Home ଜିଲ୍ଲା ପରିକ୍ରମା ସଂସଦ ଖେଳ ମହୋତ୍ସବ ପ୍ରସ୍ତୁତି, ଭାଗ ନେବେ ୧୨ ବିଭାଗରେ ୨ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ

ସଂସଦ ଖେଳ ମହୋତ୍ସବ ପ୍ରସ୍ତୁତି, ଭାଗ ନେବେ ୧୨ ବିଭାଗରେ ୨ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ

5
???????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରି ବିଧାନସଭା ସ୍ତରୀୟ ସଂସଦ ଖେଳ ମହୋତ୍ସବ ଆସନ୍ତା ୫ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପି ବନ୍ତ ବ୍ଲକର ପୁରୁଷୋତମପୁର ପଡିଆ ଏବଂ ଭଣ୍ଡାରିପୋଖରୀ ବ୍ଲକର ଆଦମପୁର ପଡିଆରେ ଖେଳାଯିବ । ଏନେଇ ଆଜି ସଂସଦୀୟ କ୍ଷେତ୍ର ସହ-ସଂଯୋଜକ ନିରଞ୍ଜନ ବାରିକଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ବିଧାନସଭା ନେତା ଡ.ସୁଧାଂଶୁ ଶେଖର ନାୟକ, କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜକ କିଶୋର କିଙ୍କର ପଢିଆରୀ , ବନ୍ତ ମଣ୍ଡଳ ସଭାପତି ସନ୍ତୋଷ ନାୟକ, କେନ୍ଦୁଆପଦା ମଣ୍ଡଳ ସଭାପତି ଇଂ.ପ୍ରମୋଦ ଜେନା,ମହତାବ ମଣ୍ଡଳ ସଭାପି ଅମୂଲ୍ୟ ରତ୍ନ ନନ୍ଦ, ଭଣ୍ଡାରିପୋଖରୀ ମଣ୍ଡଳ ସଭାପତି ତରଣୀ ସେନ ଜେନା, ପ୍ରଣବ ରାଉତ, ରଞ୍ଜନ ପରିଡା,ମିଡିଆ କୋର୍ଡିନେଟର ହେମନ୍ତ କୁମାର ସିଂହ,ଖଗେଶ୍ୱର ବେହେରା, ନବକିଶୋର ବଳ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଗ୍ରାମାଚଂଳରୁ କ୍ରୀଡାବିତ୍ ମାନେ ତିଆରି ହୋଇ ଦେଶ ପାଇଁ ଖେଳିବାର ଲକ୍ଷ୍ୟ ରଖାଯାଇଛି । ବନ୍ତ ପଡିଆରେ ଦୌଡ,ସଟଫୁଟ୍‌, ଲଙ୍ଗଜମ୍ପ, ଡିସ୍କୋସ୍‌ଥ୍ରୋ, ବ୍ୟାଡମିଂଟନ, ଖୋକ, ଭଣ୍ଡାରିପୋଖରୀ ପଡିଆରେ ଫୁଟବଲ, କବାଡି, ସ୍ପିକିଂ ପ୍ରତିଯୋଗିତା କରାଯିବ ।୨ ହଜାରରୁ ଉର୍ଦ୍ଧ କ୍ରୀଡାବିତ୍‌ଙ୍କୁ ନେଇ ସକାଳ ୯ ଟାରୁ ୪ ମଧ୍ୟରେ ଏହି କ୍ରୀଡା ଅନୁଷ୍ଠିତ ହେବାକୁ ଥିବା ବେଳେ ବ୍ଲକ କ୍ରୀଡା ସମ୍ପାଦକ ମନୋଜ ଶଙ୍ଖୁଆ, ଦେବାଶିଷ ଆଚାର୍ଯ୍ୟ, ଧିରେନ୍ଦ୍ର କୁମାର ଷଡଙ୍ଗୀ, ଜଗନ୍ନାଥ ଦ୍ୱବେଦୀ, ଯଶୋବନ୍ତ ସିଂହ, ସୁବାଷ ବିଶ୍ୱାଳ ପ୍ରମୁଖ କ୍ରୀଡାକୁ ପରିଚାଳନା କରିବେ । ସାଇସତ୍ୟ ନାୟକ, ଗୌରାଙ୍ଗ ବେହେରା, ଅନନ୍ତ ନାୟକ, କାହ୍ନା ନାୟକ,ଲିପୁନୁ ବିଶ୍ୱାଳ, ସାର୍ଥକ ବିଶ୍ୱାଳ, ସଞ୍ଜିବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.