ରହିବ ବୋଲି କୁହାଯାଇଛି ।

 

ଏହାଛଡା ଆସନ୍ତାକାଲି କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହା ମଧ୍ୟ ରେ କୋରାପୁଟ,କଳାହାଣ୍ଡି, କନ୍ଧମାଳ,ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଦେବଗଡ଼ ଓ ସମ୍ୱଲପୁର ଜିଲ୍ଲା ସହ  ଭଦ୍ରକ, ଯାଜପୁର, କଟକ, ଢେଙ୍କନାଳ,ଝାରସୁଗୁଡ଼ା, ଗଜପତି, ଗଞ୍ଜାମ, ବୌଦ୍ଧ, ସୋନପୁର, ବରଗଡ଼, ବାଲେଶ୍ୱର ଓ ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ଆଶଙ୍କା ସୃଷ୍ଟି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.