Home ଜିଲ୍ଲା ପରିକ୍ରମା ଭଦ୍ରକ ଜଗନ୍ନାଥ ପ୍ରଚାର ସମିତିର ଶ୍ରୀକ୍ଷେତ୍ର ପୁରୀଠାରେ ବିମାନ ବନ୍ଦର ପ୍ରତିଷ୍ଠାକୁ ବନ୍ଦ କରାଯାଉ

ଭଦ୍ରକ ଜଗନ୍ନାଥ ପ୍ରଚାର ସମିତିର ଶ୍ରୀକ୍ଷେତ୍ର ପୁରୀଠାରେ ବିମାନ ବନ୍ଦର ପ୍ରତିଷ୍ଠାକୁ ବନ୍ଦ କରାଯାଉ

27

ଭଦ୍ରକ, ୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ଭଦ୍ରକର ଏକ ବୈଠକ ସ୍ଥାନୀୟ ବାଲ ଗୋପାଲ ମନ୍ଦିର ପରିସରରେ ସମିତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥୀ ନନ୍ଦଶର୍ମାଙ୍କ ଅଧ୍ୟକ୍ଷତାରେ କୋଭିଡ଼ ନିୟମାନୁଯାୟୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବ ବୈଠକର ବିବରଣୀ ପାଠ ପୂର୍ବକ ଶ୍ରୀଜଗନ୍ନାଥ ସ୍ତୁତି ପାଠ କରାଯାଇଥିଲା । ବୈଠକରେ ଗୃହିତ ପ୍ରସ୍ତାବରେ ଆଧ୍ୟାତ୍ମିକ କ୍ଷେତ୍ର ଶ୍ରୀକ୍ଷେତ୍ର ଧାମରେ ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରତିଷ୍ଠାକୁ ଘୋର ବିରୋଧ କରାଯାଇଥିଲା । ଯେହେତୁ ବିମାନ ବନ୍ଦର ଶ୍ରୀକ୍ଷେତ୍ର ଠାରୁ ଅନତି ଦୂର ଭୁବେନଶ୍ୱରଠାରେ ଥିବା ବେଳେ ଶ୍ରୀକ୍ଷେତ୍ର ଶ୍ରୀଜଗନ୍ନାଥ ଧାମରେ ପୁଣି ବିମାନ ବନ୍ଦର ପ୍ରତିଷ୍ଠାର କୌଣସି ପ୍ରାସଙ୍ଗିକତା ନାହିଁ ଏବଂ ଏଠାରେ ହେଲେ ଆଧ୍ୟାତ୍ମିକ ଓ ଧାର୍ମିକ ପରିବଶେର ଅବକ୍ଷୟର ଯଥେଷ୍ଟ ସମ୍ଭାବନା ଅଛି । ଆର୍ଯ୍ୟ ସନାତନ ଧର୍ମର ଆରାଧ୍ୟ ଭାବରେ ପ୍ରତିଷ୍ଠିତ ବିଭିନ୍ନ ଦେବାଦେବୀଙ୍କ ପ୍ରତିମାଙ୍କୁ ବ୍ୟବସାୟୀଙ୍କ ଉଦ୍ଦେଶ୍ୟରେ ବ୍ୟବସାୟର ପ୍ରଚାର ପ୍ରସାର ନିମନ୍ତେ ବ୍ୟବହାରକୁ ବିରୋଧ କରାଯାଇ ଶ୍ରୀମନ୍ଦିର ପ୍ରଶାସନ ଓ ଓଡ଼ିଶା ସରକାରଙ୍କୁ ଜଣାଇବାକୁ ସ୍ଥିର କରାଯାିଛି । ପ୍ରଚାର ସମିତିର ମୁଖପତ୍ର ‘ନିଳ କନ୍ଦର’ ପତ୍ରିକା ନିମନ୍ତେ ଲେଖା ଓ ଶୁଭେଚ୍ଛା ବାର୍ତ୍ତା ଅକ୍ଟୋବର ମାସ ଶେଷ ସୁଦ୍ଧା ଗ୍ରହଣ କରାଯିବାକୁ ସ୍ଥିର କରାଗଲା । ଏହି ବୈଠକରେ ନାରାୟଣ ଚନ୍ଦ୍ର ପ୍ରଧାନ, ସନେଇ ଶିଅଳ, ପ୍ରତାପ ଚନ୍ଦ୍ର ପଣ୍ଡା, ସୁଦର୍ଶନ ପଣ୍ଡା, ବାବୁଲାଲ ଦାସ, ପ୍ରଶାନ୍ତ କୁମାର ଦେ, ବଳରାମ ମହାନ୍ତି, ପୀତାମ୍ବର ପଣ୍ଡା, ଗୀତାରାଣି ମହାନ୍ତି ପ୍ରମୁଖ ବହୁ ସେବକ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସମିତିର ମୁଖ୍ୟ ଆବାହକ ସେବ ଶରତ କୁମାର ସାହୁ ବିବରଣୀ ପାଠ ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.