Home Top News ସଂସଦର ଶୀତ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ : ଉଭୟ ଲୋକସଭା ଓ ରାଜ୍ୟସଭାରେ...

ସଂସଦର ଶୀତ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ : ଉଭୟ ଲୋକସଭା ଓ ରାଜ୍ୟସଭାରେ ସାଇନ୍‌ ଡାଏ ଘୋଷଣା

13

ନୂଆ ଦିଲ୍ଲୀ ଡିସେମ୍ବର ୨୨ (ଓଡ଼ିଆ ପୁଅ) ସଂସଦର ଶୀତକାଳୀନ ଅଧିବେଶନ ଗୋଟିଏ ପୂର୍ବରୁ ସମାପ୍ତ ହୋଇଛି।

ତାଲିକାଭୁକ୍ତ କାଗଜପତ୍ର ଏବଂ ରିପୋର୍ଟ ରଖିବାର କିଛି ସମୟ ପରେ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ ରାଜ୍ୟସଭାକୁ ସ୍ଥଗିତ କରିଥିଲେ। ଶୀତ ଅଧିବେଶନରେ ୧୮ ଟି ଅଧିବେଶନ ପୂର୍ବରୁ ଧାର୍ଯ୍ୟ କୃଷିଆଇନ ପ୍ରତ୍ୟାହାର ବିଲ୍ ଏବଂ ନିର୍ବାଚନ (ସଂଶୋଧନ) ବିଲ୍ ପରି ଗୁରୁତ୍ତ୍ୱପୂର୍ଣ୍ଣ ବିଲ୍‌ ପାରିତ ହୋଇଛି। ମୂଲ୍ୟ ବୃଦ୍ଧି ଏବଂ ଲକ୍ଷ୍ମୀପୁର ଖେରୀ ହିଂସା ଭଳି ବିଭିନ୍ନ ପ୍ରସଙ୍ଗରେ ବିରୋଧୀଦଳଙ୍କ ଦ୍ୱାରା ସଂସଦର କାର୍ଯ୍ୟ ବାରମ୍ବାର ବ୍ୟାଘାତ ହୋଇଥିଲା। ୧୨ ଜଣ ବିରୋଧୀ ଦଳର ସଦସ୍ୟଙ୍କୁ ନିଲମ୍ବନ କରାଯିବା ପରେ ଉପର ଗୃହ ଅଧିବେଶନରେ ଅନେକ ବ୍ୟାଘାତର ସମ୍ମୁଖୀନ ହୋଇଥିଲା।

ସୂଚନାଯୋଗ୍ୟଯେ, ଶୀତକାଳୀନ ଅଧିବେଶନ ନଭେମ୍ବର ୨୯ ରେ ଆରମ୍ଭ ହୋଇଥିଲା ଏବଂ ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.