Home ଜିଲ୍ଲା ପରିକ୍ରମା ସଂସ୍ଥା ସମୂହର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ

ସଂସ୍ଥା ସମୂହର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟିତ

27

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଲାୟନ୍‌ସ କ୍ଳବ ଭଦ୍ରକାଳୀ ଡିଭାଇନ, କଳ୍ପନା ଦେବୀ ଚାରିଟେବୁଲ ଟ୍ରଷ୍ଟ ଓ ଇଣ୍ଡିଆନ ମେଡିକାଲ ଆସୋସିଏସନ ଆଇଏମ୍‌ଏ ଭଦ୍ରକ ଶାଖାର ମିଳିତ ଏକ କାର୍ଯ୍ୟାଳୟ ଭଦ୍ରକ କଲେଜ ରୋଡ ଟାଉନ ହଲ ସନ୍ନିକଟ ନରିପୁରଠାରେ ଉଦ୍‌ଘାଟିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରବୀନ୍ଦ୍ର କୁମାର ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମ ଚରଣ ଦାସ, ଡାକ୍ତର ହରେକୃଷ୍ଣ ନାୟକ, ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ, ପଦ୍ମନ ରାୟ, ଲାୟନ୍ସ କ୍ଳବର ସଭାପତି ବୈଲୋଚନ ବେହୁରିଆ, ସମ୍ପାଦକ ସୁଶାନ୍ତ କୁମାର ସାହୁ, ପ୍ରଭାତ କୁମାର ଧଳ, ସତ୍ୟେନ୍ଦୁ ରାୟ ମହାପାତ୍ର ସନାତନ ରାଉତ, ବିଧିବକ୍ତା ଅମର ମହାନ୍ତି, ତିଳୋତତମା ପଣ୍ଡା, ଗୀତାଞ୍ଜଳି ଦ୍ୱିବେଦୀ, ସୋମନାଥ ପଣ୍ଡା ପ୍ରମୁଖ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ । ଏଣିକି ଏହି ତିନି ସଂଗଠନର ଅଫିସ କାର୍ଯ୍ୟ ଗୋଟିଏ କାର୍ଯ୍ୟାଳୟରେ ସମ୍ପନ୍ନ ହେବ । ଯାହା ଫଳରେ ୩ଟି ଯାକ ସଂସ୍ଥା ସୁସ୍ଥ ବାତାବରଣ ଭାବରେ ଚାଲିବ ବୋଲି ଏହାର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.